କାହିଁକି ଜିଅବନ ହାରିଲେ କ୍ରିଡା ଶିକ୍ଷୟତ୍ରୀ Tanuja Biswas, ମୋବାଇଲ କହିବ ମୃତ୍ୟୁର ରହସ୍ୟ !

ବନ୍ଧୁଗଣ, ସୁଚାନ ଅନୁଯାୟୀ କ୍ରିଡା ଶିକ୍ଷୟତ୍ରୀ ନିଜର ଜୀବନ ହାରିଛନ୍ତି ଏବଂ ସେନିଜ ଶେଷ ଚିଠିରେ ଲେଖିଛନ୍ତି ମୋ ଜୀବନ ହାରିବା ଘଟଣାକୁ ଆଗକୁ ନ ବଢାଇବା ପାଇଁ ଏବଂ ତଦନ୍ତ ନକରିବା ପାଇଁ । ତେବେ କାହିଁକି ଏଭଳି ଲେଖିଛନ୍ତି ଶିକ୍ଷୟତ୍ରୀ ? ତଦନ୍ତ ହେଲେ କେଉଁ ଘଟଣା ସାମ୍ନାକୁ ଆସିବ ? ପାରିବାରିକ କଳହ ପ୍ରେମ ନା ଆଉ କିଛି ? ମୃ-ତ୍ୟୁର କାରଣକୁ କାହିଁକି ଲୁଚାଇବାକୁ ଚାହିଁଥିଲେ ମୃ-ତ ଶିକ୍ଷୟତ୍ରୀ ? ତେବେ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଜଣେ କ୍ରିଡା ଶିକ୍ଷୟତ୍ରୀ ନିଜ ଜୀବନକୁ ହାରିଦେଇଛନ୍ତି ।

ପରିବାର ଠାରୁ ଆରମ୍ଭ କରି ତାଙ୍କ ସହପାଠୀ ଏବଂ ଉମରକୋଟର ଜନସାଧାରଣ ଜୀବନ ହାରିବାକୁ ସହଜରେ ବିଶ୍ଵାସ କରି ପାରୁନାହାଁନ୍ତି । ଆଉ ମୃ-ତ ଶିକ୍ଷୟତ୍ରୀ ହେଉଛନ୍ତି ତନୁଜା । ତନୁଜା ଉମରକୋଟ ନିକଟସ୍ଥ ଜାମୁରୁଣ୍ଡା ଠାରେ ଏକ ବାଳିକା ଉଚ୍ଚ ବିଦ୍ୟାଳୟରେ ସେ କ୍ରିଡା ଶିକ୍ଷୟତ୍ରୀ ଭାବରେ ସେ କାମ କରୁଥିଲେ । ସେ ବହୁତ ଖୁସି ମିଜାସର ଥିଲେ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଉଥିଲେ ।

ମାତ୍ର ତନୁଜା କାହିଁକି ଏହିଭଳି ଜୀବନ ହାରିଲେ ତାହା ସମସ୍ତଙ୍କୁ ସ୍ତବ୍ଦ କରି ଦେଇଛି । ସେ କେବଳ କ୍ରୀଡା ଶିକ୍ଷୟତ୍ରୀ ନଥିଲେ ଟିକଟକ ମାଧ୍ୟମରେ ନିଜର ନାଚିବାର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ପୋଷ୍ଟ କରି ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ତନୁଜା । ତେବେ ଜୀବନରେ ସବୁବେଳେ ଖୁସିରେ ରହୁଥିବା ତନୁଜା ହଠାତ କାହିଁକି ଜୀବନ ହାରିଦେଲେ ? ଏହାକୁ ନେଇ ବର୍ତ୍ତମାନ ଉଠିଛି ଅନେକ ଗୁଡିଏ ପ୍ରଶ୍ନ ।

ଏବଂ ଶେଷ ଚିଠିରେ ସେ ଏଭଳି କାହିଁକି ଲେଖିଲେ ଯେ ଆଉ ଏହି ସମ୍ବନ୍ଧରେ ବିଶେଷ ଖୋଳତାଳ କରିବାର ଆବଶ୍ୟକତା ନାହିଁ । ପୋଲିସର ତଦନ୍ତ ଆବଶ୍ୟକତା ନାହିଁ ତଥା ମୋ ମୃ-ତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ତେବେ ଏହା ପଛରେ ପାରିବାରିକ କଳହ ତଦନ୍ତ ନା ଆଉ କିଛି ଲୁଚି ରହିଛି ତାହା ପୋଲିସ ର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ତନୁଜାଙ୍କ ପଡୋଶୀ ନିବେଦିତା କହିଛନ୍ତି ଯେ ମୋ ସହିତ ସେ ବହୁତ ଭଲରେ କଥା ହେଉଥିଲା, ତଥା ବହୁଅତ ଭଲ ଝିଅ ସେ ।

ମାତ୍ର ମୁଁ ହଠାତ ତାଙ୍କ ଘରକୁ ଗଲା ବେଳକୁ ତାଙ୍କ ମା’ ଏଭଳି କହିଲେ ଯେ କ’ଣ ଏମିତି ହୋଇଛି ? ମାତ୍ର ମୁଁ ବହୁତ ଆଶାରେ ଯାଇଥିଲି ଯେ ଡାକ୍ତର ଦେଖୁଛନ୍ତି ନିଶ୍ଚିତ ଭାବରେ ସେ ଭଲ ହୋଇଯିବ । ମାତ୍ର ତନୁଜା ସବୁଦିନ ଲାଗି ଆରପାରିକୁ ଚାଲିଗଲା ବୋଲି ମର୍ମହାତ ହୋଇ କହିଛନ୍ତି ତାଙ୍କ ପଡୋଶୀ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *