ପାଲ ତଳେ ହାଇ ରାବା…ଡିଜେ ବାଜୁଛି, ବର୍ଷା ହେଉଛି, ମୁଣ୍ଡରେ ପାଲ ପକାଇ ଚାଲିଛି ଜୋରଦାର ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଡିଜେ ବାଜୁଛି, ତଥା ଭୀଷଣ ବର୍ଷା ହେଉଛି । ବର୍ଷାରେ ଯାଉଛନ୍ତି ବରଯାତ୍ରୀ, ମୁଣ୍ଡରେ ଗୋଟେ ବଡ ପାଲ ପକାଇ ବରଯାତ୍ରୀ ଯାଉଛନ୍ତି ଲୋକେ । କେତେକ ଲୋକେ ବରଯାତ୍ରୀ ନାଚୁଥିବା ବେଳେ ଆଉ କେତେକ ପାଳକୁ ମୁଣ୍ଡରେ ରଖି ଚାଲି ଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ଦୃଶ୍ୟଟି ମଧ୍ୟପ୍ରଦେଶର ଇନ୍ଦୋର ସହରର ହୋଇଥିବା ବେଳେ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ତେବେ ଭାଇରାଲ ହୋଇଥିବା ଏହି ଭିଡିଓରେ ହାୟୋ ରବା ଗୀତ ବାଜୁଥିଲା । ବର୍ଷାରେ ମଧ୍ୟ ପାଲ ଭିତରେ ସମସ୍ତେ ଏହି ଗୀତର ତାଳେ ତାଳେ ନାଚିବାକୁ ଲାଗିଥିଲେ । ବାର ସହିତ ଯାଉଥିବା ତାଙ୍କ ସମ୍ପର୍କୀୟ ତଥା ସାଙ୍ଗସାଥି ମାନେ ବେସ ମଜା ଉଠାଇଥିଲେ । ପାଲ ଭିତରେ ନାଚିବାର ମଜା ଅଲଗା ବୋଲି କହିଥିଲେ । କୁନି କୁନି ପିଲା ମଧ୍ୟ ଡିଜେର ତାଳେ ତାଳେ ନାଚିବାକୁ ଲାଗିଥିଲେ ।

ଏହାକୁ ଦେଖି ଅନେକ ଲୋକେ ହସିବାକୁ ଲାଗୁଥିଲେ । କାରଣ ସାଧାରଣତ ଆମ୍ଭେ ଦେଖି ଆସିଛୁ ଯେ ଯଦି ବର୍ଷା ହେଉଛି ତେବେ ବର୍ଷାରେ ଭିଜି ଭିଜି ସବୁ ଖୋଲା ଆକାଶ ତଳେ ନାଚି ନାଚି ଯାଇଥାନ୍ତି । କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ ଢଙ୍ଗ ବଦଳି ଯାଇଛି ସମସ୍ତେ ନାଚିଛନ୍ତି କିନ୍ତୁ ପାଲ ଭିତରେ ରହି ନାଚିଛନ୍ତି । ବର କିନ୍ତୁ କାର ଭିତରେ ଆଗରେ ଆରାମରେ ବସି ଯାଉବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହି ଦୃଶ୍ୟକୁ ବର୍ତ୍ତମାନ ବହୁତ ଲୋକେ ନିଜ ବନ୍ଧୁ ବାନ୍ଧବଙ୍କୁ ସେୟାର କରିବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ବର୍ଷା ଏଭଳି ଭାବରେ ହେଉଛି ଯେ ନ କହିଲେ ଭଲ । ଚାରିଆଡେ କାଦୁଅ ସାଙ୍ଗକୁ ଆଣ୍ଠୁଏ ଆଣ୍ଠୁଏ ପାଣି । ସାଧାରଣ ଜୀବନ ଅସ୍ତବ୍ୟସ୍ତ । ପିଲାମାନେ ସ୍କୁଲ ଯିବାକୁ ମଧ୍ୟ ବହୁତ ହଇରାଣ ହେଉଛନ୍ତି । ମାତ୍ର ବର୍ଷା ଦିନରେ ହେଉଥିବା ବିବାହ ଯେତିକି ସୁନ୍ଦର ସେତିକି କଷ୍ଟକର ସ୍ଥିତି ମଧ୍ୟ ଆଣିଦେଇଥାଏ ।

ଯେମିତିକି ଏହିଭଳି ବର୍ଷାରେ ଭିଜି ଭିଜି ପାଲ ଘୋଡାଇ ନାଚି ନାଚି ବର ସାଙ୍ଗରେ କନିଆ ଘରକୁ ଯିବା । ଯେଉଁମାନେ ଟିକିଏ ବର୍ଷା ହେଲେ ମାତ୍ରେ ଖୁସି ହୋଇଜାଆନ୍ତି ସେମାନଙ୍କ ପାଇଁ ଏହା ବହୁତ ଆନନ୍ଦର ବିଷୟ ଅଟେ । ମାତ୍ର ଯେଉଁମାନେ ବର୍ଷହେଲା ମାତ୍ରେ ଚିଡିଚିଡି ହୋଇଜାଆନ୍ତି ତଥା ଯେଉଁମାନଙ୍କୁ କାଦୁଅ ପସନ୍ଦ ହୋଇନଥାଏ, ସେମାନଙ୍କ ନିମନ୍ତେ ଏହା ମୁଣ୍ଡ ବ୍ୟଥର ବିଷୟ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *