ଯଦି ଏହି ୫ ଟି ଜାଗାରେ ଅଛି କଳାଜାଇ, ବଦଳିଯିବ ଆପଣଙ୍କ ଭାଗ୍ୟ ଧନୀ ହେବାରୁ କେହି ବି ଅଟକାଇ ପାରିବେ ନାହିଁ

ବନ୍ଧୁଗଣ ଏହି ଦୁନିଆର ସବୁ ମଣିଷ ଧନୀ ହେବା ପାଇଁ ଇଛା କରିଥାନ୍ତି । ସବୁ ମଣିଷ ଏକ ସୁଖମୟ ଓ ଭଲ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ବନ୍ଧୁଗଣ ଏଥିପାଇଁ ମଣିଷ ବହୁତ କଷ୍ଟ କରିଥାଏ । ବଡ ବଡ ଲୋକମାନେ ଧନୀ ହେବା ପାଇଁ ବହୁତ କିଛି କରିଛନ୍ତି । ବନ୍ଧୁଗଣ ଆଜି ଆମେ ଅପାନଙ୍କୁ ଏପରି ଏକ ରହସ୍ୟମୟ କଥା କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣଙ୍କ ଖୁସିର ସୀମା ବହୁତ ବଢିଯିବ । ହିନ୍ଦୁ ଶାସ୍ତ୍ର ଅନୁସାରେ ମଣିଷର ଗ୍ରହ ନକ୍ଷତ୍ର, ହାତର ରେଖା ଏବଂ ଚେହେରାର ହସ ମଣିଷର ସ୍ଵଭାବ ଓ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଥାଏ ।

ଠିକ ସେହିପରି ହିନ୍ଦୁଧର୍ମର ସମୁଦ୍ର ଶାସ୍ତ୍ରରେ ପ୍ରତ୍ୟେକ ମଣିଷର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଯଦି କଳା ଜାଇ ଥାଏ ତେବେ ଆପଣଙ୍କୁ ଧନୀ ହେବାରୁ କେହି ମଧ୍ୟ ରୋକି ପାରିବେ ନାହିଁ, ଆପଣଙ୍କ ଭାଗ୍ୟ ବଦଳିଯିବ । ଆପଣଙ୍କ ଶରୀରର ଏପରି ୫ଟି ଜାଗା ରହିଛି ଯେଉଁଠି କଳା ଯାଇଥିଲେ ଆପଣଙ୍କ ଭାଗ୍ୟ ବଦଳିଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି ଆମେ ସମୁଦ୍ର ଶାସ୍ତ୍ର ବିଷୟରେ କହିବା ତେବେ ବହୁତ ସାରା ଲୋକଙ୍କ ପେଟରେ କଳା ଜାଇ ରହିଥାଏ । ଯଦି କୌଣସି ଲୋକର ପେଟରେ କଳା ଜାଇ ଅଛି ତେବେ ତାହା ଦୁର୍ଭାଗ୍ୟର କାରଣ ହୋଇଥାଏ । ହେଲେ ଯଦି ଆପଣଙ୍କ ପେଟର ନାଭି ପାଖରେ କୌଣସି କଳା ଜାଇ ଥାଏ, ତା ହେଲେ ଆପଣଙ୍କ ଭାଗ୍ୟ ଖୁବ ଶୀଘ୍ର ବଦଳିବାକୁ ଯାଉଛି ଓ ବହୁତ ଶୀଘ୍ର ଆପଣ ଧନପ୍ରାପ୍ତି କରିବେ ।

୨. ବହୁତ ସାରା ଲୋକଙ୍କର ପିଠିରେ କଳା ଜାଇ ଥାଏ, ଏହି ପ୍ରକାର ଲୋକମାନଙ୍କ ସ୍ଵଭାବ ରୋମାଣ୍ଟିକ ଅଟେ ଓ ତାହା ସହ ଆପଣ ବହୁତ ଶୀଘ୍ର ଧନବାନ ହେବ । ପିଠିରେ କଳା ଜାଇ ଥିଲେ ବ୍ୟକ୍ତି ବହୁତ ଖର୍ଚିଲା ସ୍ଵଭାବର ହୋଇଥାଏ । ତେଣୁ ଆପଣ ନିଜ ଖର୍ଚ ଉପରେ ନିୟନ୍ତ୍ରଣ କରନ୍ତୁ । ଏହା ଦ୍ଵାରା ଆପଣ ଅଧିକ ଧନ ସଞ୍ଚୟ କରିପାରିବେ ।

୩. ସାଧାରଣତଃ ଲୋକମାନଙ୍କ ହାତରେ କଳା ଜାଇ ଥିବା ବହୁତ ସାଧାରଣ କଥା, ହେଲେ ଯଦି ଆପଣଙ୍କ ପାଦରେ କଳାଜାଇ ଅଛି ତା ହେଲେ ଆପଣଙ୍କ ଭାଗ୍ୟ ବହୁତ ଶୀଘ୍ର ବଦଳିବାର ଅଛି ଏହା ଜାଣିଯାନ୍ତୁ । ଏହା ଦ୍ଵାରା ସମାଜରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଗୃହରେ ଧନ ସମ୍ପତ୍ତି ବୃଦ୍ଧି ହେବ ।

୪. ଯେଉଁ ଲୋକଙ୍କ କପାଳରେ କଳା ଜାଇ ରହିଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏହି ଲୋକମାନଙ୍କର ଦାମ୍ପତ୍ତ୍ୟ ଜୀବନ ବହୁତ ଆନନ୍ଦମୟ ହୋଇଥାଏ ।

୫. ଯେଉଁ ଲୋକମାନଙ୍କର କାନ୍ଧରେ କଳାଜାଇ ରହିଥାଏ ସେମାନଙ୍କ ଘରେ ଧନର ବର୍ଷା ହୋଇଥାଏ ଓ ତାହା ସହିତ ସେମାନେ ଶାନ୍ତିମୟ ଜୀବନ ଅତିବାହିତ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *