ଆପଣ ପାନ ପତ୍ର ଖାଉଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ, ନିଶ୍ଚୟ ପଢନ୍ତୁ – Health Tips

ଆଜି ଆମ୍ଭେ ଜାଣିବା ପାନପତ୍ର ଦ୍ଵାରା କେଉଁ କେଉଁ ରୋଗ ଭଲକରି ପାରିବା । ପାନ ଦ୍ଵାରା ଆମ୍ଭେମାନେ ବିଭିନ୍ନ ରୋଗର ଉପଚାର କରିପାରିବା । ପାନର ପୂଜା, ସଂସ୍କୃତି ଆଦିରେ ଅଧିକ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ରହିଛି । ମୁଖ୍ୟତଃ ଲୋକ ମାନେ ଖାଦ୍ୟ ଖାଇବାରେ, ଖାଦ୍ୟ ହଜମ କରିବା ପାଇଁ ଏବଂ ନିଜ ମୁହଁର ସ୍ଵାଦ ପାଇଁ ପାନ ଖାଇଥାନ୍ତି । ଏହା ଛଡ଼ା ଧର୍ମ ସଂସ୍କାର କ୍ରିୟା ଏହା ବ୍ୟତୀତ ସମ୍ଭବ ନୁହେଁ । କିନ୍ତୁ ବହୁତ୍ କମ୍ ଲୋକ ଜାଣିଛନ୍ତି କେବଳ ମୁଁହର ସ୍ଵାଦ ପାଇଁ ନୁହେଁ ବରଂ ଶରିରୀର ଅନେକ ପ୍ରକାରର ରୋଗରୁ ମଧ୍ୟ ଏହା ବଞ୍ଚାଇଥାଏ । ତେବେ ଚାଲନ୍ତୁ ଜାଣିବା ପାନ ପତ୍ରର ଔଷଧୀୟ ଗୁଣ ବିଷୟରେ ।

୧- ସର୍ବପ୍ରଥମେ ଜଦି ଆପଣଙ୍କର ପାଇରିଆ ରୋଗ ଅଛି ତେବେ ଆପଣ ବିଭିନ୍ନ ପ୍ରକାରର ଔଷଧ ସେବନ ନିହାତି କରୁଥିବେ। କିନ୍ତୁ ଜଦି ଆପଣ ପାନରେ କର୍ପୁର ମିଶାଇ ସେବନ କରିବେ, ତେବେ ଖୁବ ଶୀଘ୍ର ଆପଣଙ୍କର ପାଇରିଆ ସମସ୍ୟା ଦୂର ହୋଇଯିବ । କିନ୍ତୁ ଆପଣ ଗୋଟିଏ କଥାର ଧ୍ୟାନ ରଖିବେ କର୍ପୁର ଏବଂ ପାନ ପତ୍ର ଚୋବାଇବା ବେଳେ ପାନ ପତ୍ରକୁ ଭିତରକୁ ନିଅନ୍ତୁ ନାହିଁ, ସମସ୍ତ ରସ ବାହାରକୁ ବାହାର କରିଦିଅନ୍ତୁ ।

୨. ପାନ କେବଳ ପାଇରିଆ ପାଇଁ ନୁହେଁ, ମୁଁହ(ପାଟି) ପାଇଁ ବି ଲାଭଦାୟକ ଅଟେ । କାରଣ ଏଥିରୁ ଏମିତି କିଛି ତତ୍ତ୍ଵ ମିଳିଥାଏ ଯାହା ବ୍ୟାକ୍ଟେରିଆ ର ପ୍ରଭାବକୁ ଶେଷ କରିଥାଏ ଏବଂ ମୁଖ ଦୂର୍ଗନ୍ଧ ନାଶ କରିଥାଏ ।

୩. ଜଦି ଆପଣଙ୍କୁ କାଶ ହେଉଛି ତେବେ ଆପଣ ହଳଦୀ କୁ ଗରମ କରି ପାନରେ ମିଶାନ୍ତୁ ତାପରେ ପାନକୁ ଚୋବାନ୍ତୁ । ଜଦି ତଥାପି କାଶ କହୁନାହିଁ ତା ହେଲେ ହଳଦୀ ସହିତ ଜୁଆଣିକୁ ମିଶାନ୍ତୁ ଏବଂ ଏହାକୁ ଚୋବାନ୍ତୁ । ବହୁତ ଶୀଘ୍ର ଆରାମ୍ ମିଳିବ ।

୩- ଜଦି ଆପଣଙ୍କୁ ଥଣ୍ଡା ହେଇଛି ତା ହେଲେ ଆପଣ ପାନରେ ଅଳ୍ପ ଲବଙ୍ଗ ମିଶାଇ ଚୋବାନ୍ତୁ । ଏହା ଦ୍ଵାରା ଥଣ୍ଡା ଜଲ୍ଦୀ ଛାଡ଼ିଯାଏ ଏବଂ ଆପଣଙ୍କୁ ଆରାମ ମିଳିଥାଏ।

୪- ଯେଉଁ ବ୍ୟକ୍ତିଙ୍କୁ କିଡନୀ(ବୃକକ) ସମ୍ବନ୍ଧୀତ ରୋଗ ଅଛି ସେମାନେ ଦିନରେ ଦୁଇଥର ସକଳେ ଏବଂ ସନ୍ଧ୍ୟାରେ ପାନ ଚୋବାନ୍ତୁ, ଏହା ଦ୍ଵାରା ଆପଣଙ୍କର ପେଟରେ ଆବର୍ଜନା ସଫା ହୋଇ ଯାଇଥାଏ ଏବଂ କିଡନୀର କାର୍ଯ୍ୟ କ୍ଷମତାରେ ବୃଦ୍ଧି ହୋଇଥାଏ ।

୫- ଶ୍ଵାସ ପାଇଁ ଆପଣ ପାନର ବ୍ୟବହାର କରିପାରିବେ, ଏଥିପାଇଁ ଆପଣ ପାନର ତେଲ କାଢି ନିଅନ୍ତୁ ଏବଂ ଏହାକୁ ଗରମ କରି ନିଅନ୍ତୁ । ତାପରେ ଆପଣ ଶରୀରରେ ତେଲକୁ ଲଗାଇ ମାଲିସ୍ କରନ୍ତୁ ଏବଂ ଆପଣ ଏହି ପ୍ରକ୍ରିୟାକୁ ଏହି ଭଳି ଏକ ମାସ ପର୍ଯ୍ୟନ୍ତ କରନ୍ତୁ। ଆପଣ ଏହାର ଲାଭ କରିପାରିବେ।

୬-ପରୀଶ୍ରା କମ୍ ହେବା ବହୁତ ଲୋକଙ୍କର ଏକ ବଡ଼ ସମସ୍ୟା ଅଟେ । ଆପଣଙ୍କୁ ଅଳ୍ପ ମୂତ୍ର ରୋଗ ହୋଇଥାଏ, ଏହା ଦ୍ଵାରା ଅନେକ ପେଟ ରୋଗର ସମସ୍ୟା ହୋଇଥାଏ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ଏହାର ରସକୁ ବାହାର କରି ପତଳା କ୍ଷୀର ସହିତ ସେବନ କଲେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ।

୭-ତ୍ଵଚାର ଚମକ ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ । ପାନ ପତ୍ରରେ ଏମିତି କିଛି ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ଵ ମିଳିଥାଏ ଯାହାକି ଆପଣଙ୍କ ତ୍ଵଚାର ରଂଗରେ ପରିବର୍ତ୍ତନ ଆସିଥାଏ ଏବଂ ଆପଣଙ୍କର ସୌନ୍ଦର୍ଯ୍ୟ ବଢ଼ିଥାଏ । ଏହା ଆପଣଙ୍କର ରକ୍ତକୁ ସଫାକରି ବ୍ରଣ ଭଳି ସମସ୍ୟାରୁ ବଞ୍ଚାଇଥାଏ।

୮- ଆପଣ ଦେଖିଥିବେ ଯେଉଁ ମାନେ ନୂଆ ନୂଆ ବିବାହ କରିଥାନ୍ତି ସେମାନେ ପାନର ସେବନ ଅଧିକ କରିଥାନ୍ତି କାରଣ ଏହାର ସେବନ ଦ୍ଵାରା କାମ ଭାବନା ଅଧିକ ଯାଗ୍ରତ ହୁଏ । ଏହା ଦ୍ଵାରା ନିଜ ସଂଙ୍ଗୀନିକୁ ଅଧିକ ଶାରୀରିକ ସୁଖ ଦେଇଥାନ୍ତି ।

୯- ପାନ ଆମର ଖାଦ୍ୟ ହଜମ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏହା ଦ୍ଵାରା ଆମର ପାଚନ କ୍ରିୟା ଠିକ୍ ଭାବରେ ହୋଇଥାଏ । ଆପଣଙ୍କୁ ଗ୍ୟାସ୍ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ। ପାନ ପାଚନ ତନ୍ତ୍ର ଏବଂ କିଡନୀ ପାଇଁ ଲାଭଦାୟକ ଅଟେ। ଏହା ଖାଦ୍ୟକୁ ହଜମ କରିବା ପାଇଁ ଲାଳ ବନେଇ ଥାଏ । ଏହା ଦ୍ଵାରା ଶରୀରର ଅଙ୍ଗ ସଫା ରହିଥାଏ ଏବଂ ଅଲ୍ସର ର ଭୟ ଟଳି ଯାଇଥାଏ ।

୧୦- ପାନ ପତ୍ରକୁ ଘା’ ରେ ଲଗାଇବା ଦ୍ବାରା ଆପଣଙ୍କ ଘା ବହୁତ ଶୀଘ୍ର ଶୁଖିଯାଇଥାଏ।

୧୧- ଯଦି ଆପଣଙ୍କୁ ଅଧିକ ଥଣ୍ଡା ହୋଇଯାଏ ତେବେ ଆପଣ ସେହିଭଳି ସ୍ଥିତିରେ ମଧ୍ୟ ପାନର ପ୍ରୟୋଗ କରିପାରିବେ । ଏଥି ପାଇଁ ଆପଣ ପାନରେ ଅଳ୍ପ ମହୁ ମିଶାନ୍ତୁ । ଏହାର ସ୍ଵାଦ ନେଇ ଚୋବାନ୍ତୁ।

୧୨- କିଛି ଲୋକଙ୍କ ଓଜନ ବହୁତ କମ୍ ହୋଇଥାଏ, କିଛି ଲୋକଙ୍କୁ ବହୁତ କମ୍ ଭୋକ ଲାଗେ । ପାନର ନିୟମିତ ସେବନ ଦ୍ଵାରା ଭୋକ ଏବଂ ଶୋଷ ବଢ଼ିଥାଏ। ତେବେ ସେ ପେଟ ଭରି କରି ଖାଇଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *