‘ଚାଲ…ଚାଲ…ଶୀଘ୍ର ଚାଲ ହାତୀ ଆସୁଛି…’ ଜଙ୍ଗଲରେ ଯାଉଥିବା ସମୟରେ ହାବୁଡିଗଲା ଜଙ୍ଗଲି ହାତୀ, ଆଉ ତାପରେ ଯାହା ହେଲା ଦେଖନ୍ତୁ ଏହି Video

ବନ୍ଧୁଗଣ, ସାଧାରଣତଃ ଆମ୍ଭ ଆଖ ପାଖରେ ଏଭଳି କିଛି ଘଟଣା ବନ୍ୟ ଜୀବଜନ୍ତୁ ଙ୍କ ସହିତ ଘଟିଥାଏ ଯାହା ଧାରଣାର ବାହାରେ ଥାଏ । କେତେକ ସମସ୍ୟାରେ ମନୁଷ୍ୟ ର ଅଜାଣତରେ ସେମାନଙ୍କ ସହିତ କିଛି ଦୃଶ୍ୟ ଏଭଳି ଦେଖିବାକୁ ମିଳିଥାଏ ଯାହାକି କିଛି ମୁଣ୍ଡରେ ପଶିବା ଆଗରୁ ଅଘଟଣ ଘଟିଯାଇଥାଏ । ତେବେ ଆସନ୍ତୁ ଜାଣିନେବା ଏଭଳି କିଛି ଘଟଣା ଯାହା ଛାତି ଥରେଇ ଦେଇଛି । ସୂଚନା ଅନୁଯାୟୀ କିଛି ଲୋକ ଗାଡି ନେଇ ରାସ୍ତାରେ ଯାଉଥିଲେ, ତାହା ପୁଣି ଜଙ୍ଗଲ ମଧ୍ୟରେ ଥିବା ରାସ୍ତାରେ ଯାଉଥିଲେ । 

ମାତ୍ର ଚାହୁଁ ଚାହୁଁ ଅଚାନକ ସାମ୍ନାରୁ ଆସିଲା ଏକ ବଡ ଦନ୍ତା ହାତୀ । ହଠାତ ହାତୀ କୁ ନିଜ ସମ୍ମୁଖରେ ଦେଖି ସେମାନେ କ’ଣ କରିବେ କିଛି ବୁଝି ପାରିଲେ ନାହିଁ । ଏହା ପରେ କ’ଣ କରିବେ ଚିନ୍ତା କରିବା ପୂର୍ବରୁ ହାତୀ ଗୋଡାଇବାରେ ଲାଗିଲା । ସାଙ୍ଗେ ସାଙ୍ଗେ ଗାଡି ଚାଳକ ଗାଡି କୁ ପଛୁଆ ପଛୁଆ ନେଇ ଆସୁଥାଏ ମାତ୍ର ହାତୀ ଆହୁରି ଜୋରସେ ଆଗକୁ ମାଡି ମାଡି ଆସୁଥାଏ । ସମସ୍ତେ ଏହା ଦେଖି ବହୁତ ଡଋ ଗଲେ । ସେହି ଗାଡିରେ ଅନେକ ପର୍ଯ୍ୟଟକ ଥିଲେ ।

ଯେଉଁମାନେ କି ଜଙ୍ଗଲ କୁ ଗାଡି ରେ ଘୁରି ଘୁରି ଦେଖୁଥିଲେ । ମାତ୍ର ସେମାନେ ଭୁଲିଯାଇଥିଲେ ଯେ ବନ୍ୟଜୀବଜନ୍ତୁ କୁ ଏହିଭଳି ଗାଡି ର ଶବ୍ଦ ତଥା ଅଧିକ ଜୋରସେ ପାଟି ପସନ୍ଦ ନଥାଏ । ଏବଂ ଏହା ଶୁଣିଲେ ସେମାନେ ଭୟ କରିବା ସହିତ ଉତେଜିତ ହୋଇ ଉଠିଥାନ୍ତି ।

ତେବେ ହାତୀଟି ଆଗକୁ ମାଡି ମାଡି ଆସୁଥିବା ଦେଖି ଗାଡିରେ ବସିଥିବା ଲୋକଙ୍କ ମୁଣ୍ଡକୁ କିଛି ପଶିଲା ନାହିଁ । ସେମାନେ ପଛକୁ ଗାଡି କରିବାକୁ ଲାଗିଲେ । ମାତ୍ର ଦନ୍ତା ହାତୀଟି ଧୃତ ଗତିରେ ଆଗକୁ ମାଡି ଚାଲିଲା ଲେ ପଛକୁ ଫେରିବାର ନାମ ଧରୁନଥିଲା । ହାତୀଟି ବହୁତ ରାଗିଯିବାର ମଧ୍ୟ ନଜର ଆସିଥିଲା । ମାତ୍ର କିଛି ବାଟ ଆଗକୁ ଦୌଡି ସାରିବା ପରେ ହାତୀଟି ନିଜ ଦୌଡିବା ବାଟ ବଦଳାଇ ଦେଇ ଅପରପାର୍ଶ୍ଵକୁ ଚାଲିଗଲା ।

ଏହାକୁ ଦେଖି ଗାଡି ଚାଳକ ଏବଂ ଅନ୍ୟ ବ୍ୟକ୍ତି ମାନଙ୍କ ମନରେ ଟିକିଏ ସାନ୍ତ୍ଵନା ମିଳିଲା ଯେ ତାଙ୍କ ଜୀବନ  ଅଳ୍ପକେ ବର୍ତ୍ତୀ ଯାଇଥିଲା । ଖବର ଅନୁଯାୟୀ ଏହି ଘଟଣା ଟି କାବିନି ବନାଞ୍ଚଳର ବୋଲି କୁହାଯାଉଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *