କରୋନା ଠିକ ହେବା ପରର ଲକ୍ଷଣ ଓ କିପରି କରିବେ ତାହାର ଚିକିତ୍ସା- Dr Himanshu

ବର୍ତ୍ତମାନ ଦେଶର ଅବସ୍ତା ବହୁତ ଜଟିଳ ହୋଇଛି । କରୋନା ମହାମାରୀର କୋପ ଦିନକୁ ଦିନ ତୀବ୍ର ଗତିରେ ବଢିବାରେ ଲାଗିଛି । ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ

କେତେକ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି । ବନ୍ଧୁଗଣ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି । ଏହି ଭାଇରସଟି ଅଧିକ ଶକ୍ତିଶାଳୀ ହେବା ସହିତ ତୀବ୍ର ଗତିରେ ଜଣ ସାଧାରଣଙ୍କ ମଧ୍ୟରେ ସଂକ୍ରମିତ ହେଉଛି ।

ବନ୍ଧୁଗଣ ବହୁତ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କୁ କରୋନା ଆକ୍ରାନ୍ତ କରୁଛି ଓ ସେମାନେ ବହୁତ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି । ହେଲେ ବନ୍ଧୁଗଣ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନଙ୍କର କରୋନାରୁ ସୁସ୍ଥ ହେବା ପରେ ସ୍ମେଲ ଆସୁ ନାହିଁ, ଟେଷ୍ଟ ଆସୁ ନାହିଁ, ଜ୍ଵର ଓ ଥଣ୍ଡା ଆଦି ସମସ୍ୟା ଲାଗି ରହୁଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କର ଏହି ସବୁ ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏହାର ଚିକିତ୍ସା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ଚିକିତ୍ସା ବିଷୟରେ ।

ବନ୍ଧୁଗଣ ଯେତେବେଳେ ଆମର ଟେଷ୍ଟ ଓ ସ୍ମେଲ ଚାଲିଯାଇଥାଏ ସେତେବେଳେ ଆମ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସାଧାରଣତଃ ଯେତେବେଳେ କରୋନ ଭାଇରସ ଶରୀରରେ ଆକ୍ରାନ୍ତ ହୋଇଥାଏ ସେତେବେଳେ ଏହା ଆମ ଟେଷ୍ଟ ଓ ସ୍ମେଲର ସ୍ନାୟୁକୁ ବନ୍ଦ କରି ରଖି ଦେଇଥାଏ ଯାହାଫଳରେ ଆମକୁ ଟେଷ୍ଟ ଏବଂ ସ୍ମେଲ ଆଦି ଆସିନଥାଏ । ତେଣୁ ଆପଣ ମାନେ ଗୋଲାପ ଫୁଲର ସେଣ୍ଟ, ଲବଙ୍ଗ ଓ ଚମ୍ପା ଆଦି ଫୁଲର ସେଣ୍ଟକୁ ଶୁଙ୍ଗନ୍ତୁ । ଏହି ସବୁ ଜିନିଷକୁ ଶିଙ୍ଗିବା ଦ୍ଵାରା ଆପଣଙ୍କ ସ୍ମେଲ ବହୁତ ଶୀଘ୍ର ଆସିଯିବ ।

ଯଦି ଆପଣ ମାନଙ୍କର କାସ ଆଦି ସମସ୍ୟା ରହିଛି ତା ହେଲେ ଆପଣ ଅଦା ଓ ମହୁ ମିଶ୍ରିତ ଏକ କାଢାର ସେବନ କରନ୍ତୁ । ଯଦି ଆପଣଙ୍କର ଶୁଖିଲା କାସ ହେଉଛି ତା ହେଲେ ମଧ୍ୟ ଆପଣ ଏହି କାଢାର ସେବନ କରିପାରିବେ । ଏହା ଆପଣଙ୍କର କାସ ଜନିତ ସମସ୍ୟାକୁ ବହୁତ ଶୀଘ୍ର ଦୂର କରିଦେବ । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ସମସ୍ୟା ହେଉଛି ତା ହେଲେ ଆପଣ ଗରମ ପାଣିର ବାମ୍ଫ ନିଜ ନାକ ବାଟରେ ନେଇ ପାରିବେ । ଏହା ସବୁଠାରୁ ଅଧିକ ଫଳଦାୟକ ଉପାୟ ଅଟେ ।

ବନ୍ଧୁଗଣ ଜ୍ଵର ଆଦି ସମସ୍ୟା ପାଇଁ ଆପଣ ପ୍ରଚୁର ମାତ୍ରାରେ ସବୁଜ ପନିପରିବା, ନଡିଆ ପାଣି ଓ ଭିଟାମିନ C ଜାତୀୟ ଦ୍ରବ୍ୟର ସେବନ କରନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ସବୁ ଉପାୟକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଏହି ଭାଇରସ ଠାରୁ ସୁସ୍ଥ ହୁଅନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *