ପାକିସ୍ତାନରେ ହେଇଗଲା ହଙ୍ଗାମା ! ଡରିକି ଚମ୍ପଟ ମାରିଲେ ପାକିସ୍ତାନୀ ସେନା, Imran Khan ଙ୍କ ଅବସ୍ଥା ଖରାପ…

ବନ୍ଧୁଗଣ ପାକିସ୍ତାନରେ ଏବେ ବିବାଦ ସୃଷ୍ଟି ହୋଇଛି । ପାକିସ୍ତାନରେ ଇମ୍ରାନ ଖାନଙ୍କ ପାର୍ଟି ଓ ବିପକ୍ଷ ଦଳ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇସାରିଛି । ଏହି ଯୁଦ୍ଧ ଏବେ ଧୀରେ ଧୀରେ ଗୃହ ଯୁଦ୍ଧରେ ବଦଳିବାକୁ ଯାଉଛି । ପାକିସ୍ତାନର ଅନେକ ସହରରେ ଏହି ନିଆଁ ଲାଗିଯାଇଛି । ବନ୍ଧୁଗଣ ଅବସ୍ଥା ଏତେ ଶୋଚନୀୟ ହୋଇଯାଇଛି ଯେ, ପାକିସ୍ତାନ ସେନାକୁ ମଇଦାନ ଛାଡି ଦଉଡିବାକୁ ପଡୁଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଛି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାରକୁ ତଳକୁ ଖସେଇବା ପାଇଁ ସବୁ ବିରୋଧୀ ଦଳ ଏକଜୁଟ ହୋଇଯାଇଛନ୍ତି । ଏବେ ଇମ୍ରାନ ଖାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଇମ୍ରାନ ନିଜ ସତ୍ତାକୁ ବଞ୍ଚାଇବା ପାଇଁ ସମସ୍ତ ସୀମା ପାର କରିବାକୁ ପ୍ରସ୍ତୁତ ଅଛନ୍ତି ।

ବନ୍ଧୁଗଣ ପାକିସ୍ତାନର ସଂସଦରେ ପୋଲିସକୁ ଭିତରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏଥିରୁ ଆପଣ ଭାବନ୍ତୁ କେତେ ଶୋଚନୀୟ ପରିସ୍ଥିତି ଏବେ ପାକିସ୍ତାନରେ ରହିଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ପାକିସ୍ତାନ ପୋଲିସ ସଂସଦ ଭିତରେ ଥିବା ଲଜ୍ ଉପରେ ଛାପା ମାରିଛି । ମିଡିଆ ରିପୋର୍ଟସ ଅନୁସାରେ କୁହାଯାଉଛି, ଏହି ଲଜ୍ ରେ ପାକିସ୍ତାନର ବିପକ୍ଷ ନେତା ମାନେ ଥିଲେ ।

ଏହି ନେତା ମାନଙ୍କୁ ଲଗାତାର ଇମ୍ରାନ ଖାନଙ୍କ ତରଫରୁ ଧମକ ମିଳୁଛି । ଏହି ଧମକ ଗୁଡିକ ପାଇଁ ଲଜ୍ ରେ ସାଂସଦ ମାନଙ୍କ ସୁରକ୍ଷା ପାଇଁ ଏକ କଟ୍ଟର ସଂସ୍ଥାରେ ଭଲେଣ୍ଟିୟର ମାନଙ୍କୁ ଡକା ଯାଇଥିଲା । ପାକିସ୍ତାନର ଗୃହ ମନ୍ତ୍ରୀ ସେଖ ରସିଦଙ୍କ ଇସାରାରେ ପାକିସ୍ତାନ ପୋଲିସ ସାଂସଦ ଲଜ୍ ଉପରେ ଛାପା ମାରିଦେଲା । ଏହା ସହ ସେହି ଭଲେଣ୍ଟିୟର୍ସ ମାନଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ଭଲେଣ୍ଟିୟର୍ସ ମାନଙ୍କ ଉପରେ ଏଭଳି ଆକ୍ସନ ନେବା କାରଣରୁ ପାକିସ୍ତାନରେ ଏବେ ବିବାଦ ସୃଷ୍ଟି ହୋଇଯାଇଛି ।


ପେଶାବରରେ ପଦର୍ଶନକାରୀ ମାନେ ପାକିସ୍ତାନ ସେନା ଯବାନ ମାନଙ୍କୁ ଘେରି ଯାଇଥିଲେ । ଏହା ପରେ ପାକିସ୍ତାନ ସେନା ଯବାନ ମାନଙ୍କୁ ସେଠାରୁ ଚମ୍ପଟ ମାରିବାକୁ ପଡିଲା । ପାକିସ୍ତାନ ଗଣମାଧ୍ୟମ ଅନୁସାରେ ପାକିସ୍ତାନ ପୋଲିସ ଭଲେଣ୍ଟିୟର୍ସ ମାନଙ୍କ ସହ ପାକିସ୍ତାନର ବିପକ୍ଷ ନେତା ମାନଙ୍କୁ ମଧ୍ୟ ଗିରଫ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *