Santosh ଙ୍କ ଆତ୍ମହତ୍ୟା ପରେ ମୁହଁ ଖୋଲିଲେ Rashmi ଙ୍କ ମା’ କହିଲେ ‘ମୋ ଝିଅକୁ ସେ କଲବଲ କରି ମାରିଲା, ଟିକେବି ଭାବିଲାନି..ତା ସହ ଯାହା ହେଲା ଠିକ ହେଲା…’ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଆଉ ଏକ ଅଘଟଣ ଘଟିଛି । ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ରାଉରକେଲା ସ୍ଥିତ ବାସନ୍ତୀ କଲୋନୀରେ ଆତ୍ମହତୟଆ କରିଛନ୍ତି । ତେବେ ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଝୁଲନ୍ତା ଅବସ୍ଥାରେ ସନ୍ତୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ରାତିରେ ଖାଇସାରିବା ପରେ ନିଜ ରୁମକୁ ଯାଇଥିଲେ ।

ଏହା ପରେ ସେ ଆତ୍ମହତୟଆ କରିଥିବା ପରିବାର ଲୋକେ ଜାଣିବାକୁ ପାଇଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ କେଉଁ କାରଣରୁ ଆତ୍ମହତୟଆ ସେନେଇ ପ୍ରଶ୍ନ ଉଠିଛି ।  ତେବେ ଏହା ପୂର୍ବରୁ ଗତ କିଛିଦିନ ତଳେ ଭୁବନେଶ୍ବରର ନୟାପଲ୍ଲୀ ସ୍ଥିତ ଗଡ଼ସାହିର ଏକ ଭଡ଼ାଘରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା ।

ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଏକ ସୁଇସାଇଡ ନୋଟ ମଧ୍ୟ ପୋଲିସ ଜବତ କରିଥିଲା । ଏହାପରେ ରଶ୍ମିରେଖାଙ୍କ ମୃତ୍ୟୁ ମାମଲାକୁ ନେଇ କମିଶନରେଟ ପୋଲିସ ସନ୍ତୋଷକୁ ଜେରା କରିଥିଲା ।  ତେବେ ବର୍ତ୍ତମାନ ରଶ୍ମିରେଖା ଙ୍କ ମାଆ ମିଡ଼ିଆ ଆଗରେ ନିଜର ବାଇଟ ରଖିଛନ୍ତି ତେବେ ସେ କହିଲେ କି ଯଦି ଦୁଇଜଣ ପରସ୍ପର କୁ ଭଲ ପାଉଥିଲେ ଏବଂ ବାହା ହୋଇଥିଲେ ତେବେ ନିଜ ନିଜ ଘର ଲୋକଙ୍କୁ ଜଣାଇ ପାରିଥାନ୍ତେ ଆମେ ଦୁହିଙ୍କ ବିବାହ କରି ଦେଇଥାନ୍ତୁ ।

ତେବେ ସେ ମୋ ଝିଅ କୁ ଯେପରି କଲବଲ କରି ମାରିଲା ତା ଆଖି କୁ ନଷ୍ଟ କରିଦେଲା ଭଗବାନ କେବେବି ସହିବେ ନାହିଁ ତେବେ କହିବା କଥା ନୁହେଁ କିନ୍ତୁ ତା ସହ ଯାହା ହେଲା ତା କର୍ମ ର ଫଳ । ତେବେ ସେପଟେ ସନ୍ତୋଷଙ୍କ ବାପାଙ୍କ ମତରେ-‘ଭୁବନେଶ୍ବର ରୁ ରାଉଲକେଲାକୁ ଆସିବା ପରେ ସେ ମୋତେ କିଛି ବି କହିନି ।

ହେଲେ ସେ କେବଳ ଗୋଟେ କଥା କହୁଥିଲା ବାପା ସେ ଝିଅକୁ ମୁଁ ବହୁତ ଅଧିକ ଭଲ ପାଉଥିଲି ସେ ଯିବା ପରେ ମୋ ଲାଇଫ ଗଲା ମୁଁ ବଞ୍ଚିକି ଆଉ ଲାଭ ନାହିଁ । ସେ ମୋତେ ଛାଡି ଚାଲିଗଲା ମୁଁ ବି ଚାଲିଯିବି । ସେ ଏମିତି କହିବା ପରେ ବହୁତ ଥର ଆମେ ଅଟକାଉ ଥିଲୁ ତାର ମା ସାତ ଦିନ ହେଲାଣି କିଛି ଖାଇନି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *