୪ ଜଣ ଭଉଣୀ ଥାଇ ମଧ୍ୟ ସୁଶାନ୍ତ ଏହି ଝିଅଙ୍କ ଠାରୁ ବାନ୍ଧୁଥିଲେ ରାକ୍ଷୀ, ନିଜ ଭଉଣୀଙ୍କ ଠାରୁ ବି ଅଧିକ ଭଲ ପାଉଥିଲେ, ଜାଣନ୍ତୁ କିଏ ଅଟେ ଏହି ଝିଅ

ଏହି କିଛି ଦିନ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ସହ ସୁଶାନ୍ତଙ୍କ ସମ୍ପର୍କୀୟ ମାନେ ବହୁତ ଚର୍ଚାରେ ରହୁଛନ୍ତି । ବର୍ତ୍ତମାନ ଏହି କେସରେ ସିବିଆଇ ବ୍ଯତୀତ ଏନସିବି ଟିମ ମଧ୍ୟ ତଦନ୍ତ ଆରମ୍ଭ କରିସାରିଛି । ଏହା ମଧ୍ୟରେ ସୁଶାନ୍ତ ସିଂହ ରାଜପୁତଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋରେ ଏକ ଝିଅ ସୁଶାନ୍ତ ସିଂହ ରାଜପୁତଙ୍କୁ ରାକ୍ଷୀ ବାନ୍ଧୁ ଥିବାର ନଜର ଆସୁଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଝିଅ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋସିଆଲ ମିଡିଆରେ ସୁଶାନ୍ତଙ୍କର ଏହି ଫଟୋଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ସବୁ ଲୋକ ଏହି ଫଟୋକୁ ଦେଖି ବହୁତ ପସନ୍ଦ କରୁଛନ୍ତି । ଏହା ବ୍ୟତୀତ ସବୁ ଲୋକ ଭାବୁଛନ୍ତି କି ଏହି ଝିଅ ଜଣକ କିଏ । ଏହି ଫଟୋରେ ଝିଅଟି ସୁଶାନ୍ତଙ୍କୁ ରାକ୍ଷୀ ପିନ୍ଧାଉଛି ଓ ସୁଶାନ୍ତ ମଧ୍ୟ ବହୁତ ଖୁସି ନଜର ଆସୁଛନ୍ତି ।

ଫଟୋରେ ନଜର ଆସୁଥିବା ଝିଅ ଜଣକ ଆଉ କେହି ନୁହେଁ, ସେ ହେଉଛନ୍ତି ‘ଦିଲ ବିଚାରା’ର ଡାଇରେକ୍ଟର ମୁକେଶ ଛାବଡାଙ୍କ ଭଉଣୀ ମମତା । ମମତା ନିଜର ଈଂଷ୍ଟାଗ୍ରାମ ଆକାଉଣ୍ଟରେ ସୁଶାନ୍ତଙ୍କୁ ମନେ ପକାଇ ଏହି ଫଟୋକୁ ପୋଷ୍ଟ କରିଛନ୍ତି । ସୁଶାନ୍ତଙ୍କର ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବାରୁ ଲୋକମାନେ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଉ ଛନ୍ତି ।

ମମତା ସୁଶାନ୍ତଙ୍କ ସହ ନିଜର ଏହି ଫଟୋକୁ ସେଯାର କରି କ୍ୟାପ୍ସନରେ ଲେଖିଛନ୍ତି, ‘ମୁ ମୋର ରାକ୍ଷୀ ଭାଇକୁ ହରାଇ ଦେଇଛି, ଯିଏ ମୋ ପାଇଁ ଭାଇ ଠାରୁ ମଧ୍ୟ ଅଧିକ ଥିଲା । ମତେ ଏବେ ମଧ୍ୟ ବିଶ୍ଵାସ ହେଉନାହିଁ କି ତମେ ଏହି ଦୁନିଆରେ ନାହି, ହେଲେ ଯେଉଁଠି ବି ତୁମେ ଅଛ ଭଲରେ ଥାଅ’ । ମମତାଙ୍କର ଏହି ଫଟୋକୁ ଦେଖିବା ପରେ ଫ୍ୟାନ୍ସ ମାନେ ବହୁତ ଦୁଃଖ ଅନୁଭବ କରିଛନ୍ତି ।

ଏହା ପୂର୍ବରୁ ମଧ୍ୟ ସୁଶାନ୍ତ ମମତାଙ୍କ ଦ୍ଵାରା ରାକ୍ଷୀ ବାନ୍ଧିବାର କିଛି ଫଟୋ ଭାଇରାଲ ହୋଇଛି । ଯାହା ପୂର୍ବ ବର୍ଷର ଥିଲା । ସେହି ପୂର୍ବ ଫଟୋରେ ତାଙ୍କ ସହ ମୁକେଶ ଛାବଡା ମଧ୍ୟ ନଜର ଆସିଥିଲେ । ସୁଶାନ୍ତଙ୍କୁ ରାକ୍ଷୀ ପିନ୍ଧାଇବା ପାଇଁ ମମତା ରାତି ରାତି ଦିଲ୍ଲୀରୁ ମୁମ୍ବାଇ ଆସିଯାଇଥିଲେ ।

ମୁକେଶ ଛାବଡାଙ୍କ ପାଇଁ ସୁଶାନ୍ତ ତାଙ୍କ ସାନ ଭାଇ ପରି ଥିଲେ । ଏହି ଫଟୋକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ଓ ଏହି ଫଟୋଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋକୁ ଆପଣ ମାନେ ଦେଖିଲେ ନିଶ୍ଚୟ ଆପଣଙ୍କ ମନ ମଧ୍ୟ ଦୁଃଖରେ ଭରିଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *