ପିୟୁଷ ଲଗାଇଲେ ନିଆଁ, ଫସିଗଲେ Daitari Panda, ଯାତ୍ରା ଦୁନିଆର ଦୁର୍ଦ୍ଧାନ୍ତ ଖଳନାୟକ ବିରୁଦ୍ଧରେ ଆସିଲା ସାଂଘାତିକ ଅଭିଯୋଗ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଭିଲିଆନ ଦୈତାରୀ ପଣ୍ଡା ଏବେ ଅଭିଯୋଗକାରୀଙ୍କ ହିସାବରେ ଭିଲିଆନ । ପୋଲିସରେ ହୋଇଛି ଏଫଆଇୟାର । ୧୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୈତାରୀ ପଣ୍ଡା । ଟଙ୍କା ଦେଇଥିବା ଯାତ୍ରା ମାଲିକଙ୍କୁ ଧରା ଛୁଆଁ ଦେଉନାହାଁନ୍ତି । ଏହାଛଡା ସେମାନଙ୍କ ଫୋନ ମଧ୍ୟ ଉଠାଉନାହାଁନ୍ତି । ଏହି ବାବଦରେ ଦୈତାରୀ ପଣ୍ଡା କହିଛନ୍ତି ଯେ ସେ ଯେତିକି କାମ କରିଛନ୍ତି ସେତିକି ପଇସା ନେଇଛନ୍ତି ।

ଏହାର କିଛି ସତ୍ୟାସତ୍ୟ ନାହିଁବୋଲି ସେ କହିଛନ୍ତି । ପାର୍ବତୀ ଗଣନାଟ୍ୟରେ ୨୦୨୨ ତଥା ୨୦୨୩ ମସିହା ଯାତ୍ରାରେ ଯୋଗଦେବା ପାଇଁ ଦରମାର ଅଧା ଟଙ୍କା ଆଡଭାନ୍ସ ଆକାରରେ ନେଇଥିଲେ । ଆଉ ଅଧା ମାଗୁଥିଲେ ମାତ୍ର ମାଲିକ ଦେବାକୁ ସକ୍ଷମ ହେଲେନାହିଁ ଅଥବା ମନାକରିଲେ ବୋଲି ସେ ଲାପତା ରହିଲେ । ମାତ୍ର ଏହା ଆଗରୁ ଦୈତାରୀ ପଣ୍ଡା ଅନ୍ୟ ଦୁଇଜଣଙ୍କୁ ଠକିଛନ୍ତି । ଠକିବା ତାଙ୍କର ପ୍ରବୃତ୍ତି ଅଟେ ।

ସେ ନିଜେ କଥା ହୁଅନ୍ତିନାହିଁ । ତାଙ୍କ ବାପା ଥିଲାବେଳେ ବାପା କଥା ହୁଅନ୍ତି । ମାତ୍ର ବର୍ତ୍ତମାନ ତାଙ୍କ ପତ୍ନୀ କଥା ହେଉଛନ୍ତି ମଳିକଙ୍କ ସହିତ । ତେବେ ଦୈତାରୀ କ’ଣ ଏକା ବିବାଦୀୟ ଅନ୍ୟ କେହି କଳାକାର ଏପରି କରିନାହାଁନ୍ତି ? କିନ୍ତୁ ସୋସିଆଲ ମିଡିଆରେ ଆରମ୍ଭ ଏହି ଚର୍ଚ୍ଚାରୁ ଏବେ ଯାତ୍ରା ଜଗତରେ ନିଆଁ । ଟଙ୍କା ନେଇ ଠକିବା ଏକ ଟ୍ରେଣ୍ଡ, ବଡ ବଡ କଳାକାର କୁଆଡେ ଏଭଳି କରୁଛନ୍ତି ।

ଏପରି ସନ୍ଦେହ ଏବଂ ଚର୍ଚ୍ଚାର କାରଣ ଆଉ ଜଣେ ପାପୁଲାର ଯାତ୍ରା ଖଳନାୟକ ପିୟୁଷ ତ୍ରିପାଠୀଙ୍କ ଏକ ଫେସବୁକ ପୋଷ୍ଟ, ତାହା ବର୍ତ୍ତମାନ ହୋଇଛି ଭା-ଇ-ରା-ଲ । କିଛିଦିନ ତଳେ ପିୟୁଷ ତାଙ୍କ ଫେସବୁକ ପୋଷ୍ଟରେ ଏମିତି କିଛି ଲେଖି ଯାତ୍ରା ଜଗତରେ ନିଜକୁ କିଙ୍ଗଷ୍ଟାର କହୁଥିବା ହିରୋଙ୍କୁ ଆକ୍ଷେପ କରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା ।

ଯାତ୍ରା କଳାକାର କୈଳାଶ ପରିଡା କହିଛନ୍ତି ଯେ ପିୟୁଷ ଯାହା କହିଛନ୍ତି କିଛି ଭୁଲ କହିନାହାଁନ୍ତି, ଦୈତାରୀ ପଣ୍ଡା ବର୍ତ୍ତମାନ ଯାତ୍ରା ଜଗତରେ ଆଗ ଧାଡିର ନାୟକ । ମାତ୍ର ସେ ପାର୍ବତୀ ଅନୁଷ୍ଠାନରୁ ପଇସା ନେଇ କୋଣାର୍କ ଗଣନାଟ୍ୟ ଚାଲିଗଲେ ।

ଏଣୁ ସେ ନିନ୍ଦା ଶବ୍ଦକୁ ନିଜ ପଛ ପକେଟରେ ପୁରାଇଦେଲେ ଏବଂ ଆଗରେ ରହିଲା ତାଙ୍କର ପଇସା । ଏହି ଘଟଣାକୁ ନେଇ ଯାତ୍ରା କଳାକାର ବାସୁଦେବ ମହାନ୍ତି କହିଛନ୍ତି ଯେ ଏଥିରେ ଭୁଲ ହେଉଛି କଳାକାରଙ୍କର ଏବଂ ମାଲିକଙ୍କର ଗୋଟିଏ ହାତରେ କେବେ ମଧ୍ୟ ତାଳି ବାଜିବ ନାହିଁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *