ତୁ କିଏ ବେ ? କହି ଦେଇଥିଲେ ଛାତ୍ରୀ, ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି Papu Pom Pom ଙ୍କ ଏହି ଗୀତ, ଶୁଣିଲେ ହସି ହସି ପେଟ ଦରଜ ହେଇଯିବ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆରେ ଏହି ଅଣ୍ଡା କଦଳୀ ଗୀତ ତ ନିଶ୍ଚୟ ଶୁଣିଥିବେ । କାରଣ ୟୁଟ୍ୟୁବ, ଫେସ୍ ବୁକ୍ ହେଉ ବା ଇନ୍ସ୍ଟାଗ୍ରାମ ସବୁଥି ଏହି ଓଡିଆ ଗୀତ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ୟୁଟ୍ୟୁବରେ ପାଖାପାଖି ୭ ଲକ୍ଷ ଲୋକ ଦେଖିଲେଣି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ପପୁ ପମ ପମ ଏହି ଗୀତଟି ଗାଇଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଗୀତ ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାରେ ରହିଛି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଗୀତ ବିଷୟରେ । ବନ୍ଧୁଗଣ ଗତ କିଛି ଦିନ ପୂର୍ବରୁ ଆପଣ ମାନଙ୍କର ମନ ଥିବ ବିଜୁ ପଟ୍ଟନାୟକ କଲେଜ ଛାତ୍ରୀ ମାନେ ରାଗି ଯାଇ କଲେଜ ଅଧ୍ୟାପକ ଏବଂ ସୁବେନ୍ଧୁ ସାରଙ୍କ ନାଁରେ ଗଣମାଧ୍ୟମ ସାମ୍ନାରେ ଜୋର ସୋର ପ୍ରତିକ୍ରିୟା ରଖିଥିଲେ ।

ଆଉ ସେହି ସମୟରେ ଜଣେ ଛାତ୍ରୀ ରାଗି ଯାଇ  କହିଦେଇଥିଲେ ‘ସାର କହୁଛନ୍ତି ତମେ ଝଡି ଗଲଣି ଅଣ୍ଡା କଦଳୀ ଟିକେ ଖାଉନ’ ବାସ ଏହା ପରେ ଏହି ଛାତ୍ରୀଙ୍କ ଡାଇଲଗ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହୋଇଥିଲା । ଆଉ ଏବେ ସେହି ଭାଇରାଲ ଭିଡିଓକୁ ନେଇ ଏକ ଓଡିଆ ଗୀତ ହୋଇଛି । ଏହି ଭିଡିଓରେ ପପୁ ପମ ପମ ଗୀତ ଗାଉଥିବାର ଆପଣ ମାନେ ଦେଖିଥିବେ ।

ଏହି ଗୀତତିରେ ପପୁ ‘କଣ ଥିଲା ଚେହେରା ତମର କଣ ତମେ ହେଲଣି ଆପେଲ୍ ପରି ଥିଲ ଏବେ କଳା କାଠ ପଡି ଗଲଣି କଣ ଅରେଞ୍ଜ ଜୁଷ ପିଉନ କହିଦେଲ ବୋଲି ଦେହକୁ ନେବ ନାହିଁ’ ଗାଉଥିବାର ନଜର ଆସୁଛନ୍ତି ଆଉ ଏହି ସମୟରେ ଯୁବତୀଙ୍କ ଭାଇରାଲ ଡାଇଲଗକୁ ମଧ୍ୟ ରଖା ଯାଇଛି ।  ବନ୍ଧୁଗଣ ଏହି ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆରେ ସେନସେସନ ପାଲଟିଛି । ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଏହି ଗୀତର ତାଳେ ତାଳେ ଝୁମୁ ଛନ୍ତି ।

କିଛି ଦିନ ପୂର୍ବେ ଭୁବନେଶ୍ବରରେ ଥିବା ଏକ କଲେଜର ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଆଉ ସେହି ସମୟରେ ଖବର ନେବା ପାଇଁ ସବୁ ଗଣମାଧ୍ୟମଙ୍କର ଭିଡ ବି ଜମି ଥିଲା । ସାରଙ୍କ କଥା କହୁ କହୁ କିଛି ଏମିତି କହିଦେଇଥିଲେ ଛାତ୍ରୀ ହୁଏ ତ ସେ ଜାଣି ନଥିବେ ପରବର୍ତ୍ତୀ ସମୟରେ ତାଙ୍କ ଡାଇଲଗକୁ ନେଇ ଏକ ଗୀତ ମଧ୍ୟ ହୋଇଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗୀତଟି କେମିତି ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *