ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ମଣିଷ ମାନଙ୍କ ଠାରୁ ପଶୁ ପକ୍ଷୀ ମାନେ ଖୁବ ବିଶ୍ୱାସୀ ଥାଆନ୍ତି ତେବେ ଆପଣ ଜାଣିଥିବେ କି ଏହି ମଣିଷ ଏବଂ ପଶୁପକ୍ଷୀ ଙ୍କ ସମ୍ପର୍କ ଖୁବ ନିବିଡ଼ ମଧ୍ୟ ଥାଏ । ତେବେ ବେଳେ ବେଳେ ଏହି ପଶୁପକ୍ଷୀ ମାନେ ଏଭଳି କିଛି ହରକତ କରନ୍ତି ଯାହା ଦେଖି ଆପଣ ଡରିଯିବେ ଏବଂ ବେଳେବେଳେ ଏଭଳି କିଛି ହରକତ କରିଥାନ୍ତି ଯାହାକୁ ଦେଖିବା ପରେ ଆପଣ ନ ହସି ରହି ପାରିବେ ନାହିଁ ।
ତେବେ ଆସନ୍ତୁ ଆଜି ଆମେ ଏହି ପଶୁ ପକ୍ଷୀ ମାନଙ୍କ ର କିଛି ଅଦ୍ଭୁତ ଘଟଣା ବିଷୟରେ ଆଲୋଚନା କରି ନେବା । ୧- ପ୍ରଥମ ଭିଡିଓ ରେ ଗୋଟିଏ ହାତୀ ଓ ଗଣ୍ଡା ପାଣି ପିଇବାକୁ ଯାଇଥିଲେ ତେବେ ହଠାତ ଦୁଇ ଙ୍କ ଭିତରେ କୌଣସି କାରଣ ପାଇଁ ଝଗଡା ହେବା ଆରମ୍ଭ ହୋଇଗଲା ତେବେ ଦୁହେଁ ଏହା ପରେ ଯୁଦ୍ଧ କରିବାକୁ ଲାଗିଲେ ।
ତେବେ କିନ୍ତୁ ଏହି ଯୁଦ୍ଧ ରେ ହାତୀ ଟି ଖୁବ ରାଗି ଯାଇଥିଲା ଏବଂ ସେ ସେହି ଗଣ୍ଡା କୁ ଜୋରରେ ମାରିବାକୁ ଲାଗିଲା ତେବେ ଦୁହିଙ୍କ ଝଗଡା ଭିତରେ ଏକ କୁନି ଗଣ୍ଡା ଟି ଫସି ଗଲା ଏବଂ ତା ପରେ ସେ ସାଇଡ଼ ହୋଇ ଠିଆ ହେଲା । ତେବେ କିଛି ସମୟ ପରେ ସେହି ଗଣ୍ଡାଟି ସେଠାରୁ ଦୌଡ଼ି ପଳାଇଲା ।
୨- ଦ୍ଵିତୀୟ ରେ ତେବେ ଆପଣ ମାନେ ଅନେକ ଥର ମାଙ୍କଡ଼ ମାନଙ୍କର ଅଜବ ଅଜବ ଘଟଣା ସବୁ ଦେଖିଥିବେ । ତେବେ ବର୍ତ୍ତମାନ ଏକ ଭିଡିଓ ରେ ଗୋଟିଏ ମାଙ୍କଡ଼ ଏକ ଜାଲି ସେପଟେ ଏକ ଥଂଡା ବୋତଲ ରଖା ଯାଇଥିଲା ତେବେ ଏହି ମାଙ୍କଡ଼ ଟି ଗୋଟିଏ ବାଡ଼ି ସାହାର୍ଯ୍ୟ ରେ ସେହି ଥଂଡା ବୋତଲ କୁ ଟାଣି ଆଣି ପରେ ତାକୁ ପିଇବାକୁ ଲାଗିଲା । ତେବେ ଏହା ପରେ ଆଉ ଏକ ମାଙ୍କଡ଼ ପରିବା କାଟିବାରେ ଜଣେ ମହିଳା ଙ୍କୁ ସାହାର୍ଯ୍ୟ କରୁଥିବାର ମଧ୍ୟ ଦେଖା ଯାଉଛି ।
୩- ତୃତୀୟ ଭିଡିଓ ରେ ଗୋଟିଏ ଭାଲୁ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ଟେଣ୍ଟ ଉପରେ ତାର ନଜର ପଡିଲା । ତେବେ ସେହି ଭାଲୁ ଟି ସେଠାକୁ ଯାଇ ସେଠାରେ ଖାଦ୍ୟ ଜିନିଷ ସବୁ ଖୋଜିବାକୁ ଲାଗିଲା । ତେବେ ହଠାତ ତା ନଜର ଜଣେ ଲୋକ ଉପରକୁ ଗଲା ଏବଂ ସେ ତା ପାଖକୁ ଯାଇ ତା ଜୋତା କୁ ଶୁଙ୍ଗିବାରେ ଲାଗିଲେ ତେବେ ସେ ଲୋକ ଟି ଉଠି ଡରି ଗଲେ ଏବଂ ଭାଲୁ ମଧ୍ୟ ତାଙ୍କୁ ଦେଖି ଡରି ସେଠାରୁ ଦୌଡ଼ି ପଳାଇଲା ଏବଂ ଗାୟବ ହୋଇଗଲା ।
୪- ଚତୁର୍ଥ ଭିଡିଓ ରେ ଗୋଟିଏ ଛୋଟ କୁକୁର ଛୁଆ ଗୋଟିଏ କୁକୁଡ଼ା ସହ ଲାଗୁଥିଲା ତେବେ ସେଥିରେ କୁକୁଡ଼ା ରାଗି ଯାଇ ଗଞ୍ଜା କୁ ଏକ ଚାପୁଡ଼ା ପକାଇଲା ଏବଂ ଆଉ ଏକ ଭିଡିଓ ରେ ଜଣେ ଲୋକ ଏଣ୍ଡୁଅ କୁ ଦେଖି ହାତ ହଲାଉ ଥିଲେ ତେବେ ଏଣ୍ଡୁଅ ଟି ଏହା ଦେଖି ସେ ମଧ୍ୟ ତାଙ୍କ ଭଳି ହାତ ହଲେଇବାକୁ ଲାଗିଲା ।
୫- ପଞ୍ଚମ ଭିଡିଓ ରେ ଜଣେ ଲୋକ ନିଜ କୁକୁର କୁ ଛିଡା କରି ତା ଉପରେ ତଲବାର ଧରି ଠିଆ ହେଲା ଏବଂ ତା ଉପରେ ଆଟାକ କରିବାର ଅଭିନୟ କରୁଥିଲା । ତେବେ ସେ ସମୟରେ ସେହି କୁକୁର ଟି ର କୌଣସି ରିଆକ୍ସନ ନଥିଲା ଏବଂ ପରେ ସେ କୁକୁର କୁ ଧରି ଗେଲ କରିବାକୁ ଲାଗିଲେ । ତେବେ ସେ ନିଜ କୁକୁରର ଟେଷ୍ଟ ନେଉଥିଲେ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।