କିଡ଼ନୀ ଖରାପ ହେବାର 5 ଟି କାରଣ, କେବେ ବି କରନ୍ତୁ ନାହିଁ ଏମିତି ଭୁଲ – Health Tips

ବନ୍ଧୁଗଣ କିଡନୀ ଆମ ଶରୀରରେ ରକ୍ତକୁ ସଫା କରିଥାଏ ଏବଂ ପରିସ୍ରା ଦ୍ଵାରା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହଯୋଗ କରିଥାଏ । ବର୍ତ୍ତମାନ ଦିନ କୁ ଦିନ କିଡନୀ ଖରାପ ହେବାର ସମସ୍ୟା ବଢିବାରେ ଲାଗିଛି । ବନ୍ଧୁଗଣ ଦୁନିଆର ଅଧିକାଂଶ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହା ଦ୍ୱାରା ସେମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଡନୀ ଖରାପ ହେବାର କାରଣ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କାରଣ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣ ଗୋଟେ ଦିନରେ ଯଥେଷ୍ଟ ପାଣି ପିଇବେ ନାହିଁ ତା ହେଲେ ଆପଣ ନିଜ କିଡନୀକୁ ରିସ୍କରେ ପକାଇବେ । କାରଣ କିଡନୀ ର ମୁଖ୍ୟ କାମ ହେଉଛି ଶରୀରରେ ଥିବା ବିଷାକ୍ତ ଓ ଅପରିଷ୍କାର ପଦାର୍ଥକୁ ପରିସ୍ରା ଦ୍ଵାରା ବାହାର କରିବା ଏବଂ ଶରୀରରେ ଲବଣର ମାତ୍ରାକୁ ନିୟନ୍ତ୍ରଣ କରିବା । ଯଦି ଆପଣ ଯଥେଷ୍ଟ ପାଣି ପିଇବେ ନାହିଁ ତା ହେଲେ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଆପଣଙ୍କ କିଡନୀ ରେ ଜମା ହେବାକୁ ଲାଗିଥାଏ । ଯାହା ଦ୍ୱାରା କିଡନୀ ଡ୍ୟାମେଜ ହୋଇଥାଏ ।

୨. ବନ୍ଧୁଗଣ ଆମର ଦ୍ଵିତୀୟ କାରଣ ହେଉଛି ପରିସ୍ରାକୁ ରୋକିବା । କିଡନୀ କୁ ସୁସ୍ଥ ରଖିବାକୁ ହେଲେ ଉପଯୁକ୍ତ ସମୟରେ ପରିସ୍ରା କରିବା ନିହାତି ଆବଶ୍ୟକ । ଯଦି ବନ୍ଧୁଗଣ ପରିସ୍ରାକୁ ଅଧିକ ସମୟ ପର୍ଯ୍ୟନ୍ତ ରୋକି କି ରଖାଯିବ ତା ହେଲେ ଏହା ଦ୍ଵାରା ବିଭିନ୍ନ ଜଟିଳ ସମସ୍ୟା ଦେଖାଯିବ । ଏହା ଦ୍ଵାରା କିଡନୀ ରେ ପରିସ୍ରାର ଚାପ ବଢିଥାଏ ଓ କିଡନୀ ରେ ଇନଫେକ୍ସନ ହୋଇଥାଏ । ଯାହା ଫଳରେ କିଡନୀ ଡ୍ୟାମେଜ ହୋଇଥାଏ ।


୩. ଆମର ତୃତୀୟ କାରଣ ହେଉଛି ଅଧିକ ଲୁଣ ଖାଇବା । ବନ୍ଧୁଗଣ କିଡନୀ ର ସବୁଠାରୁ ବଡ ଶତ୍ରୁ ହେଉଛି ସୋଡିୟମ । ଲୁଣରେ ଅଧିକାଂଶ ସୋଡିୟମ ଥାଏ । ତେଣୁ ଅଧିକ ଲୁଣ ଖାଇବା ଦ୍ଵାରା କିଡନୀ ଅଧିକ ସମୟ ପର୍ଯ୍ୟନ୍ତ କାମ କରିଥାଏ । ଯାହା ଦ୍ୱାରା କିଡନୀ ଫେଲ୍ ହେବାର ସମସ୍ୟା ଆସିଥାଏ ।

୪. ଆମର ଚତୁର୍ଥ କାରଣ ହେଉଛି ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା । ପ୍ରୋଟିନ ଶରୀର ପାଇଁ ଉପଯୋଗୀ ହୋଇଥାଏ ହେଲେ ଆବଶ୍ୟକ ଠାରୁ ଅଧିକ ପ୍ରୋଟିନ ଗ୍ରହଣ କରିଲେ ଏହା କ୍ଷତି କରିଥାଏ । ଅଧିକ ପ୍ରୋଟିନ ଜନିତ ଖାଦ୍ୟ ଖାଇଲେ ଶରୀରର ପାକସ୍ଥଳୀ ଉପରେ ଚାପ ପଡିଥାଏ । ଯାହା ଫଳରେ କିଡନୀ ଉପରେ ମଧ୍ୟ ଏହାର ଚାପ ପଡିଥାଏ । ଏହି କାରଣ ପାଇଁ କିଡନୀ ଖରାପ ହୋଇଥାଏ ।

୫. ଆମର ଶେଷ କାରଣଟି ହେଉଛି ଅଧିକ କାଫିନଯୁକ୍ତ ଖାଦ୍ୟ ଖାଇବା । ବନ୍ଧୁଗଣ ଅଧିକ କାଫିନଯୁକ୍ତ ଖାଦ୍ୟ ତଥା ଚକଲେଟ, କଫି, ଥଣ୍ଡା ପାଣି ଓ ଏନର୍ଜି ଡ୍ରିଙ୍କ ଆଦିର ସେବନ କରିଲେ ଶରୀରରେ ରକ୍ତର ଚାପ ଅଧିକ ହୋଇଥାଏ । ରକ୍ତ ଚାପ ଅଧିକ ହେଲେ କିଡନୀ କୁ ଅଧିକ ରକ୍ତ ପ୍ରଭାବ ହୋଇଥାଏ । ଯାହା କିଡନୀ ଉପରେ ଅଧିକ ଚାପ ପକାଇଥାଏ ଓ ଏହା ମଧ୍ୟ କିଡନୀ ଖରାପ କରିବାର କାରଣ ଅଟେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *