ପଙ୍ଗା ନେଇ ଫସିଗଲେ ପୁଟିନ ! ଦେଖନ୍ତୁ କିପରି ….

ବନ୍ଧୁଗଣ ବର୍ତ୍ତମାନ ସମସ୍ତ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଋଷିଆ ଏବଂ ୟୁକ୍ରେନ ଯୁଦ୍ଧ । ତେବେ ବନ୍ଧୁଗଣ ଗତ ଗୁରୁବାରରୁ ଏ ପର୍ଯ୍ୟନ୍ତ ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ବନ୍ଧୁଗଣ ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ନ୍ଧୁଗଣ ଆଗରୁ ଋଷିଆ ଏହି ଯୁଦ୍ଧରେ ଏକା ଲଢୁଥିବା ବେଳେ ୟୁକ୍ରେନ ସହ ୟୁରୋପୀୟ ରାଷ୍ଟ୍ର ମାନଙ୍କ ସପୋର୍ଟ ଥିଲା ହେଲେ ବର୍ତ୍ତମାନ ସମସ୍ତ ରାଷ୍ଟ୍ର ୟୁକ୍ରେନକୁ ଏକା କରି ଦେଇଛନ୍ତି । ତେବେ ବନ୍ଧୁଗଣ ଋଷିଆ ଚାରି ଦିଗରୁ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି ।

ହେଲେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ପାଞ୍ଚ ଦିନର ଯୁଦ୍ଧ ପରେ ଏବେ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସିଛି । ଏହି ଯୁଦ୍ଧ ଆରମ୍ଭ କରି ଋଷିଆ ପ୍ରଧାନମନ୍ତ୍ରୀ ପୁଟିନ ଫଶି ଯାଇ ନାହାନ୍ତି ତ, ବ୍ରିଟେନର ଏକ ଗଣମଧ୍ୟମ ରିପୋର୍ଟ ସୂଚନା ଦେଇଛି ଯେ, ପୁଟିନ ଏବେ ବହୁତ କ୍ରୋଧରେ ଅଛନ୍ତି ।

ପୁଟିନ ଭାବୁଥିଲେ ଏହି ଯୁଦ୍ଧ ଅତି ସହଜ ରହିବ ଓ ମାତ୍ର 3-4 ଦିନ ମଧ୍ୟରେ ସେ ୟୁକ୍ରେନକୁ କବଜା କରିଦେବେ ହେଲେ ପୁଟିନ ଭୁଲ ଭାବିଥିଲେ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ 4 ଦିନ ହୋଇସାରିଛି ହେଲେ ଏବେବି ରାଷ୍ଟ୍ରପତି ପୁଟିନଙ୍କ ହାତ ଖାଲି ଅଛି । ଋଷ ପାଇଁ ୟୁକ୍ରେନ ଏବେ ବହୁତ ଦୂରରେ ରହିଛି । ଏବେ ଖବର ଆସୁଛି ଯେ, ୟୁକ୍ରେନକୁ ସହଜରେ କବଜା କରି ନପାରିବାରୁ ପୁଟିନ କ୍ରୋଧରେ ଅଛନ୍ତି ।

କାରଣ ଋଷ ମୁକବାଲାରେ ୟୁକ୍ରେନର ସେନା ବହୁତ ଛୋଟ ଓ ଦୁର୍ବଳ ଅଛି ଏହା ସତ୍ବେ ଋଷ 5 ଦିନ ପର୍ଯ୍ୟନ୍ତ ଆକ୍ରମଣ କରି ମଧ୍ୟ ୟୁକ୍ରେନକୁ ନିଜ କବଜାରେ ଆଣି ପାରି ନାହିଁ । ଏଥିପାଇଁ ପୁଟିନଙ୍କ ପ୍ରତିଷ୍ଠା ବିପଦରେ ରହିଯାଇଛି । ପୁଟିନ ଅନୁମାନ କରିପାରି ନଥିଲେ ଯେ, ୟୁକ୍ରେନ ସେନାର ପଦର୍ଶନ ଏତେ ଦମଦାର ରହିବ । ଯୁଦ୍ଧର 5 ଦିନ ହେବା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଏବେ ସାରା ଦୁନିଆର ହିରୋ ହୋଇସାରିଛନ୍ତି ।

ୟୁକ୍ରେନର ଡିଫେନ୍ସ ମିନିଷ୍ଟର ମଧ୍ୟ ଏକ ଟ୍ବିଟ କରି ଋଷକୁ କମେଣ୍ଟ କରି କହିଛନ୍ତି, କିବ ଉପରେ ଦୁଇ ଘଣ୍ଟାରେ କବଜା କରିବାର କଥା କଣ ହେଲା । ଅନ୍ଧକାର ବହୁତ ଶୀଘ୍ର ଦୂର ହେବ ଓ ସକଳ ବହୁତ ଶୀଘ୍ର ଆସିବ । ବନ୍ଧୁଗଣ ଯେତେବେଳେ ସାରା ଦୁନିଆ ୟୁକ୍ରେନକୁ ଏକା କରିଦେଲା ସେତେବେଳେ ରାଷ୍ଟ୍ରପତି ଜେଲେନ୍ସକି ଋଷ ସହ ଏକା ଲଢିବାର ନିଷ୍ପତ୍ତି ନେଲେ ଆଉ ଏବେ ସେ ଏକା ଲଢୁଛନ୍ତି ।

Leave a Reply

Your email address will not be published. Required fields are marked *