ସ୍ଵାମୀ ଆଖି ଆଗରେ ପେଟର ଛୁଆ ସହ ମା’ ନେଲା ସମାଧି…ପୁରା ଘଟଣା ଆପଣଙ୍କ ଆଖିରେ ଲୁହ ଭରିଦେବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ମର୍ମାହତ ଦୁର୍ଘଟଣା ଘଟି ଯାଇଛି ଯାହାକୁ ଶୁଣିଲା ମାତ୍ରେ ଆପଣଙ୍କ ଛାତି ଫାଟିଗଲା ଭଳି ମନେ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଏହି ମା’ ଜଣକ ଦିନ ଗଣିବା ଆରମ୍ଭ କରିଦେଇଥିଲେ । ଖୁସିର ସୀମା ବନ୍ଧ ବାଡ ମାନୁ ନଥିଲା । କେବେ ଗର୍ଭସ୍ଥ ଶିଶୁ କୋଳକୁ ଆସିବା ଖନେଇ ଖନେଇ ମା’ ବୋଲି ଡାକିବ । ମାତ୍ର ଜାଣି ନଥିଲେ ଯେ ଜନ୍ମ ହେବା ପୂର୍ବରୁ ମା’ ଛୁଆ ଉଭୟଙ୍କୁ ଜଳରେ ସମାଧି ଦେବାକୁ ଛକି ବସିଛି କାଳ ।

କୁହାଯାଏ ମୃତ୍ୟୁ ଭାରି ନିଷ୍ଠୁର, ବେଳେ ବେଳେ ସେ ଏଭଳି ଅସମୟରେ ଆସିଯାଏ, ଯାହାକୁ ଦେଖିଲେ ଛାତି ଫାଟିଯାଏ । ଆପଣ ଥରେ ଚିନ୍ତା କରନ୍ତୁ ସ୍ତ୍ରୀ ଛୁଆ କୁ ନେଇ ସୁନେଲି ସଂସାର ସ୍ଵପ୍ନ ଦେଖୁଥିବା ସ୍ଵାମିଟିର ଆଖି ସାମ୍ନାରେ ଯଦି ଗର୍ଭବତୀ ସ୍ତ୍ରୀ ଛଟପଟ ହୋଇ ଚାଲିଯାଏ । ତେବେ କିଭଳି ଦେହ ସହିବ ? ସତରେ କ’ଣ ଏଭଳି ମଧ୍ୟ ଆସିଥାଏ ମୃ-ତ୍ୟୁ ?

ରାତି ପ୍ରାଏ ୧୦ ଟା ହେବ ବଲାଙ୍ଗୀର ଲୋହେସିଂହା ବ୍ଲକ ଘୁଷୁରା ମୁଣ୍ଡା ଗ୍ରାମର ବ୍ୟବସାୟୀ ମୁନା ସାହୁ, ନିଜ ସ୍ତ୍ରୀ ପିଙ୍କି ସାହୁ ଙ୍କ ସହିତ କାରରେ ଘରକୁ ଫେରୁଥାନ୍ତି । ବଲାଙ୍ଗୀରି ମେଡିକାଲ ରେ ଚେକଅପ ସାରି ସେ ଫେରୁଥାନ୍ତି । ହଠାତ ଏନଏଚ ୨୬ ଯାମସର ଛକ ନିକଟରେ ଭାରସାମ୍ୟ ହରାଇ ବସିଥିଲା କାର । ଏହା ଫଳରେ ରାସ୍ତା କଡରେ ଥିବା ପାଣି ଭର୍ତ୍ତି ପୋଖରୀ ଭିତରକୁ ପସିଯାଇଥିଲା ଚଳନ୍ତା କାର ।

କାର ଚାଳକ ମୁନା ସାହୁ ଭିତରୁ ବାହାରି ପହଁରି ପହଁରି ରାସ୍ତା କଡକୁ ଚାଲିଆସିଥିଲେ । କିନ୍ତୁ ସ୍ତ୍ରୀ ପିଙ୍କି ବାହାରକୁ ବାହାରି ପାରି ନଥିଲେ । କାର ଭିତରେ ରହିଯାଇଥିଲେ ଗର୍ଭବତୀ ପିଙ୍କି । ରାସ୍ତାରେ ଯାଉଥିବା ଲୋକେ ସଙ୍ଗେ ସଙ୍ଗେ ଅଗ୍ନିସମ ବାହିନୀ କୁ ଡ଼ାକିଥିଲେ । ମାତ୍ର ୧ ଘଣ୍ଟା ର ଅପରେସନ ପରେ କାର ଭିତରୁ ଗୁରୁତ୍ଵର ଅବସ୍ଥାରେ ପିଙ୍କି ଙ୍କୁ ଉଦ୍ଧାର କରାଯାଇଥିଲା ।

ଏବଂ ତୁରନ୍ତ ତାଙ୍କୁ ବଲାଙ୍ଗୀରି ଭୀମଭୋଇ ହସ୍ପିଟାଲ କୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହା ବହୁତ ଦୁଃଖଦପୂର୍ଣ୍ଣ ଘଟଣା ଅଟେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *