ଏହି ପଶୁମାନେ ହେଲେ ଅସଲି ହୀରୋ, ବଞ୍ଚେଇଛନ୍ତି ମଣିଷଙ୍କ ଜୀବନ

ସାଧାରଣତଃ ଅଧିକାଂଶ ଲୋକ ପଶୁ ମାନଙ୍କୁ ସ୍ନେହ କରୁଥିବା ବେଳେ ଅନ୍ୟ କେତକ ଲୋକ ପଶୁ ମାନଙ୍କୁ ଘୃଣା କରନ୍ତି । ହେଲେ ଏହି ପଶୁ ମାନେ କେତେକ ସ୍ଥାନରେ ମଣିଷ ମାନଙ୍କ ଜୀବନ ବଞ୍ଚେଇଛନ୍ତି । ପଶୁ ମାନଙ୍କୁ ଅଧିକ ଘୃଣା କରିବା ଉଚିତ ନୁହେଁ । ପଶୁର ଜୀବନ ବିପଦରେ ଆସିଲେ ସେ ଅନ୍ୟ କାହା ଉପରେ ଆକ୍ରମଣ କରିଥାଏ, ସେଥିପାଇଁ ସେମାନଙ୍କୁ ଘୃଣା କରିବା ଉଚିତ ନୁହେଁ । ଆଜି ଆମେ ଆପଣ ମାନଙ୍କୁ ଏହି ପରି କିଛି ଘଟଣା ବିଷୟରେ କହିବୁ, ଯେଉଁଥିରେ ପଶୁ ମାନେ ମଣିଷ ମାନଙ୍କ ରକ୍ଷା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ସବୁ ଘଟଣା ବିଷୟରେ ।

୧. ହରିୟଣାର କାଇଥାଲ ଅଞ୍ଚଳରେ ଏକ ନବ ଜନ୍ମିତ ପିଲାକୁ ତାର ମା ରାସ୍ତା କଡର ନଳାରେ ଫିଙ୍ଗି ଦେଇଥିଲା । ହେଲେ ସେହି ସମୟରେ କିଛି କୁକୁର ସେହି ଛୋଟ ଛୁଆର ଜୀବନକୁ ବଞ୍ଚେଇ ଥିଲେ ଓ ତାକୁ ନଳାରୁ ବାହାର କରିଥିଲେ । ସାହାର୍ଯ୍ୟ ପାଇଁ କୁକୁର ମାନେ ବହୁତ ଭୋକିଥିଲେ ହେଲେ ସାହାର୍ଯ୍ୟ ନ ମିଳିବାରୁ ସେମାନେ ସେହି ଛୁଆକୁ କପଡା ସାହାର୍ଯ୍ୟରେ ନଳାରୁ ବାହାର କରିଥିଲେ । ଏହାପରେ ସେହି ଛୁଆକୁ ହସ୍ପିଟାଲ ନେଇ ତାର ଜୀବନ ବଞ୍ଚା ଯାଇଥିଲା ।

୨. ଥାଇଲ୍ୟାଣ୍ଡର ନାସନାଲ ପାର୍କରେ ହାତୀ ମାନଙ୍କୁ ରଖାଯାଉଥିଲା । ଏହି ହାତୀ ମାନଙ୍କ ରକ୍ଷଣ ବେକ୍ଷଣ ପାଇଁ ଡେରିକ ନାମକ ଏକ ଲୋକ ଥିଲା । ସମସ୍ତ ହାତୀ ତୁଳନାରେ ଟମଲୀନ ନାମକ ଏକ ହାତୀ ସହିତ ଡେରିକର ଅଧିକ ଭଲ ପାଇବା ଥିଲା । ଏହାପରେ ଏକ ଟେଷ୍ଟ କରିବା ପାଇଁ ଡେରିକ ଜାଣି ଶୁଣି ପାଣି ଭିତରେ ବୁଡିବାର ଆକଟିଂ କରିଥିଲେ ସେହି ସମୟରେ ଟମଲୀନ ଡେରିକର ଜୀବନ ବଞ୍ଚେଇବା ପାଇଁ ପାଣି ଭିତରକୁ ଆସିଥିଲା ।

୩. ଫିଲିପିନ୍ସରେ ଦୁଇଟି ଝିଅ ରାସ୍ତା ଉପରେ ଖେଳୁଥିଲେ । ସେହି ସମୟରେ ରାସ୍ତାରେ ଦ୍ରୁତ ଗତିରେ ଏକ ବାଇକ ବାଲା ଆସୁଥିଲା । ଦୁର୍ଘଟଣା ହେବା ପୂର୍ବରୁ ଏକ କୁକୁର ରାସ୍ତା ମାଝିକୁ ଆସି ବାଇକ ବାଲାର ଡାଇରେକ୍ସନ ବଦଳାଇ ଥିଲା । ଯାହାଫଳରେ ଉଭୟ ଝିଅ ସହ ବାଇକ ବାଲାର ମଧ୍ୟ ଜୀବନ ବଞ୍ଚି ଯାଇଥିଲା ।

୪. ୧୯୯୦ ମସିହାରେ ଏକ ଘୁଷୁରି ତାର ମାଲିକର ଜୀବନ ବଞ୍ଚେଇଥିଲା । ଲୁଲୁଆ ନାମକ ଏକ ଘୁଷୁରିକୁ ଏକ କପଲ ପାଳୁଥିଲେ । ହେଲେ ଗୋଟେ ଦିନ ସ୍ଵାମୀ ଘର ଛାଡି ବାହାରକୁ ଯାଇଥିଲେ ସେହି ସମୟରେ ସ୍ତ୍ରୀକୁ ହାର୍ଟ ଆଟାକ ଆସିଥିଲା । ସେହି ସମୟରେ ଲୁଲୁ ବହୁତ କଷ୍ଟରେ ଘରୁ ବାହାରି ରାସ୍ତାରେ ଶୋଇବାର ଆକଟିଂ କରିଥିଲା । ଯେତେବେଳେ ଲୋକଙ୍କ ଧ୍ୟାନ ଲୁଲୁଆ ଉପରେ ଆସିଲା ସେତେବେଳେ ଲୁଲୁଆ ଲୋକମାନଙ୍କୁ ନେଇ ତାର ମାଲିକ ଘରକୁ ଆସିଥିଲା । ଯାହାଫଳରେ ତାର ମାଲିକର ଜୀବନ ବଞ୍ଚିଯାଇଥିଲା ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି କିଛି ସୁନ୍ଦର ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *