ପରିସ୍ରା କରିବା ସମୟରେ ଯେଉଁମାନେ କରିଥାନ୍ତି ଏହି ସବୁ ଭୁଲ, ସେମାନ ଏବେହିଁ ସୁଧୁରି ଯାଆନ୍ତୁ ନହେଲେ

ବାଥରୁମ ଯିବା ସମସ୍ତଙ୍କ ଜୀବନର ମହତ୍ଵପୂର୍ଣ୍ଣ କାମ ଅଟେ । କିନ୍ତୁ ବାଥରୁମ ଯାଇ ପରିସ୍ରା କରିବା ସମୟରେ ଆମେ ଏମିତି କିଛି ଭୁଲ କରିଥାଉ ଯାହା ଆମକୁ କେବେ ବି କରିବା ଉଚିତ ନୁହେଁ । ଏହା ଏହିଭଳି ଛୋଟ ଛୋଟ ଭୁଲ ଅଟେ ଯାହାକୁ ଆମେ ନଜର ଅନ୍ଦାଜ କରିବା ଦ୍ଵାରା ଆମ ଶରୀରରେ ହେଉଥିବା ରୋଗ ଗୁଡିକୁ ବି ଆମେ ନଜର ଅନ୍ଦାଜ କରିଦେଉ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିଦେଉଛୁ କି ପରିସ୍ରା କରିବା ସମୟରେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ ?

ଡିହାଇଡ୍ରେସନ କାରଣରୁ

ଏହା ସମସ୍ତେ ଜାଣିଛନ୍ତି କି ପାଣି ଆମର ଶରୀର ପାଇଁ ବହୁତ ଅଧିକ ଜରୁରୀ ହୋଇଥାଏ । ବିନା ପାଣିରେ ମନୁଷ୍ୟ କଣ ପଶୁ ବି ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ ନାହିଁ । କୁହାଯାଏ କି ଆମକୁ ଦିନକୁ ଅତି କମରେ ୧୦ ରୁ ୧୨ ଗ୍ଲାସ ପାଣି ପିଇବା ଇଚିତ । କିନ୍ତୁ ଲୋକମାନେ କାମରେ ଏତେ ବ୍ୟସ୍ତ ହୋଇ ଯାଆନ୍ତି କି ସେମାନେ ପାଣି ପିଇବା ଭୁଲି ଯାଆନ୍ତି ।

ଆପଣଙ୍କ ଶରୀରକୁ ପୁରା ପାଣି ମିଳୁଛି କି ନାହିଁ ଆପଣଙ୍କ ପରିସ୍ରାର ରଙ୍ଗକୁ ଦେଖି ଏହା ଆପଣ ଜାଣି ପାରିବେ । ଯଦି ଆପଣଙ୍କ ପରିସ୍ରାର ରଙ୍ଗ ନର୍ମାଲ ଅଛି ତେବେ ଆପଣ ଠିକ ରୂପରେ ପାଣି ପିଉଛନ୍ତି । କିନ୍ତୁ ପରିସ୍ରାର ରଙ୍ଗ ଯଦି ହଳଦିଆ ଅଛି କିମ୍ବା ସେଥିରୁ ଦୁର୍ଗନ୍ଧ ଆସୁଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଶରୀରରେ ପାଣିର ଅଭାବ ଅଛି ।

ଗୁପ୍ତାଙ୍ଗକୁ ସଫା କରିବା ଉପରେ ଧ୍ୟାନ ନ ଦେବା

ଯଦି ଆପଣ ଗୁପ୍ତାଙ୍ଗ ସଫା ଉପରେ ଧ୍ୟାନ ଦେବେ ନାହିଁ ତେବେ ସୁଧୁରି ଯାଅନ୍ତୁ । ଗୁପ୍ତାଙ୍ଗକୁ ସଫା କରିବା ଉପରେ ଧ୍ୟାନ ନ ଦେବା ଦ୍ଵାରା ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ଯଦି ଆପଣ ଏହି ଜିନିଷକୁ ନଜର ଅନ୍ଦାଜ କରିବେ ତେବେ ଆପଣଙ୍କୁ ଓବେରିୟନ କ୍ୟାନ୍ସର ଭଳି ଭୟଙ୍କର ରୋଗ ବି ହୋଇପାରେ ।

ୟୁରିନ ଇନଫେକ୍ସନ

ୟୁରିନ ଇନଫେକ୍ସନ ଏକ ଗମ୍ଭୀର ରୋଗ ଅଟେ । ଯେଉଁଥିରେ ମହିଳାମାନଙ୍କ ପରିସ୍ରାରୁ ଏକ ଅଲଗା ପ୍ରକାରର ଦୁର୍ଗନ୍ଧ ଆସିଥାଏ ଓ ସେହି ସ୍ଥାନରେ କଷ୍ଟ ଅନୁଭବ ହୋଇଥାଏ । ୟୁରିନ ଇନଫେକ୍ସନ ଏକ ସଂକ୍ରମଣ ରୋଗ ଅଟେ ଯାହା ପ୍ରାୟତଃ ମହିଳାମାନଙ୍କୁ ପରିସ୍ରା ଥଳିରେ ହୋଇଥାଏ । ଯଦି ଆପଣଙ୍କୁ ଏହିଭଳି ସମସ୍ୟା ଅଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *