ଓଡ଼ିଶା ସରକାରଙ୍କୁ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ପୁରୀରୁ ଯାଇ ପାର୍ଲାମେଣ୍ଟରେ ଉଠିଲାଣି । ଶ୍ରୀମନ୍ଦିରର ସୁରକ୍ଷା କରିଡର ଭିତରେ ୪ଟି ଟଏଲେଟ୍‌ ନିର୍ମାଣ ହେଉଥିବା ନେଇ ସାଂସଦ ପିନାକୀ ମିଶ୍ର ପାର୍ଲାମେଣ୍ଟରେ କହିଥିଲେ । କିନ୍ତୁ ପରେ ସେ ନିଜ ତଥ୍ୟ ସମ୍ପର୍କରେ ସଫେଇ ଦେଇଥିଲେ । ଏମିତିକି ସେ ଏକ ଚିଠି ଦେଖାଇ ଗତ ସେପ୍ଟେମ୍ବର ୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏନଏମଏ ଏନ୍ଓସି ଦେଇଥିବା କଥା ଦୋହରାଇବା ସହ କ୍ଲକ ରୁମ୍, ମିନି କ୍ଲକ ରୁମ୍, ସେଲ୍ଟର ପାଭିଲିଅନ, ପୁରୁଷ, ମହିଳା ଓ ସେବାୟତଙ୍କ ପାଇଁ ଟଏଲେଟକୁ ଏନଓସି ମିଳିଛି ବୋଲି ଦର୍ଶାଇଥିଲେ ।


ତେବେ ସମୟ ଅଭାବରୁ ସେଦିନ ସଂସଦରେ କେବଳ ଟୟଲେଟ କଥା କହିବା ସହ ବାକି କିଛି ବି ମିଛ କହିନାହାନ୍ତି ବୋଲି କହିଥିଲେ । ଏପରିକି କଙ୍କଡା ଉପାଖ୍ୟାନ ଓ ବିବାଦୀୟ ମନ୍ତବ୍ୟକୁ ନେଇ ଖୋଦ୍ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ବିରୋଧ ପ୍ରଦର୍ଶନ ହେଉଥିବା ବେଳେ ଅସନ୍ତୋଷ ବି ତେଜୁଛି । ତେବେ ପିନାକୀଙ୍କ ମନ୍ତବ୍ୟ ଉପରେ ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସଂସଦରେ ପୁରୀ ସାଂସଦ ବାରମ୍ବାର କେବଳ ସେଠି ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କଥା କହିଥିଲେ ।

ତାସହ ପିନାକୀ ଯେଉଁ ଚିଠି ଦେଖାଉଛନ୍ତି ତାହା ଏଏସଆଇ ର ନୁହେଁ ବରଂ ଏନଏମଏ ର ଚିଠି । ଯାହା କି ଏନଓସି ନୁହେଁ । ଏଏମଏଏସଆର ଆକ୍ଟ ଅନୁସାରେ କୌଣସି ଐତିହ୍ୟର ୧୦୦ ମିଟର ପରିଧିରେ କିଛି ବି  ନିର୍ମାଣ କାମର ଆବଶ୍ୟକ ପଡ଼ିଲେ, ତାହା ଏଏସ୍‌ଆଇ ଡିଜି ଙ୍କ ଅନୁମତିରେ ହିଁ ହେବ । ତେଣୁ ସେଠି ଯାହା ସବୁ ନିର୍ମାଣ କାମ ଚାଲିଛି ତାହା ବେଆଇନ୍ କି ନୁହେଁ ତାକୁ ସମସ୍ତେ ଦେଖୁଛନ୍ତି ।

ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ସୁରକ୍ଷା କରିଡର୍‌କୁ ସୌନ୍ଦର୍ଯ୍ୟକରଣକୁ ଆମେ ଅଭିନନ୍ଦନ ଜଣାଉଛୁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିକଡ଼େ ୪୦ରୁ ୫୦ ଫୁଟ୍‌ର ଖନନ କରାଯିବ ।  ଏହାଦ୍ୱାରା ମନ୍ଦିରର ସୁରକ୍ଷା ପ୍ରତି ବଡ଼ ବିପଦ ଛିଡ଼ା ହୋଇଛି । ଯଦି ରାଜ୍ୟ ସରକାର ଏଭଳି ବଡ଼ ବଡ଼ ଗାତକୁ ନ ପୋତନ୍ତି, ତାହାହେଲେ ସେ ନିଜେ ପୋତିଦେବି ବୋଲି ଚେତାବନୀ ଦେଇଛନ୍ତି ।


ତେବେ ଫୁଣି ଥରେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତ କହିଛନ୍ତି କି ଯଦି ଚାରିଆଡେ ରାସ୍ତା କାମ,ପାଣି କାମ,ଟଏଲଟ କାମ ଚାଲିଛି ତେବେ ଲିଙ୍ଗରାଜ ମନ୍ଦିରରେ କଣ ପାଇଁ ହେଉ ନାହିଁ । ତେବେ ସେ କହିଥିଲେ କି ବିଧାନସଭା ରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା ଏବଂ କେନ୍ଦ୍ର ସରକାର କିଛି ନ ଭାବି ଏବଂ କାହା ସହ କଥା ନ ହୋଇ ପ୍ରସ୍ତାବ କୁ ମନା କରି ଦେଇଥିଲେ ତେବେ ଏହା ଓଡିଶା ସରକାରଙ୍କୁ ଶକ୍ତ ଚାପୁଡ଼ା ଦେବା ଭଳି ଲାଗିଲା । ତେବେ ଲିଙ୍ଗରାଜ ମନ୍ଦିର ବିଷୟରେ ତୁରନ୍ତ ଭାବନ୍ତୁ ଏବଂ ଉଚିତ କାର୍ଯ୍ୟ ଗ୍ରହଣ କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *