OMG ! Chilika ରେ ପୁଣି ଏକ ଅଘଟଣ, ହେ ମା’ କାଳିଜାଇ ରକ୍ଷା କର…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମଝି ଚିଲିକାରେ ଅଟକି ରହିଛି ଯାତ୍ରୀବାହୀ ଡଙ୍ଗା । କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଟି ଆଗକୁ ଯାଇପାରୁ ନାହିଁ । ପ୍ରାୟ ଅଧଘଣ୍ଟା ଧରି ଡଙ୍ଗା ଟି ପାଣି ମଝିରେ ଅଟକି ରହିଅଛି ଯାତ୍ରୀ ଙ୍କୁ ଧରି ପ୍ରାୟ 12.45 ମିନିଟ ରେ ଡଙ୍ଗା ଟି ଜହ୍ନିକୁଦ ରୁ ସାତପଡା ଅଭିମୁଖେ ବାହାରିଥିଲା ଆଉ ଡଙ୍ଗାରେ ୨୦ ରୁ ଅଧିକ ବାଇକ ଥିବା ବେଳେ ୪୦ ରୁ ଅଧିକ ଯାତ୍ରୀ ରହିଥିଲେ । ଜହ୍ନିକୁଦ ରୁ ପାଞ୍ଚସହ ମିଟର ଆସିବା ପରେ ଡଙ୍ଗାରେ ସମସ୍ୟା ସୃଷ୍ଟି ହୋଇଥିଲା ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ମଝି ଚିଲିକା ରେ ଫସି ରହିଅଛି । ଡଙ୍ଗାରେ ଥିବା ଯାତ୍ରୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ମଝି ଚିଲିକା ରେ ଅଟକି ରହିଅଛି ଯାତ୍ରୀବାହି ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡାଙ୍ଗଟି ଆଗକୁ ଯାଇ ପାରୁ ନାହିଁ । ତେବେ ଏହି ଘଟଣା ଟି ପ୍ରଘଟ ହେବ ପରେ ଘଟଣା ସ୍ଥଳରେ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଡଙ୍ଗା ପହଞ୍ଚିଥିଲା ।

ଏହା ପରେ ସେହି ଯାତ୍ରୀ ମାନଙ୍କୁ ଉଦ୍ଧାର କରି ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ସମୁଦାୟ ଦେଢଘଣ୍ଟା ପର୍ଯ୍ୟନ୍ତ ଏହି ଡଙ୍ଗାଟି ଫସି ରହିଥିଲା । ବର୍ତ୍ତମାନ କୌଣସି ଯାତ୍ରୀ ମାନଙ୍କର କୌଣସି ଅସୁବିଧା ହୋଇନାହିଁ । କାରଣ କିଛି ଅଘଟଣ ଘଟିବାକୁ ଯାଉଥିବା ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ସାତପଡା ଘାଟ ନିକଟରେ ଭଲ ଭାବରେ ପହଞ୍ଚି ସାରିଛନ୍ତି ଯାତ୍ରୀ ମାନେ ।

କିନ୍ତୁ ଏଠାରେ ପ୍ରଶ୍ନ ଯେ ଡଙ୍ଗାରେ ଏତେ ମାତ୍ରାରେ ବାଇକ ଏବଂ ଯାତ୍ରୀ ଏକା ସହିତ ନେଇ ଜାଣିଶୁଣି ବିପଦ କୁ କାହିଁକି ଡକାଗଲା ? ଯଦି ବଡ ଧରଣର କୌଣସି ସମସ୍ୟା ଘଟିଥାନ୍ତା ତେବେ ସେଥି ନିମନ୍ତେ କିଏ ଦାୟୀ ? ଯାହା ହେଉ ନା କାହିଁକି ଜାଣିଶୁଣି ଏହିଭଳି ବିପଦ କୁ ଡାକି ଆଣିବା କଥା ନୁହେଁ ।

ମା’ କାଳିଜାଇ ଙ୍କ କୃପା ରୁ ଯାତ୍ରୀ ମାନଙ୍କର କୌଣସି ଅସୁବିଧା ହୋଇନାହିଁ । ଯାତ୍ରୀ ମାନେ ମନେ ମନେ ମା’ କାଳିଜାଇ ଙ୍କୁ ଡାକୁଥିବାରୁ ତାଙ୍କର କୌଣସି ପ୍ରକାରର ଅସୁବିଧା ହୋଇନାହିଁ । ମା’ କାଳିଜାଇ ଏହିଭଳି ତାଙ୍କ ଭକ୍ତ ଙ୍କ ଉପରେ ସର୍ବଦା ହାତ ରଖିଥାନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *