ଖୁବ ଶୀଘ୍ର TV ର ଏହି ଫେମସ ଅଭିନେତାଙ୍କୁ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ Jennifer Winget

ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଜେନିଫର୍ ବିଙ୍ଗେଟ୍ ଷ୍ଟାର ପ୍ଲସ ରେ ପ୍ରସାରିତ ଧାରାବାହିକ ସରସ୍ୱତୀଚନ୍ଦ୍ର ରେ କୁମୁଦ ନାମକ ଚରିତ୍ର ଏବଂ ବେପନ୍ହା ସିରିଆଲ ରେ ମାୟା ନାମକ ଚରିତ୍ର ରେ ଅଭିନୟ କରି ସମସ୍ତ ଦର୍ଶକ ଙ୍କ ହୃଦୟ କୁ ଜିତି ନେଇଛନ୍ତି ।

ଏହି ଅଭିନେତ୍ରୀ ନିଜର ସୁନ୍ଦରତା ଓ ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରୀ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜେନିଫର ବହୁତ ଅଭିନେତା ଙ୍କ ପସନ୍ଦ ଅଟନ୍ତି । କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଜେନିଫର ସ୍ୱୟଂ ଜଣେ ଅଭିନେତା ଙ୍କୁ ପସନ୍ଦ କରନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହାନ୍ତି । ଅର୍ଥାତ ତାଙ୍କୁ ନିଜର ପ୍ରିନ୍ସ ଚାର୍ମିଙ୍ଗ ମିଳି ଯାଇଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ କଣ ରହସ୍ୟ ରହିଛି ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଅଭିନେତ୍ରୀ ଜେନିଫର ବିଙ୍ଗେଟ ଙ୍କ ଜନ୍ମ ୩୦ ମଇ ୧୯୮୫ ମସିହାରେ ମୁମ୍ବାଇ ରେ ହୋଇଥିଲା । ସେ ନିଜର ପାଠପଢ଼ା ର ଆରମ୍ଭ ସେଣ୍ଟ ଜାଭିୟର ସ୍କୁଲ ରୁ ଆରମ୍ଭ କରିଥିଲେ ଏବଂ ଜିକେ ସୌମ୍ୟର କଲେଜ ରୁ ନିଜର ଗ୍ରାଜୁଏସନ ପୂର୍ଣ୍ଣ କରିଥିଲେ । ଏହି ଅଭିନେତ୍ରୀ ନିଜ କ୍ୟାରିଅର ଫିଲ୍ମ ଅକେଲେ ହମ୍ ଅକେଲେ ତୁମ୍ ରୁ ବାଲ୍ୟ କଳାକାର ରୂପରେ ଅଭିନୟ ଦ୍ୱାରା ଆରମ୍ଭ କରିଥିଲେ ।

ଏହା ପରେ ତାଙ୍କୁ ଅନେକ ସିରିଆଲ ଓ ଫିଲ୍ମ ରେ ବାଲ୍ୟ କଳାକାର ରୂପରେ ଦେଖିବାକୁ ମିଳିଥିଲା । ଏହାପରେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ ଅନେକ ସିରିଆଲ ରେ ତାଙ୍କୁ ମୁଖ୍ୟ ଅଭିନେତ୍ରୀ ରୂପରେ ଦେଖିବାକୁ ମିଳିଥିଲା । ତାଙ୍କ ଦ୍ୱାରା ଅଭିନୀତ ସିରିଆଲ ଗୁଡ଼ିକ ମଧ୍ୟରୁ ଦିଲ ମିଲ ଗଏ, ସରସ୍ୱତୀଚନ୍ଦ୍ର, ବେପନ୍ହା, କସୌଟି ଜିନ୍ଦଗି କି ଭଳି ସିରିଆଲ ସାମିଲ ରହିଛି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅଭିନେତ୍ରୀ ଜେନିଫର ବିଙ୍ଗେଟ ନିଜ ଜୀବନସାଥୀ ରୂପରେ ନିଜ କୋ ଆର୍ଟିଷ୍ଟ କୁ ହିଁ ବାଛିଛନ୍ତି । ସେହି ଅଭିନେତା ଜଣକ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଅଭିନେତା ଶିବିନ ନାରଙ୍ଗ । ଜେନିଫର ଓ ଶିବିନ ଙ୍କୁ ବେହଦ୨ ରେ ଏକାଠି ଅପୋଜିଟ କ୍ୟାରେକ୍ଟର ରୂପରେ ଦେଖିବାକୁ ମିଳିଥିଲା ।

ଏହି ସିରିଆଲ ମାଧ୍ୟମରେ ଉଭୟ ପରସ୍ପର ଙ୍କୁ ପସନ୍ଦ କରିବାକୁ ଲାଗିଲେ ଏବଂ ଡେଟ କରିବା ଆରମ୍ଭ କରିଥିଲେ । ଅଭିନେତ୍ରୀ ଜେନିଫର ନିଜର ଇଣ୍ଟରଭ୍ୟୁ ରେ କହିଛନ୍ତି ଯେ ସେ ଖୁବ ଶୀଘ୍ର ଅଭିନେତା ଶିବିନ ନାରଙ୍ଗ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହି ସମ୍ବନ୍ଧରେ ଜାଣି ଦୁହିଁଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି ଏବଂ ଉଭୟ ଙ୍କ ବିବାହ ର ଅପେକ୍ଷା ରେ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *