Jyotish Shastra – ଆପଣଙ୍କ ହାତରେ ଅଛି କି M ଚିହ୍ନ, ତେବେ ଥରେ ଏହାକୁ ନିଶ୍ଚୟ ପଢନ୍ତୁ

କର ଓ କପାଳ ମଣିଷୟ ଭାଗ୍ୟକୁ ନିୟନ୍ତ୍ରଣ କରିଥାଏ । କର ଅର୍ଥାତ ମଣିଷର ପାପୁଲିରେ ଥିବା ରେଖାମାନ କୁହାଯାଏ । ମଣିଷର ହାତରେ ବିଭିନ୍ନ ରେଖାମାନ ରହିଅଛି । ଏହି ରେଖାମାନଙ୍କ ମଧ୍ୟରୁ କିଛି ଶୁଭଫଳ ଦେଇଥାନ୍ତି ଓ କିଛି ଅଶୁଭ ଫଳ ଦେଇଥାନ୍ତି ଓ ଏହି ରେଖା ମାନଙ୍କୁ ଦେଖି ଜ୍ଯୋତିଷ ମାନେ ଭବିଷ୍ୟତ ବିଷୟରେ ଗଣନା କରିଥାନ୍ତି । ଯେମିତି କି ନାରୀ ମାନଙ୍କ କ୍ଷେତ୍ରରେ ବାମ ହାତ ଓ ପୁରୁଷ ମାନଙ୍କ କ୍ଷେତ୍ରରେ ଡାହାଣ ହାତ । ତେବେ ବିଶ୍ଵାସ ରହିଛି କି ଯେଉଁ ବ୍ୟକ୍ତି ମାନଙ୍କ ପାପୁଲିରେ ଇଂରାଜୀ ଅକ୍ଷର M ଭଳି ରେଖା ରହିଛି ତେବେ ସେମାନଙ୍କ ଜୀବନ ପଥକୁ ଗୋଟିଏ ଅଦୃଶ୍ୟ ଶକ୍ତି ସଦା ସର୍ବଦା ମାର୍ଗ ଦର୍ଶନ ଦେଇଥାଏ ।

ସବୁ ପ୍ରକାରର ବାଧା ଓ ବିଘ୍ନ ରୁ ରକ୍ଷା କରିଥାଏ । ସବୁ ଅସୁବିଧା ମଧ୍ୟ ଦୂର କରିଥାଏ । ଏହି ରେଖାଟି ଜୀବନ ରେଖା ସହିତ ଯୋଡି ହୋଇ ରହିଥାଏ । ତେବେ ଆଜି ଆମେ ଜାଣିବା ହାତ ପାପୁଲିରେ M ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ସ୍ଵଭାବ ଓ ଭବିଷ୍ୟତ ବିଷୟରେ । ତେବେ ଡେରି ନ କରି ଚାଲନ୍ତୁ ଜାଣିବା ।

୧. ଏହି ରେଖା ଥିବା ବ୍ୟକ୍ତି ସାରା ଜୀବନରେ ଖୁସିରେ ରହିଥାନ୍ତି ଓ ଏମାନେ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ସମସ୍ତ ପ୍ରକାରର ଦୁଃଖ ଓ ବେଦନା ଏମାନଙ୍କ ଠାରୁ ଦୂରେଇ ରହିଥାଏ । ଏହି ବ୍ୟକ୍ତି ମାନେ ନିଜର ଜୀବନକୁ ଖୁବ ଆନନ୍ଦର ସହ ଉପଭୋଗ କରିଥାନ୍ତି । ଏହି ରେଖା ସମସ୍ତଙ୍କ ହାତରେ ନଥାଏ । ବହୁତ କମ ଲୋକଙ୍କ ହାତରେ ଏହି ରେଖାମାନ ସ୍ପଷ୍ଟ ଭାବରେ ଦେଖାଯାଏ । କିଛି ଲୋକଙ୍କ ହାତରେ ଏହି ରେଖା ସଂପୂର୍ଣ୍ଣ ମଧ୍ୟ ହୋଇଥାଏ ।

୨. ଯେଉଁ ମାନଙ୍କ ହାତ ପାପୁଲିରେ ଏହି ଚିହ୍ନ ରହିଥାଏ ସେହି ବ୍ୟକ୍ତି ମାନେ ନିଜର ଭବିଷ୍ୟତକୁ ନେଇ ବହୁତ ସଜାଗ ରହିଥାନ୍ତି । ଏହି କାରଣରୁ ସେମାନଙ୍କୁ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ପାଇବାର ଅଧିକ ସମ୍ଭାବନା ରହିଥାଏ ।

୩. ଏହି ବ୍ୟକ୍ତି ମାନେ ସବୁବେଳେ ଉଚ୍ଚ ଆଶାବାଦୀ ହୋଇଥାନ୍ତି ଓ ଏମାନେ କୌଣସି ବଡ ରାଜନୈତିକ ପଦ ମଧ୍ୟ ହାସଲ କରିଥାନ୍ତି ।

୪. ଏହି ଚିହ୍ନ ଥିବା ବ୍ୟକ୍ତି ମାନଙ୍କର କଳ୍ପନା ଶକ୍ତି ବହୁତ ଭଲ ହୋଇଥାଏ । ଏହି ବ୍ୟକ୍ତି ମାନେ ବିଶେଷ ସ୍ତରରେ ସୁନାମ ଅର୍ଜନ କରିଥାନ୍ତି । ଭବିଷ୍ୟତରେ ଏହି ବ୍ୟକ୍ତି ମାନଙ୍କ ପାଖରେ ଟଙ୍କା ପଇସାର ଅଭାବ ଦେଖା ଦେଇ ନଥାଏ ।

୫. ପାପୁଲିରେ ଏହି ଚିହ୍ନ ଥିବା ବ୍ୟକ୍ତି ମାନଙ୍କର ପ୍ରେମ ବିବାହ କରିବାର ସମ୍ଭାବନା ଅଧିକ ରହିଥାଏ ଓ ପରସ୍ପର ମଧ୍ୟରେ ଭଲ ସମ୍ବନ୍ଧ ରହିବାର ମଧ୍ୟ ଅଧିକ ସମ୍ଭାବନା ରହିଥାଏ । ଏଥି ସହିତ ବୈବାହିକ ଜୀବନରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ ।

୬. ଏହି ବ୍ୟକ୍ତିମାନେ କୌଣସି ପ୍ରକାରର ପରିବର୍ତ୍ତନରେ ବିଚଳିତ ହୋଇ ନଥାନ୍ତି । ଏହି ବ୍ୟକ୍ତିମାନେ ଜୀବନରେ ଆସୁଥିବା ପ୍ରତ୍ଯେକ ସମସ୍ୟାକୁ ସହଜରେ ସ୍ଵୀକାର କରିଥାନ୍ତି ଓ ଏହାକୁ ସାମ୍ନା କରିବାରେ ମଧ୍ୟ ସଫଳ ହୋଇଥାନ୍ତି ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *