ଭାଇରାଲ Song ‘କାଚ୍ଚା ବାଦାମ’ ର ସିଙ୍ଗର Bhuban Badyakar ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ! ହସ୍ପିଟାଲ ରେ ହେଲେ ଆଡମିଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭୁବନ ବାଦ୍ୟକରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦୁନିଆର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆରେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇଯାନ୍ତି ।

ତେବେ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବେ । ଭୁବନଙ୍କ କାହାଣୀ ମଧ୍ୟ କିଛି ଏହି ଭଳି । ବନ୍ଧୁଗଣ ଭୁବନ ବାଦ୍ୟକର ହେଉଛନ୍ତି ପଶ୍ଚିମ ବଙ୍ଗର ଜଣେ ବାଦାମ ବିକାଳି ।

ସେ ବାଦାମ ବିକ୍ରି କରି ନିଜ ପରିବାରର ଗୁଜୁରାନ ମେଣ୍ଟାନ୍ତି । ତେବେ ବନ୍ଧୁଗଣ ଭୁବନ ବାଦାମ ବିକ୍ରି କରିବା ସମୟରେ କାଚା ବାଦାମ ଗୀତ ଗାନ୍ତି । ଏହି ଗୀତଟି ହେଉଛି ତାଙ୍କର ନିଜସ୍ଵ ଗୀତ । ଲୋକ ମାନଙ୍କୁ ବାଦାମ ପ୍ରତି ଆକର୍ଷିତ କରିବା ପାଇଁ ଭୁବନ ଗାଁ ଗାଁ ବୁଲି ଗୀତ ଗାଇ ବାଦାମ ବିକ୍ରି କରନ୍ତି । ହେଲେ ଭୁବନଙ୍କ ଭାଗ୍ୟରେ ଆଉ କିଛି ଲେଖା ଥିଲା । କାରଣ ସେ ଥରେ ଗୀତ ଗାଇ ବାଦାମ ବିକ୍ରି କରୁଥିବା ବେଳେ ଜଣେ ଯୁବକ ତାଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ।

ଏହା ପରେ ଭୁବନଙ୍କ ଗୀତ ପାଣି ପରି ଭାଇରାଲ ହେବାରେ ଲାଗିଲା । କେବଳ ଭାରତ ନୁହେଁ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଭୁବନଙ୍କ ଗୀତର ଚର୍ଚ୍ଚା ଖୁବ ହୁଏ । ଏହା ପରେ ଭୁବନ ସୋସିଆଲ ମିଡିଆରେ ଫେମସ ହୋଇଗଲେ ।ବନ୍ଧୁଗଣ ଭୁବନଙ୍କ ଲୋକପ୍ରିୟତା ଏତେ ବଢି ଯାଇଛି ଯେ, ସେ ବାଦାମ ବିକ୍ରି କରିବା ଛାଡି ଦେଇଛନ୍ତି ତାଙ୍କ ଦ୍ଵାରା ଆଉ ବାଦାମ ବିକ୍ରି କରିବା ସମ୍ଭବ ହେଉ ପାରୁ ନାହିଁ ।

କିନ୍ତୁ ବର୍ତ୍ତମାନ ଭୁବନଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ଭୁବନଙ୍କର ଦୁର୍ଘଟଣା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର ବିଳମ୍ବିତ ରାତିରେ ସେ ଦୁର୍ଘଟଣାରେ ଶିକାର ହୋଇଥିଲେ । ପଶ୍ଚିମ ବଙ୍ଗର ବେଭୂମି ସ୍ତ୍ରୀ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଭୁବନ କାର ଡ୍ରାଇଭିଙ୍ଗ ସିଖୁ ଥିଲେ ସେହି ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *