Bollywood ର ଏହି ହିରୋଇନ ମାନେ ପ୍ରମାଣ କରି ଦେଖେଇ ଦେଲେ କି ପ୍ରେମ ଅନ୍ଧ ହୋଇଥାଏ, କିଏ 2 ତ କିଏ 4 ଟି ପିଲାର ବାପାଙ୍କୁ କଲେ ବିବାହ

ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, ପ୍ରେମ ଅନ୍ଧ ହୋଇଥାଏ । ପ୍ରେମ ସାଧାରଣତଃ ଜାତି, ଧର୍ମ, ବର୍ଣ୍ଣ, ଧନୀ ଓ ଗରିବ ଆଦି ଦେଖିନଥାଏ । ବନ୍ଧୁଗଣ ୮୦ ଓ ୯୦ ଦଶକରେ ବଲିଉଡର କିଛି ପ୍ରେମ କାହାଣୀ ବହୁତ ଚର୍ଚାରେ ରହିଥିଲା । ଏହି ସବୁ ପ୍ରେମ କାହାଣୀ ଅସଲ ଜୀବନରେ ହୋଇଯାଇଛି । ସେହି ସମୟରେ କିଛି କଳାକାର ଏହା ପ୍ରମାଣ କରିଦେଇଛନ୍ତି ଯେ ପ୍ରେମ ଅନ୍ଧ ହୋଇଥାଏ ।

ବନ୍ଧୁଗଣ ଏହା ଏଥିପାଇଁ କାରଣ ସେହି ସମୟରେ ଥିବା କିଛି ଅଭିନେତ୍ରୀ ମାନେ ଏପରି ପୁରୁଷ ମାନଙ୍କ ସହ ବିବାହ କରିଛନ୍ତି ଯେଉଁ ମାନେ ପ୍ରଥମରୁ ବିବାହିତ ଥିଲେ ଓ କେତେଜଣଙ୍କର ଛୁଆ ମଧ୍ୟ ଥିଲା ।ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ଓ ତାଙ୍କ ସ୍ଵାମୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ହେମା ମାଳିନୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଡ୍ରିମ ଗାର୍ଲ ହେମା ମାଳିନୀ । ଆପଣ ମାନେ ସମସ୍ତେ ହେମାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ହେମା ମାଳିନୀଙ୍କୁ ପାଇବା ପାଇଁ ଗୋଟେ ସମୟରେ ବଲିଉଡ ଅଭିନେତା ଜିତେନ୍ଦ୍ର ଓ ସଞ୍ଜୀବ କୁମାର ଆଦି ବହୁତ ଚେଷ୍ଟା କରିଥିଲେ । ହେଲେ ହେମା ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ବିବାହ କରିଥିଲେ । ହେମାଙ୍କୁ ବିବାହ କରି ବା ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌର ନାମକ ମହିଳାଙ୍କ ସହ ବିବାହ କରିସାରିଥିଲେ ଓ ଏହି ଦୁଇଜଣଙ୍କର ଦୁଇଟି ପୁଅ ମଧ୍ୟ ଜନ୍ମ ହୋଇସାରିଥିଲେ । କିନ୍ତୁ ନିଜ ପ୍ରେମକୁ ପାଇବା ପାଇଁ ଧର୍ମେନ୍ଦ୍ର ନିଜର ଧର୍ମ ପରିବର୍ତ୍ତନ କରିଥିଲେ ।

ଶ୍ରୀଦେବୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ । ଆପଣ ମାନେ ସମସ୍ତେ ଶ୍ରୀଦେବୀଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ସେ କେତେକ ସୁପର ହିଟ ଫିଲ୍ମରେ କାମ କରି ବଲିଉଡରେ ପ୍ରସିଦ୍ଧି ହାସଲ କରିଛନ୍ତି । ଗୋଟେ ସମୟରେ ଶ୍ରୀଦେବୀ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ବିବାହ କରିଥିଲେ । ହେଲେ କିଛି ବିବାଦ ହେତୁ ଏହି ଦୁଇଜଣଙ୍କର ତଲାକ ହୋଇଯାଇଥିଲା । ଏହାପରେ ଶ୍ରୀଦେବୀ ବଲିଉଡ ଫିଲ୍ମ ମେକର ବୋନୀ କପୁରଙ୍କ ସହ ବିବାହ କରିଥିଲେ । ଶ୍ରୀଦେବୀଙ୍କ ପୂର୍ବରୁ ବୋନୀ ମୋନା ନାମକ ମହିଳାଙ୍କ ସହ ବିବାହ କରିସାରିଥିଲେ ଓ ଏହି ଦୁଇଜଣଙ୍କର ଦୁଇଟି ଛୁଆ ମଧ୍ୟ ଜନ୍ମ ହୋଇଥିଲେ । କିନ୍ତୁ ମୋନାଙ୍କୁ ତଲାକ ଦେଇ ବୋନୀ ଶ୍ରୀଦେବୀଙ୍କ ସହ ବିବାହ କରିଥିଲେ ।

ସବାନା ଆଜମି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସବାନା ଆଜମି । ଯେତେବେଳେ ସବାନା ବଲିଉଡ ଗାୟକ ଜାଭେଦ ଅଖତରଙ୍କୁ ପ୍ରେମ କରି ବସିଥିଲେ ସେତେବେଳେ ଜାଭେଦ ହନୀ ଇରାନୀଙ୍କ ସହ ବିବାହ କରିସାରିଥିଲେ । ଜାଭେଦ ଓ ହନୀଙ୍କର ଦୁଇଟି ଛୁଆ ମଧ୍ୟ ଜନ୍ମ ହୋଇଥିଲେ । ହେଲେ ନିଜ ପ୍ରେମକୁ ପାଇବା ପାଇଁ ଜାଭେଦ ସବାନାଙ୍କ ସହ ବିବାହ କରିଥିଲେ । କିନ୍ତୁ ସବାନା ଓ ଜାଭେଦଙ୍କର କୌଣସି ଛୁଆ ଜନ୍ମ ହୋଇନାହିଁ । ହେଲେ ସେମାନେ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *