Paralysis କାହିଁକି ହୁଏ ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା- Dr Soumyadarshan Nayak

ବନ୍ଧୁଗଣ ପାରାଲିସିସ ହେଉଛି ବ୍ରେନ ଷ୍ଟ୍ରୋକର ଏକ ଅନ୍ୟ ନାମ । ସାଧାରଣତଃ ଏହାକୁ ଆମେ ପକ୍ଷାଘାତ ନାମରେ ଜାଣି ଥାଉ । ଯେତେବେଳେ ଆମ ବ୍ରେନରେ ଥିବା କୋଷ ଗୁଡିକୁ ରକ୍ତ ସଂଚାଳନ କମି ଯାଏ ବା ଯଦି କୌଣସି ଧମନୀ ଫାଟି ଯାଏ ତା ହେଲେ ସେଇଟା ବ୍ରେନ ଷ୍ଟ୍ରୋକର କାରଣ ହୋଇଥାଏ । ଲୋକମାନେ ଏହାକୁ ବ୍ରେନ ଷ୍ଟ୍ରୋକ ବା ପାରାଲିସିସ ଭାବେ ଜାଣି ଥାନ୍ତି । ସାରା ପୃଥିବୀ ଏହା ହେଉଛି ପଞ୍ଚମ କାରଣ ମୃତ୍ୟୁର ।

ପ୍ରତି ବର୍ଷ ଭାରତରେ ୧.୮ ନିୟୁତ ଲୋକ ପାରାଲିସିସର ଶିକାର ହୋଇଥାନ୍ତି । ୭୦ ରୁ ୮୦ ଭାଗ ଲୋକ ବିକଳାଙ୍ଗ ହୋଇଯାନ୍ତି ଓ ମୃତ୍ୟୁର ଶିକାର ୫୦ ରୁ ୬୦ ପ୍ରତିଶତ ଲୋକ ହୋଇଥାନ୍ତି । ତେଣୁ ଆମ ମାନଙ୍କୁ ଏହା ଜାଣିବା ଉଚିତ ଯେ, ପାରାଲିସିସ କେଉଁ କାରଣରୁ ହୋଇଥାଏ, ଏହାର ଲକ୍ଷଣ କଣ ଓ ଏହାର ଚିକିତ୍ସା କଣ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ।

ସାଧାରଣତଃ ଯେତେବେଳେ ମସ୍ତିସ୍କର କୋଷ ଗୁଡିକୁ ରକ୍ତି ସଂଚାଳନ କମି ଯାଏ ବା ରକ୍ତ ସଂଚାଳନ ହେଉଥିବା ସମୟରେ ରକ୍ତ ସିରାଟି ଫାଟିଯାଏ ତା ହେଲେ ସେହି କୋଷ ଗୁଡିକୁ ଆକ୍ସିଜେନ ଓ ଗ୍ଲୁକୋଜ ମାତ୍ରା ଠିକ ଭାବରେ ମିଳିପାରି ନଥାଏ ଯାହାଫଳରେ ସେହି କୋଷ ଗୁଡିକ ନଷ୍ଟ ହୋଇଯାଇଥାଏ ।

ତେଣୁ ସେହି କୋଷ ଗୁଡିକର କାର୍ଯ୍ୟ କ୍ଷମତା କମି ଯାଇଥାଏ । କାର୍ଯ୍ୟ କ୍ଷମତା କମିବା ହେତୁ ପାରାଲିସିସ ହୋଇଥାଏ । ବନ୍ଧୁଗଣ ପାରାଲିସିସ ସାଧାରଣତଃ ଡାଇବେଟିସ, ଉଚ୍ଚ ରକ୍ତଚାପ , କୋଲେଷ୍ଟ୍ରୋଲ, ମେଦବହୁଳତା, ଜୀବନ ଶୈଳୀ ଓ ଅଧିକ ମାତ୍ରାରେ ନିଶା ଦ୍ରବ୍ୟ ସେବନ ପାଇଁ ହୋଇଥାଏ । ଏହା ଛଡା ବୟସ୍କ ଲୋକ ମାନଙ୍କର ମଧ୍ୟ ଏହି ସମସ୍ୟା ହେବାର ଅଧିକ ସମ୍ଭାବନା ରହିଥାଏ । ବନ୍ଧୁଗଣ ଯଦି ଆପଣଙ୍କ ସହ ହଠାତ କିଛି ହେଉଛି ତା ହେଲେ ଏହା ପାରାଲିସିସର ଲକ୍ଷଣ ହୋଇପାରେ ।

ଯେମିତିକି ହଠାତ ମୁଣ୍ଡ ବିନ୍ଧିବା, କଥା କହି ନ ପାରିବା, ହାତ ଗୋଡ ନଚାଲିବା, ଚାଲିବାରେ ଅସୁବିଧା ହେବା ଓ ଚେତା ଶୂନ୍ୟ ହେବା ଆଦି ପାରାଲିସିସର ଲକ୍ଷଣ ଅଟେ । ଏହା ସହିତ ପାରାଲିସିସ ହେବା ଦ୍ଵାରା ଗୋଟେ ପଟ ଆଖିର ଦ୍ରୁଷ୍ଟି ଶକ୍ତି କମି ଯାଇଥାଏ ଓ ବାରମ୍ବାର ବାତ ମଧ୍ୟ ମାରିଥାଏ ।

ଯଦି ବନ୍ଧୁଗଣ ଏହି ସବୁ ଲକ୍ଷଣ ଦେଖା ଦେଉଛି ତା ହେଲେ ଆପଣଙ୍କୁ ସାଢେ ଚାରି ଘଣ୍ଟା ମଧ୍ୟରେ ହସ୍ପିଟାଲ ଯିବା ଉଚିତ ଓ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ସମୟ ହେଉଛି ବହୁତ ମୂଲ୍ଯବାନ ତେଣୁ ଠିକ ସମୟରେ ଠିକ ଚିକିତ୍ସା ହିଁ ମଣିଷକୁ ବଞ୍ଚାଇ ପାରେ । ତା ହେଲେ ବନ୍ଧୁଗଣ ପାରାଲିସିସ ସହ ଜଡିତ ଏହି ସବୁ ବିଶେଷ କଥା ଗୁଡିକୁ ଧ୍ୟାନରେ ନିଶ୍ଚୟ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *