‘ପରିଣାମ ବହୁତ୍ ଭୟଙ୍କର ହେଇପାରେ, କାରଣ ପ୍ରକୃତି ଏବେ ଯାହା କରୁଛି ନା…’ ଦେଖନ୍ତୁ Prakruti ଙ୍କୁ ନେଇ କଣ କହିଲେ Sanjay Nayak

ବନ୍ଧୁଗଣ ଏବେ ପୁଣି ଥରେ ବାବୁସାନ, ପ୍ରକୃତି ଓ ତୃପ୍ତିଙ୍କ ବିବାଦ ନେଇ ଚର୍ଚ୍ଚା । ପୁଣି ଲେଉଟୁଛି ବାବୁସାନ ଓ ପ୍ରକୃତିଙ୍କ ଆଉ ତୃପ୍ତି ବିବାଦ । କାରଣ ଏବେ ଭୁବନେଶ୍ବର କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ପ୍ରକୃତି ମିଶ୍ର । ଆଉ ଏହା ସହ ବାବୁସାନଙ୍କ ପତ୍ନୀ ତୃପ୍ତି, ତୃପ୍ତିଙ୍କ ବାପା ଲଲିତ ଶତପଥି ଏବଂ ୟୁଟ୍ୟୁବ ବିରୋଧରେ ମାନହାନି ଅଭିଯୋଗ କରିଛନ୍ତି ପ୍ରକୃତି ମିଶ୍ର । ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟ ପଟେ ତୃପ୍ତି ମଧ୍ୟ ନିଜ ଓକିଲଙ୍କ ସହ କଥା ବାର୍ତ୍ତା କରି ସାରିଛନ୍ତି । ପ୍ରକୃତିଙ୍କୁ ଖୁବ ଶୀଘ୍ର ଉତ୍ତର ଦେବେ ତୃପ୍ତି । ଆଉ ଏହାରି ମଧ୍ୟରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ପ୍ରଯୋଜକ ଓ ଫିଲ୍ମ ନିର୍ମାତା ସଞ୍ଜୟ ନାୟକ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସଞ୍ଜୟ ଆଗରୁ ମଧ୍ୟ ଏହାକୁ ନେଇ ଅନେକ ଥର ବୟାନ ଦେଇ ସାରିଛନ୍ତି ।

ତେବେ ସଞ୍ଜୟ କହିଛନ୍ତି-‘ଦେଖନ୍ତୁ ମୋ ହିସାବରେ ଏଇଟା ଅନ୍ୟାୟ କଥା ମୋତେ ଖୁସି ଲାଗିଥିଲା ଯେତେବେଳେ ବାବୁସାନ ତାର ବାପା-ମାଆ ପାଖକୁ ଗଲା ତା ସ୍ତ୍ରୀ ସହ ମିଶିଲା ଆଉ ତା ପୁଅ ସହ ମିଶିଲା । ଅନ୍ୟ ପଟେ ପ୍ରକୃତି ମୁମ୍ବାଇ ଯାଇ ସେ ତା କାମରେ ଲାଗିଲା ମନ୍ମଥ ବାବୁ ପୁଣି ଭଜନ ଗାଇଲେ । ଏଇଟା ଗୋଟେ ଭଲ ମାହୋଲ ଥିଲା ହେଲେ ପୁଣି କଣ ହେଲା ମୁଁ ଜାଣି ପାରୁନି ।

ତାଙ୍କୁ କିଏ ଗାଇଡ କରିଛି କି ନାହିଁ ମୁଁ କହି ପାରିବିନି ହେଲେ ଏଇଟା ଭୁଲ । ମୁଁ ପ୍ରଥମରୁ କହି ଆସିଛି ତମେ ମାନେ ହେଉଛ ସେଲିବ୍ରେଟି ଯେଉଁଠି ରୁହ ଭଲରେ ରୁହ । ସମସ୍ତ ମଣିଷ ଭୁଲ କରନ୍ତି ସେ ବାବୁସାନ ହେଉ କି ପ୍ରକୃତି । ହେଲେ ସମାଜରେ ସବୁ କିଛି ହେଇଗଲା ପରେ ପୁଣି କଥାଟି ଉଠେଇବାଟା ମୋ ହିସାବରେ କହିବି ଏଇଟା ଭୁଲ । ତାକୁ କିଏ ଗାଇଡ କରୁଛି ମୁଁ ଜାଣିନି ହେଲେ ଏଇଟା ଭୁଲ ।

ଆଉ ଗୋଟେ ଭବିଷ୍ୟବାଣୀ ମୁଁ କରୁଛି ଏହାର ପରିଣାମ ବି ଖରାପ ହେବ । କାହିଁକି ନା ଯାହା ଭୁଲ ସେଇଟା ଭୁଲ ଏଇଟା କରିବା ଉଚିତ ନଥିଲା’ ।  ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *