ମା’ School ର Head master ହେଲେ ପାଠ ପଢାଉଛି ଝିଅ…ଶିକ୍ଷା ବ୍ୟବସ୍ଥାରେ ଇଏ କି ଅରାଜକତା ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ପରିବର୍ତ୍ତନ ଆଣିଥାଏ । ଏଥିରେ ୧୨୦୦ ଗରିବ ପିଲା ମାଗଣାରେ ପାଠ ପଢିବାର ବ୍ୟବସ୍ଥା ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛନ୍ତି ।


୫-ଟି ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ସାରା ରାଜ୍ୟରେ ବର୍ତ୍ତମାନ ପାଖାପାଖି ୪୦୦୦ ରୂପାନ୍ତରିତ ହାଇସ୍କୁଲ ପ୍ରତିଷ୍ଠା ହୋଇସାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ସ୍କୁଲରେ ହୋଇଥିବା ସୁବିଧା ଓ ଭିତ୍ତିଭୂମି ପଲାଙ୍କ ଭିତରେ ପାଠ ପ୍ରତି ବହୁତ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି ।

ପିଲାଙ୍କ ମନରେ ଭବିଷ୍ୟତ ପାଇଁ ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ । ତେବେ ବର୍ତ୍ତମାନ ସମୟରେ କେଉଁଠି ଶିକ୍ଷକ ମାନେ ନିଜ ଛାତ୍ରୀ ଙ୍କ ସହ ଅସଦାଚରଣ କରୁଛନ୍ତି ତ କେଉଁଠି ପିଲା ମାନଂକୁ ମାଡ଼ ହେଉଛି । ତେବେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଠି ଦେଖିବାକୁ ମିଳୁଛି କି ନିଜ ମାଆ ଙ୍କ ବଦଳରେ ତାଙ୍କ ଝିଅ ଆସି ସ୍କୁଲ ରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ କି ସ୍କୁଲ ମାନଙ୍କରେ ଯଦି କୌଣସି ଶିକ୍ଷକ ବା ଶିକ୍ଷୟିତ୍ରୀ ନିଜର କୌଣସି ବ୍ୟକ୍ତିଗତ କାରଣ ଯୋଗୁଁ ସ୍କୁଲ ନ ଆସି ପାରିଲେ ତେବେ ସେହି ପାଠ ତାଙ୍କ ବଦଳରେ ଆଉ ଜଣେ ନିଯୁକ୍ତି ପ୍ରାପ୍ତ ଶିକ୍ଷକ ବା ଶିକ୍ଷୟିତ୍ରୀ ପଢେଇବେ କିନ୍ତୁ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିଜର ଗୋଡ଼ ଖରାପ ଯୋଗୁଁ ସ୍କୁଲ ଆସି ପାରି ନାହାନ୍ତି କିନ୍ତୁ ତାଙ୍କ ବଦଳରେ ସେ ନିଜ ଝିଅ କୁ ପଢେଇବା ପାଇଁ ଛାଡ଼ୁଛନ୍ତି ତେବେ ମାଆ ପଇସା ନେବ ଏବଂ ଝିଅ ପଢେଇବ ।


ତେବେ ଏହା ଶିକ୍ଷା ବ୍ୟବସ୍ଥା ର ଅନିୟମିତତା କୁ ଦର୍ଶାଉଛି । ତେବେ ଏହି ବିଷୟରେ ବିଓ ଙ୍କୁ ପଚରା ଯିବାରୁ ସେ ଏ ବିଷୟରେ କିଛି ଜାଣି ନାହାଁନ୍ତି ଏବଂ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *