ଦିନେ ଶୁଟିଙ୍ଗ ଦେଖିବାକୁ ଆସିଥିବା ଯେଉଁ ପିଲାକୁ ଚାପୁଡା ମାରି ବାହାର କରିଦେଇଥିଲେ Akshay Kumar ଆଜି ସେ Bollywood ର Superstar

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତା ମାନଙ୍କୁ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡ ସୁପର ଷ୍ଟାର ଅକ୍ଷୟ କୁମାର । ବନ୍ଧୁଗଣ ଅକ୍ଷୟ କୁମାର ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଅକ୍ଷୟ କୁମାରଙ୍କ ଶୁଟିଙ୍ଗ ସେଟରେ ଏକ ପିଲା ଅକ୍ଷୟଙ୍କ ସହ ଫଟୋ ଉଠାଇବା ପାଇଁ ଆସିଥିଲା, ଯାହା ଫଳରେ ସେହି ପିଲା ଟି ଏକ ଚାପୁଡା ମଧ୍ୟ ଖାଇଥିଲା । ହେଲେ ସେହି ପିଲା ଟି ଆଜି ସୁପର ଷ୍ଟାର ହୋଇ ସାରିଛି । ଆଜି ଆମେ ଆପଣ ମାନଙ୍କୁ ସେହି ପିଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପିଲା ବିଷୟରେ ।

ବନ୍ଧୁଗଣ ସେହି ପିଲା ଟି ଆଉ କେହି ନୁହେଁ । ସେହି ପିଲା ଟି ହେଉଛି ବଲିଉଡର ସୁପର ଷ୍ଟାର ରଣବିର ସିଂହ । ରଣବିର ତାଙ୍କ ପିଲା ବେଳରେ ଅକ୍ଷୟଙ୍କ ଠାରୁ ଜୋରଦାର ଚାପୁଡା ଖାଇଛନ୍ତି । ଏହି କଥାର ଖୁଲାସା ନିଜେ ଅକ୍ଷୟ କରିଛନ୍ତି । ଗୋଟେ ଆୱାର୍ଡ ଫଙ୍କସନ ରେ ଅକ୍ଷୟ ଏହି ରହସ୍ୟ ଖୋଲି କହିଥିଲେ, ରଣବିର ପିଲା ବେଳରୁ ଅକ୍ଷୟଙ୍କର ବଡ ଫ୍ୟାନ ଥିଲେ ।


ରଣବିର ଯେତେବେଳେ ଛୋଟ ଥିଲେ ସେତେବେଳେ ଅକ୍ଷୟର ଶୁଟିଙ୍ଗ ଦେଖିବା ପାଇଁ ସେଟକୁ ବହୁତ ଥର ଆସୁଥିଲେ । ହେଲେ ଦିନେ ରଣବିର ଅକ୍ଷୟଙ୍କ ସାମ୍ନାରେ ଏପରି କିଛି ହରକତ କରିଥିଲେ ଯାହା ଦ୍ୱାରା ଅକ୍ଷୟ ବହୁତ ରାଗି ଯାଇଥିଲେ ଓ ରଣବିରଙ୍କୁ ଚାପୁଡା ମାରିଥିଲେ । ହେଲେ ବର୍ତ୍ତମାନ ଏହି ଦୁଇଜଣ ଷ୍ଟାର ବହୁତ ଭଲ ସାଙ୍ଗ ଅଟନ୍ତି ଓ ରଣବିର ମଧ୍ୟ ଅକ୍ଷୟଙ୍କୁ ବହୁତ ସମ୍ମାନ ଦିଅନ୍ତି ।


ଅକ୍ଷୟ ବହୁତ ଶୀଘ୍ର ରୋହିତ ସେଟିଙ୍କ ଫିଲ୍ମ ‘ସୂର୍ଯାବଂଶୀ’ରେ ନଜର ଆସିବେ ଓ ଏହି ଫିଲ୍ମରେ ରଣବିର ମଧ୍ୟ ସ୍ପେଶିଆଲ ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ଦର୍ଶକ ମାନେ ଏକା ସହ ରଣବିର ଓ ଅକ୍ଷୟଙ୍କର ଯୋଡିକୁ ଦେଖିବେ । ବନ୍ଧୁଗଣ ଏହି ଫିଲ୍ମରେ ବଲିଉଡର ଦିଗଜ ଅଭିନେତା ଅଜୟ ଦେବଗନ ମଧ୍ୟ ନଜର ଆସିବେ । ଏହି ଫିଲ୍ମଟି ବହୁତ ଶୀଘ୍ର ଥିଏଟରରେ ରିଲିଜ ହେବାକୁ ଯାଉଛି ଓ ଦର୍ଶକ ମାନେ ମଧ୍ୟ ଏହି ଫିଲ୍ମର ଅପେକ୍ଷାରେ ରହିଛନ୍ତି ।

ବନ୍ଧୁଗଣ ରଣବିର ସିଂହ ଅକ୍ଷୟଙ୍କ ଠାରୁ ଚାପୁଡା ଖାଇଥିଲେ ମଧ୍ୟ ଆଜି ସେ ହେଉଛନ୍ତି ଭାରତର ଏକ ପ୍ରସିଦ୍ଧ ଅଭିନେତା । ରଣବିର ନିଜ ଫିଲ୍ମ କ୍ୟାରିୟରରେ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ରଣବିର ହେଉଛନ୍ତି ବଲିଉଡର ଏକ ଏପରି ଅଭିନେତା ଯିଏ ବହୁତ କମ ସମୟରେ ବଲିଉଡରେ ସଫଳତା ପାଇଛନ୍ତି । ହେଲେ ବନ୍ଧୁଗଣ ରଣବିର ନିଜଠାରୁ ସିନିୟର ଷ୍ଟାର ମାନଙ୍କୁ ବହୁତ ଭଲ ଭାବରେ ସମ୍ମାନ ଦିଅନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *