ପ୍ୟାନ କାର୍ଡ ଉପରେ ଲେଖା ହୋଇଥିବା ୧୦ ଟି ଅଙ୍କ ବିଷୟରେ କେବେ ଭାବିଛନ୍ତି ଆପଣ

ଆଜିର ସମୟରେ ପ୍ରାୟ ସମସ୍ତେ ପ୍ୟାନ କାର୍ଡର ବ୍ୟବହାର କରୁଛନ୍ତି । ପ୍ୟାନ କାର୍ଡ କେତେକ କାମ ପାଇଁ ଜରୁରୀ ଅଟେ । କିନ୍ତୁ କଣ ଆପଣ କେବେ ଧ୍ୟାନ ଦେଇଛନ୍ତି କି ଆପଣ ଯେଉଁ ପ୍ୟାନ କାର୍ଡର ବ୍ୟବହାର କରୁଛନ୍ତି ତାହା ଉପରେ ଲେଖା ହୋଇଥିବା ୧୦ଅଙ୍କର ମାନେ କଣ ହୋଇଥାଏ । ଆମେ ଏହି ଲେଖାରେ ଆପଣଙ୍କୁ ଏହା ସମ୍ବନ୍ଧିତ ସୂଚନା ଦେବୁ । ପ୍ୟାନ କାର୍ଡ ଉପରେ ଯେଉଁ ଅଙ୍କ ଲେଖା ହୋଇଥାଏ ତାହା କୌଣସି ସାଧାରଣ ନମ୍ବର ହୋଇ ନଥାଏ ,ବରଂ ସେଥିରେ ପ୍ୟାନ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିଷୟରେ କିଛି ସୂଚନା ସାମିଲ ହୋଇଥାଏ ।

ପ୍ୟାନ କାର୍ଡ ଜାରି କରିବା ବାଲା ଆୟକର ବିଭାଗ ପ୍ୟାନ କାର୍ଡ ପାଇଁ ବିଶେଷ ପ୍ରକ୍ରିୟା ବ୍ୟବହାର କରିଥାନ୍ତି । ଆପଣଙ୍କ ପ୍ୟାନ କାର୍ଡ ଉପରେ ଯେଉଁ ଦଶ ଅଙ୍କ ଲେଖା ହୋଇଥାଏ ତାହାର ଖାସ ଉଦ୍ଦେଶ୍ୟ ଅଛି । ଦଶ ଅଙ୍କ ଥିବା ପ୍ରତ୍ୟେକ ପ୍ୟାନ କାର୍ଡରେ ନମ୍ବର ଓ ଅକ୍ଷରର ମିଶ୍ରଣ ହୋଇଥାଏ ।

ଏଥିରୁ ପ୍ରଥମ ପାଞ୍ଚଟି କ୍ୟାରେକ୍ଟର ସବୁବେଳେ ଅକ୍ଷର ହୋଇଥାଏ ,ଆଉ ଚାରଟି ନମ୍ବର ହୋଇଥାଏ ଓ ଶେଷଟି ପୁଣି ଏକ ଅକ୍ଷର ହୋଇଥାଏ । କେତେ ଥର ପ୍ୟାନ କାର୍ଡ ଉପରେ ଲେଖାଥିବା ‘ଓ’ଏବଂ ‘ଜିରୋ’ ଦେଖି ଲୋକମାନେ ଚିହ୍ନିବାରେ ଦ୍ଵନ୍ଦରେ ପଡିଯାନ୍ତି ।

ପ୍ୟାନ କାର୍ଡ ଉପରେ ଲେଖା ଯାଇଥିବା ପ୍ରଥମ ପାଞ୍ଚଟି ଅକ୍ଷର ଭିତରୁ ପ୍ରଥମ ତିନିଟି କ୍ୟାରେକ୍ଟର ଆଲ୍ଫାବେଟିକ ସିରିଜକୁ ଦର୍ଶାଇ ଥାଏ । ଆୟକର ବିଭାଗ ନଜରରେ ଆପଣ କଣ ଏହି ପ୍ୟାନ ନମ୍ବରର ଚତୁର୍ଥ କ୍ୟାରେକ୍ଟର କହିଥାଏ । ଯଦି ଆପଣ ବ୍ୟକ୍ତି ଅଟନ୍ତି ତାହେଲେ ଆପଣଙ୍କ ପ୍ୟାନ କାର୍ଡର ଚତୁର୍ଥ କ୍ୟାରେକ୍ଟର p ହେବ । ବାକି ଅକ୍ଷରର ମାନେ ଆମେ ଆପଣଙ୍କୁ କହୁଛୁ ।

C -କମ୍ପାନୀ

H-ହିନ୍ଦୁ ଅବିଭାଜିତ ପରିବାର

A-ବ୍ୟକ୍ତି ମାନଙ୍କର ସଂଘ

B-ବଡି ଅଫ ଇଣ୍ଡିଭିଜୁଆଲ

G-ସରକାରୀ ଏଜେନ୍ସି

J-ଆର୍ଟିଫିସିୟଲ ଜୁଡିଶିୟଲ ପର୍ସନ

L-ଲୋକାଲ ଅଥୋରିଟି

F-ଫର୍ମ/ଲିମିଟେଡ ଲାୟାବିଲିଟି ପାର୍ଟନରଶିପ

T-ଟ୍ରଷ୍ଟ

ଏହା ପରେ ପ୍ୟାନ ନମ୍ବରର ପଞ୍ଚମ କ୍ୟାରେକ୍ଟର ଆପଣଙ୍କ ଟାଇଟେଲର ପ୍ରଥମ ଅକ୍ଷରକୁ ଦର୍ଶାଇ ଥାଏ । ଯଦି ଆପଣଙ୍କ ଟାଇଟେଲ ଗୁପ୍ତା ଅଟେ, ତାହେଲେ ଆପଣଙ୍କ ପ୍ୟାନ ନମ୍ବର ର ପଞ୍ଚମ କ୍ୟାରେକ୍ଟର G ହେବ । ସେହି ନାମ ବ୍ୟକ୍ତିର ପ୍ୟାନ କାର୍ଡ ପାଇଁ ପଞ୍ଚମ କ୍ୟାରେକ୍ଟର ତାଙ୍କ ନାମର ପ୍ରଥମ ଅକ୍ଷରକୁ ଦର୍ଶାଇ ଥାଏ । ଆଗକୁ ଚାରୋଟି କ୍ୟାରେକ୍ଟର ନମ୍ବର ହୋଇଥାଏ, ଯାହା ୦୦୦୧ ରୁ ୯୯୯୦ ମଧ୍ୟରେ ହୋଇପାରେ । ଏହା ପରେ ଆପଣଙ୍କ ପ୍ୟାନ ନମ୍ବର ର ଶେଷ କ୍ୟାରେକ୍ଟର ସବୁବେଳେ ଏକ ଅକ୍ଷର ହୋଇଥାଏ ।

Leave a Reply

Your email address will not be published. Required fields are marked *