ପାରାଦ୍ଵୀପ ର ମାଛ, ଦାମ ସାଢେ 6 ଲକ୍ଷ, କାହିଁକି ଏହି ମାଛର ଦାମ ଏତେ ଅଧିକ ? ଜାଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପାରାଦ୍ଵୀପ ର ମାଛ ଦାମ ସାଢେ ୬ ଲକ୍ଷ । ଏହି ମାଛ କିଲୋ ୨୩ ହଜାର ଟଙ୍କା । ୨୮ କେଜି ଓଜନ ତେଲିଆ ବୋରେଇ ମାଛ । ୬ ଲକ୍ଷ ରୁ ଅଧିକ ଦାମ ରେ କିଣିଲେ ମୁମ୍ବାଇ ର ଜଣେ ବ୍ୟବସାୟୀ । ଏହା ଏଭଳି ମାଛ ଯାହାର କିଲୋ ୨୩ ହଜାର ଟଙ୍କା । ଆଉ ଏହି ମାଛଟିର ଓଜନ ହେଉଛି ୨୮ କିଲୋଗ୍ରାମ । ପାରାଦ୍ଵୀପ ଅଠରବାଙ୍କି ବାଲିପ୍ଳଟ ମାଛ ଗାଦୀ ର ନିଲାମ ହୋଇଛି ୨୮ କେଜି ଓଜନର ଏହି ତେଲିଆ ବୋରେଇ ମାଛ ।

୨୮ କେଜି ମାଛଟିର ମୋଟ ମୂଲ୍ୟ ହେଉଛି ୬ ଲକ୍ଷ ୪୪ ହଜାର ଟଙ୍କା । ମୁମ୍ବାଇ ର ଜଣେ ବ୍ୟବସାୟୀ ଏହି ମାଛ କୁ କିଣିଛନ୍ତି । ମାଛ ବ୍ୟବସାୟୀ କହିଛନ୍ତି ଯେ ଆମ୍ଭେ ଭାବୁଛୁ ସେଇଆ ଯେ ଏହା ବାହାର ଦେଶ କୁ ଯାଉଅଛି ତାହାର ଯେଉଁ ପୁଟି ଟେ ବାହାରୁଛି, ସେହି ପୁଟି ଅନୁସାରେ ଅଣ୍ଡିରା ପୁଟି, ମାଈପୁଟି, ସେହି ହିସାବରେ ମାଛର ଦାମ ।

ଗୋଟେ ଗୋଟେ ମାଛ ୨୩ ହଜାର ଯାଉଅଛି ଆଉ ଗୋଟେ ଗୋଟେ ସେଇ ମାଛ ଯାଉଛି ୪ ହଜାର ୨୦୦ ରେ । ତେଣୁ ଅଣ୍ଡିରା ମାଛ ର ଯେଉଁ ପୁଟି ଅଛି ତାହା ଇଣ୍ଟରନ୍ୟାସନାଲ ମାର୍କେଟ ରେ ବହୁତ ଚାହିଦା ଅଛି ତାହା କୌଣସି ଔଷଧ ବନାଇବାରେ ବ୍ୟବହୃତ ହେଉଅଛି । ସେଥିପାଇଁ ସେହି ମାଛର ଚାହିଦା ଅଛି । ଏହାକୁ କମ୍ପାନୀ ନେଇଯାଉଛନ୍ତି ସେମାନେ ନେଇ ବାହାର ଦେଶ କୁ ସପ୍ଲାଇ କରୁଛନ୍ତି ।

ଏହା ବ୍ୟତୀତ ଆହୁରି ୩୯ କେଜିର ୩ ଟି ମାଛ କିଲୋ ପିଛା ୪ ହଜାର ୨୦୦ ଟଙ୍କା ହିସାବରେ ବିକ୍ରି ହୋଇଛି ବୋଲି ସୂଚନା ମିଳିଛି । ଯାହାକୁ ମୋଟ ୧ ଲକ୍ଷ ୬୩ ହଜାର ୮୦୦ ଟଙ୍କା ରେ କିଣିଛନ୍ତି ଆଉଜଣେ ବ୍ୟବସାୟୀ । ତେବେ ଏହି ମାଛର ସତ୍ୟତା କଣ ତାହା ସାଧାରଣତ କାହାକୁ ଜଣା ନାହିଁ ।

ଏହିଭଳି ମଚକୁ ବାହାର ଦେଶ କେଉଁ ଔଷଧ ନିର୍ମିତ କରିବାରେ ବ୍ୟବହୃତ କରୁଥିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ତେବେ ସେ ଯାହା ହେଉ ନା କାହିଁକି ଏହିଭଳି ମାଛ ର ଦର ବୃଦ୍ଧି କୁ ସାଧାରଣ ଲୋକେ ପ୍ରଥମେ ଶୁଣୁଛନ୍ତି ବୋଲି କହିଛନ୍ତି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *