‘ପେପର ପାରି ଶୋଉଥିଲି ଆଜି ପେପର ହେଡଲାଇନ୍ସରେ ମୁଁ, ତୁମେ ଚପଲ ଫୋପାଡିଲ ମତେ ସାଉଥ ରୁ…’ Rani Priyadarshini

ବନ୍ଧୁଗଣ, ଭଦ୍ରକ ରେ କାଳୀପୂଜା ସମୟରେ ଯାତ୍ରାପାଟି ଷ୍ଟେଜ ଉପରେ ଘଟିଥିବା ଦୁର୍ଘଟଣା ବହୁଳ ଭାବରେ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚ୍ଚା ହେବାର ନଜର ଆସୁଛି । ତେବେ ଆସନ୍ତୁ ଜାଣିନେବା ଏ ନେଇ ସଂପୂର୍ଣ୍ଣ ବିବରଣୀ । ରାନୀ ପ୍ରିୟଦର୍ଶନୀ କହିଛନ୍ତି ଯେ ଦର୍ଶକ ମାନେ ଚାହିଁଲେ ବୋଲି ସେ ଆଇଟମ କରିଲେ । ଗୋଟିଏ ନର୍ମାଲ ପୋଷାକରେ ଯେତେବେଳେ ସେ ଛାଡିଦେଇଥାନ୍ତି ଫୋଟୋ ସେତେବେଳେ ଲାଇକ ଆସିନଥାଏ,

ମାତ୍ର ସେ ଯେତେବେଳେ ଟିକିଏ ବୋଲ୍ଡ ହୋଇ ଫଟୋ ପୋଷ୍ଟ କରିଥାନ୍ତି ସେତେବେଳେ ତାଙ୍କୁ ହଜାର ହଜାର ଲାଇକ ମିଳିଥାଏ । ମାତ୍ର ଆଜି ସେ କଣ ଉଲଂଘନ କରିଦେଲେ ବୋଲି ପ୍ରଶ୍ନ କରିଛନ୍ତି । ସୀମା ଭିତରେ ଥାଇ ହିନ ଡ୍ୟାନ୍ସ କରିଛନ୍ତି । ମାତ୍ର ସମାଜରେ ପୁଅ ଝିଅ ବହୁତ କିଛି କରୁଛନ୍ତି, ସି-ଗା-ରେ-ଟ ସହିତ ମଦ୍ୟପାନ ମଧ୍ୟ କରୁଛନ୍ତି ରାଜରାସ୍ତାରେ ମାତ୍ର ସେତେ ବେଳେ କାହିଁକି ତାଙ୍କ ଉପରେ ଆଙ୍ଗୁଳି ଉଠୁନାହିଁ ?

ଏହା ସହିତ ରାନୀ କହିଛନ୍ତି ସେ ହେଉଛନ୍ତି ଜଣେ ଆର୍ଟିଷ୍ଟ ସେ ସୀମା ଭିତରେ ଗୋଟିଏ ମଞ୍ଚରେ କରୁଛନ୍ତି । ମାତ୍ର ଯଦି ତାଙ୍କର ଚରିତ୍ର ସେହିଭଳି ହୋଇଥାନ୍ତା ତେବେ ସେ ଯାତ୍ରା ଜଗତରେ କାମ ହିଁ କରି ନଥାନ୍ତେ । ରାନୀ କହିଛନ୍ତି ଯେ ସେ ଚପଲ ଖାଇ ମଧ୍ୟ ଷ୍ଟେଜ ଉପରେ ପ୍ରଦର୍ଶନ କରୁଛନ୍ତି ଏବଂ ଆଗକୁ ମଧ୍ୟ ସେ କରିବେ । କେହି ତାଙ୍କୁ ଅଟକାଇ ପାରିବେ ନାହିଁ ତାଙ୍କ ଅଭିନୟରେ ।

ଭଗବାନ ଯାହା କରନ୍ତି ଭଲ କରନ୍ତି ବହୁତ ଷ୍ଟ୍ରଗଲ କରି ଏ ପର୍ଯ୍ୟନ୍ତ ଆସିଛନ୍ତି ମାତ୍ର ତାଙ୍କ ସମ୍ବନ୍ଧରେ କିଛି ନଜାଣି ନ ଶୁଣି ଏଭଳି ଚପଲ ମାରି ଠିକ କରିଲେ ନାହିଁ ସେହି ଭଦ୍ର ମହିଳା ଜଣଙ୍କ ବୋଲି ରାନୀ କହିଛନ୍ତି । ରାନୀ ଙ୍କ ପାଖରେ ତଳେ ପାରି ଶୋଇବା ପାଇଁ ମଧ୍ୟ କିଛି ନଥିଲା ସେ ସେତେବେଳେ ପେପର ପାରି ଶୋଇଥିଲେ, ତେବେ ସେତେବେଳେ ଯେଉଁ ପେପର ପାରି ଶୋଇଥିଲେ ବର୍ତ୍ତମାନ ସେହି ପେପର ରେ ହେଡଲାଇନ ରାନୀ ଙ୍କ ବିଷୟରେ ।

ଟିଭି ସିରିୟଲରେ ଅଭିନୟ କରିବା ଶୀତ ରାନୀ ଆଲବମ, ଭୋଜପୁରୀ ଗୀତ ସହିତ ବେଙ୍ଗୋଲି ଗୀତ ମଧ୍ୟ କରିଥିଲେ । ସାଉଥ ରୁ ମଧ୍ୟ ଅଫର ଆସିଛି ରାନୀ ଙ୍କୁ । କିନ୍ତୁ ଏହି ଭଦ୍ର ମହିଳା ଯାହା କରିଲେ ତାଙ୍କୁ କେବଳ ଗୋଟିଏ କଥା ରାନୀ କହିଛନ୍ତି ଯେ ଆଙ୍ଗୁଳି ଉଠାଇବା ଆଗରୁ ସବୁକିଛି ତର୍ଜମା କରି ଆଙ୍ଗୁଳି ଉଠାଇବା କଥା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *