‘ମ୍ୟାଚରେ ଭାରତକୁ ହରାଇ ଦିଅ…ମୁଁ ତୁମକୁ ବାହାହେବି, ନହେଲେ ତୁମେ ମୋର…’ ପାକିସ୍ତାନୀ ସୁନ୍ଦରୀ ମଡେଲ ଦେଲେ ଅଫର…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଅଜବ ପ୍ରସ୍ତାବ ଦେଇଛନ୍ତି ଜଣେ ପାକିସ୍ତାନୀ ଅଭିନେତ୍ରୀ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ପାକିସ୍ତାନୀ ସୁନ୍ଦରୀ ଅଭିନେତ୍ରୀ କହିଛନ୍ତି ଯେ ତୁମେ ଯଦି ଭାରତକୁ ମ୍ୟାଚରେ ହରାଇଦେବ ତେବେ ସେ ସେ ଦେଶର ଏକ ପୁଅକୁ ବିବାହ କରିବେ । ବର୍ତ୍ତମାନ ଟି 20 ବିଶ୍ଵକପ ଚାଲିଥିବା ସମୟରେ ଭାରତକୁ ହରାଇବା ନିମନ୍ତେ ଜିମ୍ବାୱେ କ୍ରିକେଟ ଟିମ କୁ ଏଭଳି ଏକ ଲୋଭନୀୟ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ସେହେର ସିନୱାରୀ ।

ଆସନ୍ତା ୬ ତାରିଖରେ ଭାରତ ତାହାର ଶେଷ ମ୍ୟାଚରେ ଜିମ୍ବାୱେ କୁ ଭେଟିବ । ଏଣୁ ଏହି ମ୍ୟାଚରେ ଭାରତ ହାରିଯାଉ ବୋଲି ଚାହୁଁଛନ୍ତି ସେହେର । କାରଣ ଭାରତ ହାରିଗଲେ ପାକିସ୍ତାନ ବିଶ୍ଵକପ ସେମିଫାଇନାଲରେ ପ୍ରବେଶ କରିବେ ବୋଲି ଏହି ଅଭିନେତ୍ରୀ ଜଣଙ୍କ ଆଶା ରଖିଛନ୍ତି । ଏଣୁ ମ୍ୟାଚ ର ଦୁଇ ଦିନ ଆଗରୁ ସେ ଟ୍ଵିଟ କରି ଏହିଭଳି କହିଛନ୍ତି ।

ସେ ଏଥିରେ ଲେଖିଛନ୍ତି ଯେ ପରବର୍ତ୍ତୀ ମ୍ୟାଚରେ ଯଦି ଜିମ୍ବାୱେ ଚମତ୍କାର କରି ଭାରତକୁ ପରାସ୍ତ କରେ ତେବେ ସେ ଜଣେ ଜିମ୍ବାୱେ ନାଗରିକାକୁ ବିବାହ କରିବେ । ତେବେ ଚଳିତ ବିଶ୍ଵକପରେ ଜିମ୍ବାୱେ ପାକିସ୍ଥାନ କୁ ହରାଇ ବଡ ବିପର୍ଜ୍ୟାୟ ସୃଷ୍ଟି କରିଥିଲା । ଏଣୁ ବର୍ତ୍ତମାନ ଏହି ଦଳ ଭାରତକୁ ମଧ୍ୟ ହରାଉ ବୋଲି ଚାହୁଁଛନ୍ତି ସେହେର ସେନୱାରୀ । ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚ ସମୟରେ ମଧ୍ୟ ଭାରତର ପରାଜୟ କାମନା କରି ସେ ବାରମ୍ବାର ଟ୍ଵିଟ କରୁଥିଲେ । ମାତ୍ର ଶେଷରେ ନିରାଶ ହୋଇ ସେ ସୋ-ସି-ଆ-ଲ ମି-ଡି-ଆ ରେ ଟ୍ରୋଲ ର ଶିକାର ମଧ୍ୟ ହୋଇଥିଲେ ।

ମାତ୍ର ଏହା ସତ୍ବେ ସେ ପୁଣିଥରେ ଭାରତ ଜିମ୍ବାୱେ ମ୍ୟାଚ କୁ ନେଇ ଟ୍ଵିଟ କରିଛନ୍ତି । ଏବଂ ତାଙ୍କର ଏହିଭଳି ଟ୍ଵିଟ କୁ ହଜାରରୁ ଅଧିକ ଲାଇକ ସହିତ କିଛି ୟୁଜର୍ସ ଋଟ୍ଵିଟ ମଧ୍ୟ କରିଛନ୍ତି । ତେବେ କିଛି ଲୋକ ତାଙ୍କୁ ମଜାଦାର କମେଣ୍ଟ ମାଧ୍ୟମରେ ଟ୍ରୋଲ ମଧ୍ୟ କରିଛନ୍ତି । ଜଣେ ଏଭଳି ମଧ୍ୟ କହିଛନ୍ତି ଯେ ମୁଁ ଆପଣଙ୍କ ପାଇଁ ଦୁଃଖିତ କାରଣ ଆପଣ ସାରା ଜୀବନ କିଭଳି ଏକୁଟିଆ ରହିବେ ?

ଟ୍ରୋଲ ହେବା ପରେ ମଧ୍ୟ ଏହି ଅଭିନେତ୍ରୀ ଜଣଙ୍କ ଗତକାଲି ଆଉ ଏକ ଟ୍ଵିଟ ମଧ୍ୟ କରିଥିଲେ । ସେଥିରେ ସେ ଲେଖିଥିଲେ ଯଦି ପାକିସ୍ଥାନୀ ଟିମ ଦକ୍ଷିଣ ଆଫ୍ରିକା କୁ ହରାଇ ଦେଉଛି ତେବେ ସେ ବଙ୍ଗାଳୀ ବାବା ଯାଇ ଭାରତୀୟ ଟିମ ଉପରେ ଗୁଣୀ କରିଦେବେ । ଏହାଦ୍ଵାରା ଭାରତ ଆଉ ଜିତିପାରିବ ନାହିଁ । ତେବେ ଆସନ୍ତା 6 ତାରିଖରେ ହେଉଥିବା ମ୍ୟାଚରେ ସେହେର ଙ୍କ ଗୁଣୀଗାରେଡି କିଭଳି ଭାବରେ କାମ ଦେଉଛି ତାହା ଜଣାପଡିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *