ସହରକୁ ସହର ବୁଲିବ ବୁଲିବ Ajay Devgan ଙ୍କ ଗାଡି ! ପତାକା ହଲାଇ ଶୁଭାରମ୍ଭ କଲେ ଅଜୟ…

ନମସ୍କାର ବନ୍ଧୁଗଣ, ଆସିଯାଇଛି ଏକ ବଡ ଖବର, ଆଉ ଏହି ଖବର ଏକ ନୂଆ ଯୋଜନା ସହ ଜଡିତ ଯାହା ଆଗରୁ କେବେ କୌଣସି ସିନେ ଇଣ୍ଡଷ୍ଟ୍ରିରେ ଦେଖିବା ପାଇଁ ମିଳିନାହିଁ ତାହା ବର୍ତ୍ତମାନ ବଲିଉଡ ସିନେ ଜଗତରେ ଆରମ୍ଭ ହୋଇଯାଇଛି । ଅଜୟ ଦେବଗନଙ୍କ ସିନେମା ଏହାର ପ୍ରଥମ ଉଦାହରଣ ପାଲଟିବ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଫିଲ୍ମ ପ୍ରମୋଟ ପାଇଁ ବଲିଉଡ ଅପଣାଇଛି ଏକ ନୂଆ ପନ୍ଥା । ତେବେ କଣ ସେହି ରହିଛି ଏହା ସମ୍ବନ୍ଧୀୟ ସମ୍ପୂର୍ଣ ତଥ୍ୟ ଏହା ଆପଣ ପୋଷ୍ଟ ମାଧ୍ୟରେ ନିହାତି ଜାଣିଯିବେ ଆସନ୍ତୁ ଜାଣିବା ।

ଖବର ଅନୁଯାୟୀ ବଲିଉଡର ଅଭିନେତା ଅଜୟ ଦେବଗନଙ୍କ ନୂଆ ସିନେମା ଲୋକଙ୍କ ସାମ୍ନାକୁ ଆସିବାକୁ ଯାଉଛି । ଆଉ ସେହି ସିନେମାଟି ହେଉଛି ଭୋଳା । ସାଧାରଣ ଭାବରରେ ଅଭିନେତା ଏବଂ ଫିଲ୍ମ ମେକର ମାନେ ବିଭିନ୍ନ ସ୍ଥାନକୁ ଯାଇ ଫିଲ୍ମ ପ୍ରମୋଟ କରିଥାନ୍ତି । କିନ୍ତୁ ସବୁ ଜାଗାରେ ସବୁ ଗଳିରେ ସବୁ ଲୋକଙ୍କ ପାଖରେ ତାହା ପହଞ୍ଚି ପାରିନଥାଏ ।

ଏହି ଉଦେଶ୍ୟରେ ଆଜିର ଏହି ପ୍ରୟାସ ରଚିଛନ୍ତି ଭୋଳା ସିନେମା ଟିମ । ଯାହା ଏକ ନୂଆ ଧରଣର ପ୍ରମୋଟ ଅଟେ । ଫିଲ୍ମକୁ ପ୍ରମୋଟ କରିବ ଟ୍ରକ ଗାଡି ସମେତ ଅନ୍ୟ ଛୋଟ ଛୋଟ ଗାଡି। ଅଜୟ ଦେବଗନ ନିଜେ ଏହି କଥାର ଖୁଲାସ କରିଛନ୍ତି । ଆଉ କହିଛନ୍ତି ଭୋଳା ଫିଲ୍ମରେ ଟ୍ରକ ସହ ଜଡିତ ଅନେକ କିଛି ରହିଛି ତେଣୁ ଭୋଳା ସିନେମା ମେକର ମାନଙ୍କୁ ଲାଗିଲା ଟ୍ରକରେ ପ୍ରଚାର କରିବା ସବୁଠାରୁ ଭଲ ରହିବ ।

ଟ୍ରକରେ ପ୍ରଚାର କରିବାର ପୁରା ଯୋଜନା ଥିଲା ଭୋଳା ସିନେମା ମେକର ମାନଙ୍କର । ଯାହା ଆଜିର ଏକ ବଡ ଖବର ପାଲଟି ଯାଇଛି । ଗାଡି ମାନଙ୍କରେ ସିନେମାର ନାମ ଭୋଳା ଲେଖା ଯାଇଛି । ସିନେମାର ପୋଷ୍ଟର ଲାଗିବା ସହ କେଉଁ ତାରିଖରେ ରିଲିଜ ହେବ ତାହା ମଧ୍ୟ ଲେଖା ଯାଇଛି ।

ଆଉ ଏହି ଗାଡି ସହରରୁ ସହର ବୁଲିବା ଏବଂ ସିନେମା ପ୍ରମୋଟ କରିବ । ନିଜେ ଅଜୟ ଦେବଗନ ଆସି ପତାକା ଉଡାଇ ଶୁଭାରମ୍ଭ କରିଛନ୍ତି ଏହାର । ଅଜୟ ଦେବଗନଙ୍କ କହିବା ଅନୁଯାୟୀ ଲୋକଙ୍କ ନିକଟରେ ଯାଇ ତାଙ୍କ ହୃଦୟକୁ ଛୁଇଁବା ପାଇଁ ଏହାର ପ୍ରୟାସ କରାଯାଇଛି । ଏହା ସମ୍ପର୍କରେ ଆପଣଙ୍କର ମତ କଣ ରହିବ ତାହା କମେଣ୍ଟରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *