ପାକିସ୍ତାନର ଏହି ବଡ ଅଧିକାରୀଙ୍କ ଦାବି, ହାତରୁ ଖସିପାରେ POK, କିନ୍ତୁ କିପରି ? ଦେଖନ୍ତୁ ସେ କଣ କହିଲେ…

ବନ୍ଧୁଗଣ ପାକିସ୍ତାନରେ ଭାରତର ମିସାଇଲ ପଡିବା ପରେ ବହୁତ ବିବାଦ ସୃଷ୍ଟି ହୋଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣାକୁ ନେଇ ଭାରତକୁ ଉସ୍କାଉ ଛନ୍ତି । ଏହି ଘଟଣାଟି ଘଟିବା । ପରେ ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ଏହି ଘଟଣା ମିସାଇଲର ଯାଞ୍ଚ କରିବା ସମୟରେ ଘଟିଛି । ଭାରତର ମିସାଇଲ ସିଷ୍ଟମ ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଓ ଭରସାମୟ ଅଟେ ।

ହେଲେ ଭାରତରେ ପାକିସ୍ତାନର ହାଇ କମିଶନର ରହିଥିବା ଅବଦୁଲ ବାସିଦ ଏକ ବଡ ଦାବା କରିଛନ୍ତି । ଅବଦୁଲ ବାସିଦ କହିଛନ୍ତି, ଭାରତ କିଛି ବଡ ପ୍ଳାନ କରୁଛି । ଆଉ ଆମ ମାନଙ୍କ ସମୟ ଥିବା ସମୟରେ ସତର୍କ ହୋଇଯିବା ଉଚିତ । ୨୨ ଫେବୃୟାରି ୧୯୯୪ ମସିହାରେ ଭାରତ ସଂସଦ ଏକ ପ୍ରସ୍ତାବ ରଖିଥିଲେ । ସେହି ପ୍ରସ୍ତାବରେ କୁହାଯାଇଥିଲା, ଭାରତ ପିଓକେକୁ ଆଣିବା ଉଚିତ ।

ଅବଦୁଲଙ୍କ ମତରେ, ଖାଲି ମିସାଇଲ ଛାଡି ଭାରତ ପାକିସ୍ତାନ ସୈନ୍ୟର ପରୀକ୍ଷା ନେଉ ନାହିଁ ତ । ଯଦି ଏହା ସତ ଥିବ ତା ହେଲେ ଏହା ବହୁତ ସଙ୍କଟପୂର୍ଣ୍ଣ ଖବର । ଅବଦୁଲ ଏହା ମଧ୍ୟ କହିଛନ୍ତି, ଭାରତ ବୋଧେ ସେହି ରାସ୍ତାରେ ଯିବାକୁ ଚାହୁଁଛି ଯେଉଁ ରାସ୍ତାରେ ଋଷିଆ ଚାଲିଛି । ଦୁନିଆକୁ ଦେଖେଇବା ପାଇଁ ଭାରତ କାହାର ପକ୍ଷ ନେଉ ନାହିଁ । ଭାରତ ଏହି ମିସାଇଲ ଘଟଣାକୁ ନେଇ ଯାଞ୍ଚ ମଧ୍ୟ ଆରମ୍ଭ କରିସାରିଛି ।

ହେଲେ ପାକିସ୍ତାନରେ ନେତା ମାନେ ଏହି ଘଟଣାକୁ ନେଇ ଅନେକ ବିବାଦ ସୃଷ୍ଟି କରୁଛନ୍ତି । ପାକିସ୍ତାନର କେତେକ ଲୋକମାନେ ଏବେ ନିଜ ସରକାରଙ୍କୁ ପ୍ରଶ୍ନ ପଚାରିବାରେ ଲାଗିଛନ୍ତି । କାରଣ ଯେତେବେଳେ ପାକିସ୍ତାନ ଭିତରେ ଭାରତୀୟ ମିସାଇଲ ପ୍ରବେଶ କରିଲା ସେତେବେଳେ ପାକିସ୍ତାନ ଏୟାରଫୋର୍ସ ଏହାକୁ ଡିଟେକ୍ଟ କରିପାରି ନଥିଲେ । ପାକିସ୍ତାନ ଲୋକମାନେ ଏବେ ଚୀନକୁ ବି ଗାଳି ଦେଉଛନ୍ତି ।

କାରଣ ପାକିସ୍ତାନ ବର୍ଡରରେ ଚୀନର ଏୟାର ଡିଫେନସ ଲାଗିବା ସତ୍ବେ ତାହା ଏକ ମିସାଇଲକୁ ଡିଟେକ୍ଟ କରିପାରୁ ନାହିଁ । ତେବେ ଯଦି ଯୁଦ୍ଧ ହେବ ତା ହେଲେ ପାକିସ୍ତାନ କଣ କରିପାରିବ । ହେଲେ ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାଇ ଏହି ମାମଲାକୁ ନେଇ ପାକିସ୍ତାନର ଦୁଇଟି ଏୟାର ମାର୍ସାଲଙ୍କୁ ବରଖାସ୍ତ କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *