ୟୁକ୍ରେନ ଉପରେ ଥିଲା ପୁରା ଦୁନିଆର ଧ୍ୟାନ କିନ୍ତୁ ପାକିସ୍ତାନରେ ହେଇଗଲା ଏମିତି ଖେଳ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ବିଶ୍ଵ ର ବିଭିନ୍ନ ଦେଶର ବିରୋଧ ସତ୍ତ୍ବେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିଛି । ଆମେରିକା, ଜର୍ମାନୀ ଓ ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ବି ଋଷ ପଛକୁ ହଟିନି । ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଲଢେଇରେ ବ୍ୟସ୍ତ ରହି ୟୁକ୍ରେନ୍‌ ଦଖଲରେ ରହିଛନ୍ତି । ଏମିତି ଘଡିସନ୍ଧି ମୂହୁର୍ତ୍ତରେ ଋଷ ଗସ୍ତରେ ଯାଇ ଭାଣ୍ଡିଆ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।

ତେବେ ଯେଉଁ ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷରେ ଯାଇ ପହଞ୍ଚିଥିଲେ, ସେ ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଇସାରା ଦେଇଥିଲେ ପୁଟିନ୍ । ଯେଉଁଥି ପାଇଁ ରାଷ୍ଟ୍ରପତି ପୁଟିନଙ୍କ ସହ ଇମ୍ରାନଙ୍କ ସାକ୍ଷାତ ହୋଇ ଥିଲେ ବି ଆଲୋଚନା ପାରି ନାହିଁ । ଶେଷରେ ମସ୍କୋରେ ପୁଟିନଙ୍କୁ ଭେଟି ଇମ୍ରାନ ଖାଲି ହାତରେ ପାକିସ୍ତାନ ଫେରିଛନ୍ତି ।

ତେବେ ପାକ୍ ବୈଦେଶିକ ମନ୍ତ୍ରଣାଳୟ ଏମିତି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇ କହିଛି, ଇମ୍ରାନ ଖାନଙ୍କ ଋଷ ଗସ୍ତ ଦୁଇ ବର୍ଷ ପୂର୍ବରୁ ସ୍ଥିର ହୋଇଥିଲା । ମାତ୍ର କରୋନା ମହାମାରୀ କାରଣରୁ ଗସ୍ତ ସ୍ଥଗିତ ରହିଥିଲା । ତେବେ ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଋଷରେ ପହଂଚିଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ପାଇଁ ସେ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିବେ ବୋଲି କୁହା ଯାଉଥିଲା ।

ହେଲେ ଏଭଳି ଘଡି ସନ୍ଧି ସମୟରେ ପୁଟିନଙ୍କୁ ଦେଖା କରିଥିଲେ ମଧ୍ୟ ଆଲୋଚନା କରି ନ ପାରିବାରୁ ଇମ୍ରାନ ସମାଲୋଚନାର ଶିକାର ହୋଇଛନ୍ତି । ତେବେ ଦୀର୍ଘ ୨୦ରୁ ଅଧିକ ବର୍ଷ ପରେ ପାକିସ୍ତାନ ନେତାଙ୍କ ଏହା ଥିଲା ପ୍ରଥମ ଋଷ ଯାତ୍ରା । ଯେଉଁଥି ପାଇଁ ପାକ ବାସୀ ଏବଂ ପାକିସ୍ତାନୀ ମିଡିଆ ବହୁତ ଉତ୍ସୁକ ଥିଲେ । ଇମ୍ରାନ ଖାନଙ୍କ ଋଷ ଯାତ୍ରା ଗୁରୁତ୍ଵପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସବୁ ଖୁସିରେ ବିରହ ଭରି ଦେଇଛି ଋଷୟୁକ୍ରେନ ଯୁଦ୍ଧ ।

ଏବେ ମହଙ୍ଗା ମାଡରେ ଛଟପଟ ହେଉଛି ପାକିସ୍ତାନ । ପେଟ୍ରୋଲ୍, ଡିଜେଲ୍ ଠାରୁ ଆରମ୍ଭ କରି ଇନ୍ଧନ ଓ ଖାଇବା ତେଲ ଦର ଆକାଶଛୁଆଁ ରହିଛି । ପାକିସ୍ତାନରେ ଘରୋଇ ସିଲିଣ୍ଡର ଦାମ ୨୫୬୦ ଟଙ୍କା ଥିବା ବେଳେ କମର୍ସିଆଲ୍ ସିଲିଣ୍ଡର ୯୮୪୭ ଟଙ୍କାରେ ମିଳୁଛି । ଚିନି କେଜିର ଦାର ୧୦୦ ଟଙ୍କା, ମଟନ, ଚିକେନ, ଡାଲି ଓ ଅନ୍ୟ ଜିନିଷର ଦାମ ବହୁତ ଅଧିକ ରହିଛି ।


ତେବେ ବର୍ତ୍ତମାନ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କୁ ନିଜ ପଦ ରୁ ବାହାର କରିବାର ଯୋଜନା ମଧ୍ୟ ବିପକ୍ଷ ଆରମ୍ଭ କରି ସାରିଲାଣି । ତେବେ ସେନା କୁ ମଧ୍ୟ ସୂଚିତ କରା ଯାଇଛି କି ଯେତେବେଳେ ଇମ୍ରାନ ଖାନ ଙ୍କ ଉପରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବ ସେତେବେଳେ ସେମାନେ ହସ୍ତକ୍ଷେପ କରିବ ନାହିଁ ।

ଏହା ସହ ବିଲାୱାଲ ଭୂଟୋ ଏହା ଦାବା କରିଛନ୍ତି କି ୨୦୦ ଜଣ ସଂସଦ ଙ୍କ ସମର୍ଥନ ତାଙ୍କ ପାଖରେ ଅଛି ଯାହା ଇମ୍ରାନ ଖାନ ଙ୍କୁ ହଟେଇବାରେ ସାହାଯ୍ୟ କରିବେ । ତେବେ ଅବିଶ୍ୱାସି ମତ ଜିତିବା ପାଇଁ ୩୪୨ ସିଟ ରୁ କେବଳ ୧୭୨ଭୋଟ ଦେଲେ ମଧ୍ୟ ସେମାନେ ଜିତିଯିବେ । ତେବେ ଆପଣ ଙ୍କୁ କଣ ଲାଗୁଛି ନିଜର ମତାମତ ନିଶ୍ଚିତ ଜଣନ୍ତୁ

Leave a Reply

Your email address will not be published. Required fields are marked *