କେବେ ଓ କେମିତି କମିବ କରୋନା ? ଜାଣନ୍ତୁ କଣ କହୁଛି ପଞ୍ଜିକା ?

ନମସ୍କାର ବନ୍ଧୁଗଣ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ଆରମ୍ଭ ହୋଇ ସାରିଛି ନୂଆ ପଞ୍ଜିକା । ଅସଲି ଦେବ ଦର୍ଶୀ ଖଡ଼ି ରତ୍ନ ପଞ୍ଜିକା ରେ କଣ ରହୁଛି ଓଡ଼ିଶା ପାଇଁ ସମ୍ଭାବନା । ପଞ୍ଜିକା କଣ କହୁଛି ଓଡିଶା ପାଇଁ କେମିତି କଟିବ ଏହି ବର୍ଷ ଓଡ଼ିଶାରେ । ପରିସ୍ଥିତି ଯେପରି ଚାଲିଛି ସେହି ପରି ଚାଲିବ ନା ନାହିଁ । କରୋନା ର ପ୍ରକୋପ ଏଥର କମିବ ନା ନାହିଁ । ଏହା ଛଡା ଆର୍ଥିକ ଏବଂ ସାମାଜିକ ପରିସ୍ଥିତି ରେ ପରିବର୍ତ୍ତନ ଆସିବ କି । ପ୍ରତିବର୍ଷ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଆସିବ ନା ନାହିଁ ।

ରାଜନୀତି ରେ କଣ ସବୁ ଉତଥାନ ପତନ ଦେଝିବାକୁ ମିଳିବ । କୃଷି ଏବଂ କୃଷକ ଙ୍କ ପାଇଁ କେମିତି ରହିବ ଚଳିତ ବର୍ଷ । କରୋନା ମହାମାରୀ ରୁ କେବେ ମୁକ୍ତ ହେବ ଓଡିଶା । ଏହି ଭଳି ଅନେକ ପ୍ରଶ୍ନ ରହିଛି । ଗ୍ରହ ନକ୍ଷତ୍ର ଗଣନ ଅନୁସାରେ କଣ ରହିଛି ପଞ୍ଜିକା ରେ ଏହି ବର୍ଷ ର ସ୍ଥିତି । ଆସ୍ତନ୍ତୁ ସେହି ବିଷୟରେ ଆଲୋଚନା କରିବା ଏବଂ ଏହି ବର୍ଷ ର ହାଲ ମଧ୍ୟ ଜାଣିନେବା ।

ଦେବଦର୍ଶୀ ଖଡ଼ି ରତ୍ନ ପାଞ୍ଜି ଅନୁସାରେ ପୂର୍ବ ବର୍ଷ ଯେପରି ଗ୍ରହ ନକ୍ଷତ୍ର ର ସ୍ଥାନ କିମ୍ବା ପରିସ୍ଥିତି ରହିଥିଲା ଏହି ବର୍ଷ ମଧ୍ୟ ସେହି ପରି ଭାବେ ରହିଛି । ପୂର୍ବ ବର୍ଷ ଯେପରି ବୃହସ୍ପତି ଚଳନ ତିନିଥର ଏବଂ ରାହୁ ଚଳନ ତିନି ଥର ରହୁ ଥିଲା ଏହି ବର୍ଷ ମଧ୍ୟ ସେହି ପରି ବୃହସ୍ପତି ତିନିଥର ଚଳନ ଏବଂ ରାହୁ ର ମଧ୍ୟ ତିନି ଥର ଚଳନ ରହୁଛି ।

ସେହି ଅନୁସାରେ ପୂର୍ବ ବର୍ଷ ଯେପରି କରୋନା ର ପରିସ୍ଥିତି ରହିଥିଲା ଏହି ବର୍ଷ ମଧ୍ୟ କରୋନା ପରିସ୍ଥିତି ସେହି ପରି ରହିବ । କିନ୍ତୁ ଏହି ବର୍ଷ ଜଣ ସଚେତନତା ଯୋଗୁଁ ପରିସ୍ଥିତି କୁ ନିୟନ୍ତ୍ରଣ ରେ ରଖି ହୋଇ ପାରିବ । ହୁଏ ତ ସେପ୍ଟେମ୍ବର ମାସ ଠାରୁ କିଛି ମାତ୍ରାରେ ଏହାର ପ୍ରଭାବ କମି ପାରିବ ।

ଏହି ବର୍ଷ ବର୍ଷା ର ମାତ୍ରା କମ ରହୁଛି । କିନ୍ତୁ ଅତିବୃଷ୍ଟି, ଅନାବୃଷ୍ଟି ଲାଗି ରହିବ ଏହା ସହ କାଳ ବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଛି । ଏହା ସହ ଭୂମିକମ୍ପ ର ସମ୍ଭାବନା ରହୁଛି । ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବ ମଧ୍ୟ ରହିବ କିନ୍ତୁ କ୍ଷୟକ୍ଷତି କମ ହେବ । ନକ୍ଷତ୍ର ଗଣନା ଅନୁସାରେ ସରକାର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ବହୁତ ଚେଷ୍ଟା କରିବେ । ଏହା ଛଡା ସ୍ୱାସ୍ଥ୍ୟ ପାଇଁ ଅନେକ ଖର୍ଚ୍ଚ ହୋଇ ପାରେ କିନ୍ତୁ ଏଥି ପ୍ରତି ସତର୍କ ରହିବା ଆବଶ୍ୟକ ।

ଏହା ଛଡା ରାଜନୀତି ରେ ମଧ୍ୟ ଉଥଳ ପୁଥଳ ରହିବ । ଚଳିତ ବର୍ଷ ରେ ଶସ୍ୟ ଉତ୍ପାଦନ ଭଲ ରହିବ । କିନ୍ତୁ କିଛି ପରିମାଣ ରେ ଶସ୍ୟ ହାନି ହୋଇ ପାରେ କିନ୍ତୁ ଏହାର ଉତ୍ପାଦନ ବହୁତ ଭଲ ରହିବ । ପାଞ୍ଜି ଅନୁସାରେ ଏହି ବର୍ଷ ରହିବ ଏପରି କିଛି । କିନ୍ତୁ ଆମେ ଅଧିକ ସଚେତନ ଅଧିକ ଧ୍ୟାନ ସୁରକ୍ଷା ରେ ରହିଲେ ଏହି ମହାମାରୀ ରୁ ଦୂରରେ ରହି ପରିବା । ଏବଂ ସୁରକ୍ଷିତ ମଧ୍ୟ ହୋଇ ପାରିବା ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *