ଶନିବାରର ରାଶିଫଳ 16 ମେ 2020, ଆଜି ଶନିଦେବ ଏହି 6ଟି ରାଶିର ସବୁ ମନୋକାମନା କରିବେ ପୁରା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 16 ମେ 2020 ଶନିବାରର ରାଶିଫଳ ।

ମେଷ

ଏହି ରାଶିର ଲୋକମାନେ ବଡ ମାନଙ୍କର ଆଦର କରିବେ । ପରିବାରରେ କୌଣସି ସମାରୋହ ର ଆୟୋଜନ କାରଣରୁ ଆପଣ ଖୁସି ରହିବେ । ପାରିପାରିବ ଜୀବନରେ ହେଉଥିବା ସମସ୍ୟା ଶେଷ ହେବ । ନିଜର କଥା ଉପରେ ନିୟତ୍ରଣ ରଖନ୍ତୁ । କିଛି ଲୋକଙ୍କୁ ବ୍ୟାପାରିକ ଏବଂ ଶୈକ୍ଷିକ ଲାଭ ମିଳିବ । ଶନିଦେବ ଙ୍କ କୃପାରୁ ବେରୋଜଗାର ଲୋକଙ୍କୁ ଚାକିରି ମିଳିବାର ସମ୍ଭାବନା ଅଛି । ଆପଣ ନିଜ ଜିନିଷ ଉପରେ ଧ୍ୟାନ ରଖନ୍ତୁ ନହେଲେ ଆପଣଙ୍କର ଚୋରୀ ହୋଇ ପାରେ ।

ବୃଷ

ଆଜି ଆପଣଙ୍କର ଭାଗ୍ୟ ଆପଣଙ୍କର ସମ୍ପୂର୍ଣ ସାଥ ଦେବ । ଯେଉଁଥି ପାଇଁ ଆପଣଙ୍କ ବ୍ୟବସାୟରେ ବୃଦ୍ଧି ହେବ । ଶନିଦେବ ଙ୍କ କୃପାରୁ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ସବୁ କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁଙ୍କର ସହଯୋଗ ମିଳିପାରେ । ବର୍ତ୍ତମାନ ର କିଛି ଘଟଣା ପାଇଁ କିଛି ପୁରୁଣା କାରଣ ଦାୟି ହେବ । ଏହାଦ୍ୱାରା ଆପଣଙ୍କ ଇଜ୍ଜତକୁ ଆଘାତ ପହଞ୍ଚିବ ।

ମିଥୁନ

ଯଦି ଆପଣଙ୍କର ଧନ ଲମ୍ବା ସମୟ ଧରି ଅଟକି ରହିଛି ତାହେଲେ ତାହା ଆଜି ଆପଣଙ୍କୁ ମିଳିପାରେ । ଶନିଦେବ ଙ୍କ କୃପାରୁ ଆପଣଙ୍କର ଅଟକିଥିବା ସବୁ କାମ ଦୃତଗତିରେ ପୁରା ହେବ । ପାରିବାରିକ ଜୀବନରେ ଖୁସି ଆସିବ ଏବଂ ଆପଣଙ୍କର ପୁରୁଣା ଭଲପାଇବା ଆପଣଙ୍କୁ ମିଳିବ । ବିବାହ ପ୍ରସ୍ତାବ ଆସିପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

କର୍କଟ

ଆପଣଙ୍କର ଯୋଗ୍ୟତା ପାଇଁ ଲୋକ ମାନଙ୍କ ସହିତ ଯୋଡି ହେବା ପାଇଁ ପସନ୍ଦ କରିବେ । ଆଜି ଆପଣଙ୍କର କାର୍ଯ୍ୟ କରିବାର ଶୈଳୀ ଲୋକ ମାନଙ୍କୁ ପ୍ରଭାବିତ କରିବ । ଆପଣଙ୍କୁ ନିଜର ବ୍ୟବହାର ଏବଂ କଥା ଉପରେ ନିୟତ୍ରଣ ରଖିବା ପାଇଁ ପଡିବ । ସମୟ ଅନୁକୂଳ ରହିବ । ବ୍ୟବସାୟୀ ଲୋକ ମାନଙ୍କର ଲାଭ ହେବା ସହିତ କ୍ଷତି ହୋଇ ପାରେ । ପରିବାରର କୌଣସି ବଡ ଲୋକଙ୍କ ସହିତ ସମୟ କାଟିବେ । ଆପଣଙ୍କର ପୁରୁଣା ଭଲ ପାଇବା ଆପଣଙ୍କୁ ମିଳିପାରେ ।

ସିଂହ

ଆଜି ଆପଣ କାମରେ ବ୍ୟସ୍ତ ରହିବା କାରଣରୁ ଆଜିର ଦିନ ଆପଣଙ୍କର ପାଇଁ ଟିକେ କଷ୍ଟ ରହିବ କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସବୁ କଷ୍ଟ ଦୂର ହୋଇଯିବା ସହିତ ଆପଣଙ୍କୁ ଧନଲାଭ ଓ ପ୍ରମୋଶନ ହେବାର ସମ୍ଭାବନା ଅଛି । ବଡ ମାନଙ୍କ ଆଶୀର୍ବାଦରୁ ଆପଣଙ୍କର ସବୁ କଷ୍ଟ କାମ ସହଜ ହୋଇଯିବ । ବ୍ୟବସାୟରେ ପ୍ରଗତି ହେବ । ଆପଣଙ୍କ ବ୍ୟବସାୟରେ ଲାଭ ମଧ୍ୟ ହେବ । ପ୍ରପୋର୍ଟି କିଣିବା ପାଇଁ ଆଜିର ଦିନଟି ଭଲ ଅଛି ।

କନ୍ୟା

ଏହି ରାଶି ଲୋକ ମାନଙ୍କର ପରିବାରରେ ଭଲପାଇବା ବଢିବ ଏବଂ ଆପଣ ଜୀବନସାଥିଙ୍କ ସହିତ ଭଲ ସମୟ କାଟି ପାରନ୍ତି । କୌଣସି ବଡ କାମ କରିବା ପୂର୍ବରୁ ନିଜର ବଡ ଲୋକ ମାନଙ୍କ ଠାରୁ ଉପଦେଶ ନିଅନ୍ତୁ । ପ୍ରମୋଶନ ହେବା ସହିତ ଏବଂ ଦରମା ମଧ୍ୟ ବଢିପାରେ । ନୂଆ ବ୍ୟାୟାମ ଆପଣାଇବାର ଲାଭ ଆପଣଙ୍କୁ ନିହାତି ମିଳିବ । ବୈବାହିକ ଜୀବନ ଭଲରେ କଟିବ ।

ତୁଳା

ଆଜି ଅଧିକାରୀ ମାନଙ୍କର ମାର୍ଗ ଦର୍ଶନରେ ଆପଣଙ୍କର ଅଟକି ଥିବା କାମ ପୁରା ହେବ । ନିଜର ଲୋକ ମାନଙ୍କ ଠାରୁ ସହଯୋଗ ମିଳିବ । ଆପଣଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଶନିଦେବ ଙ୍କ କୃପାରୁ ଆପଣଙ୍କର ବିଗିଡି ଥିବା କାମ ପୁରା ହେବ ଏବଂ ଆପଣଙ୍କର ମନସ୍କାମନା ମଧ୍ୟ ପୂରଣ ହେବ । ଆପଣଙ୍କୁ ଯାହା ଠିକ ଲାଗୁଛି ତାହା ହିଁ କରନ୍ତୁ । ଆପଣଙ୍କ ଜୀବନରେ ଯାହା କମି ଅଛି ତାହାକୁ ନଦେଖି ଯାହା ଭଲ ଜିନିଷ ଅଛି ତାକୁ ଦେଖନ୍ତୁ ।

ବିଛା

ଏହି ରାଶିର ଲୋକ ନିଜର ଖୁସିକୁ ସବୁବେଳ ପାଇଁ ରଖନ୍ତୁ କାରଣ ଏହା ଦ୍ଵାରା ଆପଣଙ୍କର ସବୁ ଦୁଖଃ କଷ୍ଟ ଦୂର ହୋଇଯିବ । ଝଗଡା ଠାରୁ ନିଜକୁ ଦୂରେଇ ରଖନ୍ତୁ । ଯେଉଁ ଲୋକ ସହିତ ଆପଣଙ୍କର କେବେ କେବେ ଦେଖା ହୋଇଥାଏ ତାଙ୍କ ସହିତ କଥା ହେବା ପାଇଁ ଅବସର ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣ ବହୁତ ଭଲ ପ୍ରଦର୍ଶନ କରିବେ । ଆଜି ଆପଣଙ୍କ ଘରେ କୌଣସି ଧାର୍ମିକ ପୂଜା ହୋଇପାରେ ।

ଧନୁ

ଆଜି ଆପଣ ଉର୍ଣ୍ଣତି କରିବେ । ବହୁତ ଦିନ ଧରି ଚାଲି ଆସୁଥିବା ସବୁ ସମସ୍ୟା ଦୂର ହୋଇଯିବ । ଘରକୁ ସବୁ ଦିଗରୁ କେବଳ ଖୁସି ହିଁ ଆସିବ । ବେପାର ଏବଂ ଚାକିରି କ୍ଷେତ୍ରରେ ଆପଣଙ୍କୁ ବହୁତ ସଫଳତା ମିଳିବ । ଧନ ମାମଲାରେ ସ୍ଥିତି ମାଧ୍ୟମ ଧରଣର ରହିବ । ଚାକିରି କରିଥିବା ଲୋକଙ୍କର ପ୍ରମୋଶନ ହୋଇପାରେ ।

ମକର

ଆପଣଙ୍କ ଜୀବନରେ ଆଜିକାଲି ଯେଉଁ ସମସ୍ୟା ଦେଖାଯାଉଛି ତାକୁ ଆପଣଙ୍କୁ ବୁଝି ବିଚାରୀ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିପାରେ । ବେପାର କ୍ଷେତ୍ରରେ ବହୁତ ଲାଭ ମିଳିବ । ଆପଣଙ୍କ ଘର ଏବଂ ପରିବାରକୁ ଖୁସି ଆସିବ । ଆପଣଙ୍କର ଯୋଜନା ସଫଳ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ବେପାରରେ ହିଂସା କରୁଥିବା ଲୋକଙ୍କୁ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ

ଆପଣଙ୍କ ଭିତରେ ଥିବା ସଫଳତାର ଶୀର୍ଷକୁ ଛୁଇଁବାର ଇଚ୍ଛା ଅଛି କିନ୍ତୁ ଏହି ସମୟ ସେଥିପାଇଁ ଠିକ ନୁହେଁ । ପରିବାରର କୌଣସି ସଦସ୍ୟଙ୍କ ଠାରୁ ଆପଣଙ୍କୁ ଶୁଭ ସମାଚାର ମିଳିବ । ବିବାହ ପାଇଁ ପ୍ରସ୍ତାବ ଆସିପାରେ । ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ ଦେବ । ଆଜି ଆପଣ ଯେମିତି ଚାହୁଁଥିବେ ସେମିତି କିଛି ହେବ ନାହିଁ । ଭଲ ହେବ ଆପଣ ଯୋଗାଭ୍ୟାସ କରନ୍ତୁ ।

ମୀନ

ଆଜି ନୂଆ ଗାଡି କିମ୍ବା ଜମିବାଡି କିଣିବା ପାଇଁ ଯୋଜନା କରି ପାରନ୍ତି । ଆପଣଙ୍କୁ କିଛି ଘଟଣାର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ପଡିବ । ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ସନ୍ତୁଷ୍ଟ ଭରା ରହିବ । ଆପଣଙ୍କର ଜୀବନସାଥୀ ଙ୍କର କାମକୁ ନେଇ ବ୍ୟସ୍ଥତା ଆପଣଙ୍କର ଉଦାସିର କାରଣ ହୋଇପାରେ । ଆଜି ଆପଣ କୌଣସି ଲୋକ ସହିତ ଦେଖା କରିବା ପାଇଁ ଯାଇ ପାରନ୍ତି । ବନ୍ଧୁ ଏବଂ ପରିବାର ସଦସ୍ୟ ଙ୍କ ସହିତ ଘରେ ଉତ୍ସବର ବାତାବରଣ ରହିବ ।

Leave a Reply

Your email address will not be published. Required fields are marked *