Indian କ୍ରିକେଟର Mahendra SIngh Dhoni ଙ୍କ ଜୀବନ ରହସ୍ୟ !

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁ ଥିବା ସମସ୍ତ ଖେଳାଳି ମାନଙ୍କୁ ନିଶ୍ଚିତ ଜାଣି ଥିବେ । ସାଧାରଣତଃ ଭାରତୀୟ ଖେଳାଳି ମାନେ ନିଜ ଲାଇଫ ଷ୍ଟାଇଲ ଆଉ ନିଜ ଦମଦାର ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଭାରତୀୟ ଖେଳାଳି ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାରା ଭାରତୀୟଙ୍କ ମନରେ ରାଜ୍ କରନ୍ତି ।

ବନ୍ଧୁଗଣ ଏହି ଖେଳାଳି ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ମହେନ୍ଦ୍ର ସିଂହ ଧୋନୀ ହେଉଛନ୍ତି ଭାରତ ଦଳର ପୂର୍ବତ୍ତମ କାପ୍ଟେନ । ତାଙ୍କୁ ଲୋକ ମାନେ କାପ୍ଟେନ କୁଲ ନାମରେ ବି ଜାଣନ୍ତି କାରଣ ଖେଳରେ ଯେତେ କଠିନ ପରିସ୍ଥିତି ଆସୁ ନା କାହିଁକି ମହେନ୍ଦ୍ର ସବୁବେଳେ ନିଜର କୁଲ ଆଟିଟ୍ୟୁଡରେ ମ୍ୟାଚ ଜିତାଇ ଥାନ୍ତି । ଅବଶ୍ୟ ବର୍ତ୍ତମାନ ଧୋନୀ ଭାରତୀୟ କ୍ରିକେଟ ଦଳରୁ ଅବସର ନେଇ ସାରିଛନ୍ତି ହେଲେ ସେ ଆଇପିଏଲ ଖେଳୁ ଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ମହେନ୍ଦ୍ର ସିଂହ ଧୋନୀଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଅତି କମ ଲୋକ ଜାଣି ଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମ 7 ଜୁଲାଇ 1981 ମସିହାରେ ରାଁଚୀ ବିହାରରେ ହୋଇ ଥିଲା । ତାଙ୍କ ବାପାଙ୍କ ନାମ ହେଉଛି ପାନ ସିଂହ ଆଉ ମାତାଙ୍କ ନାମ ହେଉଛି ଦେବକୀ ଦେବୀ ।

ମହେନ୍ଦ୍ରଙ୍କ ପତ୍ନୀଙ୍କ ନାମ ହେଉଛି ସିଦ୍ଧି ଧୋନୀ ଏବଂ ତାଙ୍କ ଝିଅଙ୍କର ନାମ ହେଉଛି ଜିବା । ମହେନ୍ଦ୍ର ନିଜ ଜୀବନରେ ଅନେକ କଷ୍ଟ ଏବଂ ସଂଘର୍ଷ କରି ଏତେ ବଡ ସଫଳତା ପାଇ ଛନ୍ତି । ସ୍କୁଲରେ ପାଠ ପଢିବା ବେଳେ ମହେନ୍ଦ୍ର କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ସେତେବେଳେ ସେ କ୍ରିକେଟ ଖେଳିବା ସହ ସ୍କୁଲରେ ପାଠ ପଢୁଥିଲେ ଆଉ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡି ଥିଲା ।

ରଞ୍ଜି ଟ୍ରୋଫିରେ କିଛି ବର୍ଷ ଖେଳିବା ପରେ ତାଙ୍କୁ ଭାରତୀୟ ଟିମରେ ଖେଳିବାକୁ ମଉକା ମିଳି ଥିଲା ହେଲେ ସେ ଖେଳି ପାରି ନଥିଲେ । ଏହା ପରେ ସେ ଭାରତୀୟ ରେଲୱେରେ ଚାକିରି କଲେ ଏବେଙ୍ଗ ରେଲୱେ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ଖେଳିଲେ । ହେଲେ ମହେନ୍ଦ୍ରଙ୍କ ଭାଗ୍ୟ 2007 ମସିହାରେ ବଦଳି ଗଲା । ସେ 2008 ମସିହାରୁ 2014 ମସିହା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର କାପ୍ଟେନ ରହିଛନ୍ତି ।

ତାଙ୍କ ଅଧିନାୟିତ୍ଵରେ ଭାରତ ବିଶ୍ଵ କପ ବି ଜିତିଛି । ଏବେ ଧୋନୀ ଭାରତୀୟ କ୍ରିକେଟ ଟିମରୁ ଅବସର ନେଇ ଅତି ନିଜ ପରିବାର ସହ ଅତି ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମହେନ୍ଦ୍ର ସିଂହ ଧୋନୀ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *