ଯେଉଁ ମହିଳାଙ୍କ ମଧ୍ୟରେ ଥାଏ ଏମିତି ଲକ୍ଷଣ, ଦେବୀ ଲକ୍ଷ୍ମୀ ତାଙ୍କ ଉପରେ କରିଥାନ୍ତି କୃପା

ଆଚାର୍ଯ୍ୟ ଚାଣକ୍ୟ ଜଣେ ଜ୍ଞାନୀ ସହିତ ଜଣେ ଭଲ ନୀତିକାର ଥିଲେ । ଚାଣକ୍ୟ ତାଙ୍କ ନୀତି ଗୁଡିକରେ ବହୁତ କିଛି ମହତ୍ଵପୂର୍ଣ୍ଣ କଥା କହିଛନ୍ତି ,ଯଦି ଆପଣ ସଫଳ ଏବଂ ମହାନ ବ୍ୟକ୍ତି ହେବାକୁ ଚାହୁଁଛନ୍ତି ତାହେଲେ ଚାଣକ୍ୟ ନୀତି ନିହାତି ପଢନ୍ତୁ । ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ମହିଳା ମାନଙ୍କ ବିଷୟରେ ଏମିତି କିଛି ଲକ୍ଷଣ କହିଛନ୍ତି, ଯେଉଁ ମହିଳାଙ୍କ ଭିତରେ ଏହି ଲକ୍ଷଣ ଥାଏ ସେମାନଙ୍କୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ ।

ଯେଉଁ ଘରେ ଏମିତି ମହିଳା ଥାଆନ୍ତି ସେହି ଘରେ ଲକ୍ଷ୍ମୀ ବାସ କରିଥାନ୍ତି । ଏମାନେ ଯେଉଁ ଘରେ ପ୍ରବେଶ କରିଥାନ୍ତି ସେହି ଘରକୁ ସୁଖ ସମୃଦ୍ଧି ଆସିଥାଏ । ଆମ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଥାଏ । ଯଦି ଆପଣ କୌଣସି ମହିଳାଙ୍କ ସହିତ ଖରାପ ବ୍ୟବହାର କରନ୍ତି ତାହେଲେ ଏହାକୁ ଲକ୍ଷ୍ମୀଙ୍କର ଅପମାନ ବୋଲି କୁହାଯାଇଥାଏ । ତେଣୁ କୌଣସି ମହିଳାଙ୍କୁ ଅପମାନ କରିବା ଉଚିତ ନୁହେଁ ।

ଆଜି ଆମେ ଆପଣଙ୍କୁ ଶାସ୍ତ୍ରରେ ଥିବା କିଛି ଏମିତି ଲକ୍ଷଣ ବିଷୟରେ କହିବୁ ଯଦି ଏହି ଲକ୍ଷଣ କୌଣସି ମହିଳାଙ୍କ ଭିତରେ ଥାଏ ତାହେଲେ ସେମାନଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଥାଏ । ଏହିପରି ମହିଳାଙ୍କୁ ବିବାହ କରିଥିବା ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ତେଜଶାଳୀ ସନ୍ତାନ ଜନ୍ମ ଦେଇଥାନ୍ତି । ତାହେଲେ ଆସନ୍ତୁ ଜାଣିବା ସେହି ମହିଳାଙ୍କ ବିଷୟରେ ।

୧-ମିଠା କଥା

ଯେଉଁ ମହିଳା ମାନେ ମିଠା କଥା କୁହନ୍ତି କେବେ ହେଲେ ରାଗନ୍ତି ନାହିଁ ଏବଂ ସବୁବେଳେ ଅନ୍ୟ ପାଇଁ ଭଲ ଭାବିଥାନ୍ତି ସେମାନଙ୍କ ସ୍ଵାମୀଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଏ । ମିଠା କଥା କହୁଥିବା ମହିଳାଙ୍କୁ ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଛି ।

୨ -ଭଲ ଗୃହିଣୀ

ଯେଉଁ ମହିଳା ଘରର ସବୁ କାମ ବିଷୟରେ ଜାଣିଥାନ୍ତି ଏବଂ ତାଙ୍କୁ ବହୁତ ଦାୟିତ୍ଵର ସହିତ ତୁଲାଇଥାନ୍ତି ସେମାନେ ଭଲ ଗୃହିଣୀ ହୋଇଥାନ୍ତି । ଯେଉଁ ମହିଳା ଅଳସୁଆ ହୋଇଥାନ୍ତି ଘର କାମ କରନ୍ତି ନାହିଁ ସେ ଘରକୁ କେବେ ବି ମା ଲକ୍ଷ୍ମୀ ଆସନ୍ତି ନାହିଁ ।

୩ -ପତିବ୍ରତା

ଯେଉଁ ମହିଳାମାନେ ତାଙ୍କ ସ୍ଵାମୀଙ୍କୁ ବହୁତ ଭଲ ପାଇଥାନ୍ତି ଓ ତାଙ୍କୁ ନିଜ ଜୀବନର ସବୁକିଛି ଭାବିଥାନ୍ତି ସେମାନଙ୍କୁ ପତିବ୍ରତା ବୋଲି କୁହାଯାଇଥାଏ । ସେମାନେ ବହୁତ ଭାଗ୍ୟଶାଳୀ ବି ହୋଇଥାନ୍ତି । ସେମାନଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ସବୁବେଳେ ଥାଏ ।

ଏହା ଥିଲା ସ୍ଵଭାବ

ଆସନ୍ତୁ ଜାଣିବା ଶରୀରର ଲକ୍ଷଣ ବିଷୟରେ ।

ନାଭି

ଯେଉଁ ମହିଳାଙ୍କ ନାଭି ପାଖରେ କଳାଜାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ,ସେମାନେ ତାଙ୍କ ଜୀବନରେ ବହୁତ ଖୁସିରେ ରୁହନ୍ତି ।

ବେକ

ସାମୁଦ୍ରିକ ଶାସ୍ତ୍ରରେ ଲମ୍ବା ବେକ ଥିବା ମହିଳାଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ । ସେମାନଙ୍କ ପାଇଁ ତାଙ୍କ ସ୍ଵାମୀଙ୍କ ପାଖରେ କେବେ ହେଲେ ବି ପଇସାର ଆଭାବ ଦେଖାଯାଏ ନାହିଁ ।

ଆଙ୍ଗୁଠି

ଯେଉଁ ମହିଳାଙ୍କ ପାଦର ଛୋଟ ଆଙ୍ଗୁଠି ତଳେ ଲାଗିଥାଏ ତାହା ଶୁଭ ହୋଇଥାଏ । ଯେଉଁ ମହିଳାଙ୍କ ମୁଁହ ତାଙ୍କ ବାପାଙ୍କ ପରି ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ଥିଲା ଶରୀରର ଲକ୍ଷଣ ଗୁଡିକ ।

Leave a Reply

Your email address will not be published. Required fields are marked *