‘ମୁଁ ତୁମ ଗୋଡ ଧରୁଛି, ଛାଡି ଦିଅନ୍ତୁ ମତେ…ଏଇଟା ବାପାଙ୍କ ଗାଡି ! ପାପାଙ୍କ ଗାଡିରେ ପେଟ୍ରୋଲ ନଥିଲା,ପକେଇବାକୁ ଆସିଥିଲି, ହେଲେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏଇଟା ବାପାଙ୍କ ଗାଡି ! ମୁଁ ପେଟ୍ରୋଲ ପକାଇବାକୁ ଆସିଥିଲି । ତେବେ ସରକାରଙ୍କ ନିୟମ ମୁତାବକ ୧୮ ବର୍ଷ ବୟସରୁ କମ୍ ବର୍ଷ ବୟସର ପିଲା ମାନେ ଗାଡି ଚଳାଇ ପାରିବେ ନାହିଁ । ଯଦି ଏପରି ଭୁଲ୍ କୌଣସି ୧୮ ବର୍ଷ ବୟସରୁ କମ୍ ବୟସର ପିଲା କରନ୍ତି । ତେବେ ସେମାନଙ୍କ ପାଇଁ ଆଇନତଃ ଭାବରେ ଦଣ୍ଡ ମଧ୍ୟ ଲାଗୁ କରାଯାଇଛି ।

ତେବେ କଟକରେ ଆଜି ଗାଡି ଚେକିଙ୍ଗ କରାଯାଉଥିବା ସମୟରେ ଏକ ୧୮ ବର୍ଷ ବୟସରୁ କମ୍ ବୟସର  ପିଲା  ଜଣଙ୍କ ପୋଲିସ ଗାଡି ଚେକିଙ୍ଗ କରୁଥିବା ସମୟରେ ଧରା ପଡିଯାଇଥିଲେ । ତାପରେ ପୋଲିସ ମାନଙ୍କର ପିଲାଟି ଉପରେ ଆରମ୍ଭ ହୋଇଯାଇଥିଲା ଟ୍ୟୁସନ ! ତେବେ ଘଟଣା ସ୍ତଳରେ ପିଲାଟି ପୋଲିସ ବାବୁଙ୍କୁ ବହୁ ନେହୁରା ହୋଇବା ସହ ଏପରି ମଧ୍ୟ କିଛି କହିଥିଲା ।

ଯେ ମୁଁ ଆଜି ଜାଣିନଥିଲି । ଏଠାରେ ଗାଡି ଚେକିଙ୍ଗ କରାଯାଉଛି । ତେଣୁ ମୁଁ ଗାଡି ନେଇକି ଚାଲି ଆସିଲି । ହେଲେ ଏଇଟା ମୋ ଗାଡି ନୁହେଁ । ଏଇଟା ମୋ ବାପାଙ୍କ ଗାଡି । ମୁଁ ତାଙ୍କ ଗାଡିରେ ପେଟ୍ରୋଲ ପକାଇବା ପାଇଁ ଘର ଠାରୁ ଅଳ୍ପ ବାଟ ବୋଲି ବାପାଙ୍କ ଗାଡି ଧରି ଚାଲିଆସିଲି । ହେଲେ ଅନ୍ୟ କୋଉ ଜାଗାକୁ ମୁଁ କିନ୍ତୁ ବାପାଙ୍କ ଗାଡି ନେଇ କୌଣସି ଦୂରଦୁରନ୍ତ ଜାଗାକୁ ଯାଏ ନାହିଁ ।

ତେବେ ଯେତେ ମଧ୍ୟ କାକୁତୀ ମିନତୀ ହୋଇ ଯୁବକ ଜଣଙ୍କ କହିଥିଲେ । ପୋଲିସ ପିଲାଟିକୁ ଛାଡି ନଥିଲେ । ସେହି ପିଲା ସହ ତା’ ର ଉକ୍ତ ଗାଡିଟିକୁ ମଧ୍ୟ ଅଟକାଇ ରଖି ଫାଇନ ପକାଇବାର ବନ୍ଦୋବସ୍ତ କରିଥିଲେ । ତେବେ ସରକାରଙ୍କ ଦ୍ଵାରା ଲାଗୁ ହୋଇଥିବା ରୋଡ ସେଫଟି ପ୍ରତ୍ଯେକଟି ନିୟମକୁ ଲୋକମାନେ ପାଳନ କରିବା ଉଚିତ । ଯେପରିକି ପ୍ରତ୍ଯେକ ଦିନ ରୋଡରେ ଘଟୁ ଥିବା ସଡକ ଦୁର୍ଘଟଣାକୁ ଏଡାଇ ହେବ ।

ଯାହା ଦ୍ଵାରା ଲୋକଙ୍କର ଧନଜୀବନ ଉଭୟ ସୁରକ୍ଷିତ ହୋଇ ରହିବ । ତେବେ ୧୮ ବର୍ଷରୁ କମ୍ ବର୍ଷ  ବୟସର ପିଲା ମାନଙ୍କର ବାପା ଓ ମାଆ ମଧ୍ୟ ଏଥି ପ୍ରତି ସତର୍କ ହୋଇ ନିଜ ପିଲାଙ୍କୁ ଗାଡି ଚଳାଇବାକୁ ବାରଣ କରିବା ଦରକାର ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *