Naveen ଙ୍କ ପୋଷ୍ଟର କୁ ନେଇ ହେଲା ବିବାଦ ! ଏହି କାରଣରୁ ପଞ୍ଚାୟତ ଅଧିକାରୀ ଓ ଘର ମାଲିକ ମୁହାଁମୁହିଁ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଗକୁ ଆସୁଛି ନିର୍ବାଚନ ଏବଂ ସେଥିପାଇଁ ସବୁ ଦଳ ର ନେତା ମାନେ ଲୋକ ମାନଂକୁ ମନେଇବା କିମ୍ବା ନିଜ ଆଡ଼କୁ ମୋହିବାକୁ ଚେଷ୍ଟା ମଧ୍ୟ ଆରମ୍ଭ କରି ସାରିଲେଣି ବିଜୁ ଆବାସ ଯୋଜନା ,ଇ- ଶ୍ରମ ଯୋଜନା, କଲ୍ୟାଣ ଯୋଜନା ଆଦି ଅନେକ ଯୋଜନା କରି ବର୍ତ୍ତମାନ ଲୋକଙ୍କ ଭୋଟ କୁ ନିଜ ଅଧିନ ରେ କରିବା ପାଇଁ ଲାଗି ପଡିଲେଣି ନେତା ମାନେ ।


ତେବେ ଏହି ସମୟରେ ବରଗଡ଼ ଜିଲ୍ଲାର ଏକ ଗାଁ ରେ ଘଟିଛି ଏକ ଅଦ୍ଭୁତ ଘଟଣା ଯାହା ଶୁଣିବା ପରେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବା ସହ ହସିବେ ମଧ୍ୟ । ତେବେ ଘଟଣା ଟି କିଛି ଏହିଭଳି କି  ପ୍ରଧାମମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘରର ୩ ହଜାର ଟଙ୍କା ସହାୟତା ପୋଷ୍ଟର ଲଗାଇବା ବେଳେ ପଞ୍ଚାୟତ ଅଧିକାରୀ ଓ ଘର ମାଲିକ ମୁହାଁମୁହିଁ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବଡ଼ସାହାଜବାଲ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କଥା କଟାକଟି ।

ତେବେ ଗ୍ରାମର ଶିବ ସାହୁ ୨୦୧୯-୨୦୨୦ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଥିଲେ । ହେଲେ ଦୁଇ ଜଣ ପଞ୍ଚାୟତ କର୍ମଚାରୀ ତାଙ୍କ ଘର ଆଗରେ ମୁଖ୍ୟମନ୍ତ୍ରୀ ଘର ସହାୟତା ରାଶି ପୋଷ୍ଟର ମାରିବା ବେଳେ ଘର ମାଲିକଙ୍କ ପୁଅ ବିରୋଧ କରିଥିଲେ ।

ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯଦି ପ୍ରଧାନମନ୍ତ୍ରୀ ସହାୟତା ଦେଉଛନ୍ତି, ତାହା ହେଲେ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ଲଗାଯାଉଛି । ସହାୟତା ରାଶି ମିଳିନଥିବା ବେଳେ କାହିଁକି ପୋଷ୍ଟର ଲଗାଉଛ ବୋଲି ଘର ମାଲିକଙ୍କ ପୁଅ ପ୍ରଶ୍ନ କରିଥିଲେ । ସେପଟେ ଏ ନେଇ ବିଡିଓଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ।


ତେବେ ବର୍ତ୍ତମାନ ଏହାକୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇ ଗଲାଣି ଏବଂ ଏହି ଭିଡିଓ ଟି ବର୍ତ୍ତମାନ ଭାଇରାଲ ମଧ୍ୟ ହୋଇଗଲାଣି । ତେବେ କିଛି ଲୋକ ଏହାକୁ ଯୋଜନା କରି ବିଜେଡି କୁ ତଳକୁ ପକାଇବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ତ କିଛି ଲୋକ ବହୁତ ନିନ୍ଦା ମଧ୍ୟ କରିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *