ପାକିସ୍ତାନରେ ଭାରତୀୟ ଇତିହାସ କେମିତି ପଢା ଯାଇଥାଏ, ଜାଣିଲେ ବିଶ୍ଵାସ କରିପାରିବେ ନାହିଁ

୨୦୦ ବର୍ଷ ପର୍ଯ୍ୟନ୍ତ ବ୍ରିଟିଶର ଗୁଲାମି ରହିବା ପରେ ଭାରତ ଓ ପାକିସ୍ତାନ ପାଖାପାଖି ୭୩ ବର୍ଷ ପୂର୍ବେ ଗୋଟିଏ ହିଁ ବର୍ଷରେ ସ୍ଵତନ୍ତ୍ର ହୋଇଥିଲେ । ୧୪ – ୧୫ ଅଗଷ୍ଟ ୧୯୪୭ ପରେ ଭାରତ ଓ ପାକିସ୍ତାନ ଅଲଗା ଅଲଗା ହୋଇଗଲେ କିନ୍ତୁ ଏହା ପୂର୍ବରୁ ଦୁଇ ଦେଶ ଗୋଟିଏ ହିଁ ଥିଲା । ଏହା ସହିତ ତାଙ୍କର ଇତିହାସ ବି ଗୋଟିଏ ହିଁ ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଭାରତ ଓ ପାକିସ୍ତାନର ଛାତ୍ରମାନେ ଅଲଗା ଅଲଗା ଇତିହାସ ପଢୁଛନ୍ତି । ଭାରତ ଓ ପାକିସ୍ଥାନର ସ୍କୁଲର ବହିରେ ଇତିହାସ ବିଷୟରେ ଅଲଗା ଅଲଗା ସୂଚନା ଦିଆ ଯାଇଛି । ଜାଣନ୍ତୁ ବିଭାଜନ ପରେ ଭାରତ ଓ ପାକିସ୍ତାନର ଇତିହାସ କଣ ଅଟେ !

ଆଜି ଆମେ ଆପଣଙ୍କୁ ଗୋଟିଏ ଇତିହାସକୁ ପାକିସ୍ତାନ ଓ ଭାରତ ନିଜର ଶିକ୍ଷା କ୍ଷେତ୍ରରେ କେଉଁଭଳି ବ୍ୟବହାର କରିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଇତିହାସର ଗୋଟିଏ ଘଟଣାକୁ ଦୁଇ ଦେଶର ଇତିହାସକାରମାନେ ଅଲଗା ଅଲଗା ଦୃଷ୍ଟିକୋଣରୁ ଲେଖିଛନ୍ତି । ଏହି ଇତିହାସକାରମାନେ ଇତିହାସ ଲେଖିବା ସମୟରେ ନିଜର ଚିନ୍ତାଧାରା ଏତେ ତଳକୁ ଖସି ଯାଇଛି କି କେତେଥର କିଛି ଘଟଣାର ସରଞ୍ଚନା ପୂରାପୂରି ବଦଳି ଯାଇଛି ।

ଉଦାହରଣରେ କାଶ୍ମୀର ମାମଲାକୁ ନିଅନ୍ତୁ । ଗୋଟିଏ ଦେଶର ଇତିହାସ ବହିରେ କୁହାଯାଇଛି କି ୧୯୪୭ରେ କାଶ୍ମୀର ର ତତ୍କାଳୀନ ଶାସକ ମହାରାଜ ହରି ସିଂହ ନା ଭାରତରେ ସାମିଲ ହେବାକୁ ଚାହୁଁଥିଲେ ନା ପାକିସ୍ତାନରେ । ଏହା ପରେ ପାକିସ୍ତାନର ସଶସ୍ତ୍ର ଅନାହୁତ ପ୍ରବେଶକମାନେ କାଶ୍ମୀର ଉପରେ ଆକ୍ରମଣ କରିଲେ ଓ ସେହି ସମୟରେ ହରି ସିଂହ ଭାରତରେ ସାମିଲ ହେବା ପାଇଁ ପ୍ରସ୍ତୁତ ସନ୍ଧି ଉପରେ ହସ୍ତାକ୍ଷର କରିଲେ । ଏହା ପରେ ଭାରତୀୟ ସେନା କାଶ୍ମୀରକୁ ସୁରକ୍ଷା ପ୍ରଦାନ କରିଲେ ।

ଅନ୍ୟ ଦେଶର ଇତିହାସ ବହିରେ ଏହା ଲେଖା ହୋଇଛି କି ହରି ସିଂହ କାଶ୍ମୀର ରେ ମୁସ୍ଲିମମାନଙ୍କ ନରସଂହାର ଆରମ୍ଭ କରିଦେଲେ । ଏହା ପରେ ପାଖାପାଖି ଦୁଇ ଲକ୍ଷ ଲୋକମାନେ ପଶ୍ଚିମୋତ୍ତର ସୀମାଂତ ପ୍ରାନ୍ତ ର ଯୁବକମାନଙ୍କ ସାହାର୍ଯ୍ୟରେ କାଶ୍ମୀରର ବଡ ଅଂଶକୁ ଆଜାଦ କରିବାରେ ସଫଳତା ହାସଲ କରିଲେ । ଏହା ପରେ ହରି ସିଂହ ବାଧ୍ୟ ହୋଇ ଭାରତ ଆଡକୁ ଅଗ୍ରସର ହେଲେ । ଏଥିରୁ ଜଣା ପଡି ଯାଉଛି କି ପ୍ରଥମ ଇତିହାସ ଭାରତୀୟଙ୍କ ଦ୍ଵାରା ଲେଖା ହୋଇଛି ଓ ଦ୍ଵିତୀୟ ଇତିହାସ ପାକିସ୍ତାନ ଦ୍ଵାରା ଲେଖା ହୋଇଛି ।

Leave a Reply

Your email address will not be published. Required fields are marked *