Cyclone Alert: ସାବଧାନ ! ଓଡିଶା ମାଡି ଆସୁଛି ବାତ୍ୟା ‘ଆସାନି’, ଦେଖନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ…

ବନ୍ଧୁଗଣ ପାନିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ବଡ ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଏହି ଖବରଟି ଆପଣଙ୍କ ଚିନ୍ତା ବଢାଇ ପାରେ । ତା ହେଲେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପୁଣି ଓଡିଶାକୁ ବାତ୍ୟାର ଭୟ ମାର୍ଚ୍ଚରେ ଆସୁଛି ବାତ୍ୟା ।

ଉପକୂଳରେ କରିପାରେ ଗତିପଥ ପରିବର୍ତ୍ତନ । ଏଥର ମାର୍ଚ୍ଚରେ ଆସୁଛି ବାତ୍ୟା । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣୀ ବଳୟ । ୨୪ ଘଣ୍ଟାରେ ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାନିପାଗ ପୂର୍ବାନୁମାନ କରିଛି । ଆଉ ଏହି ସୂଚନା ପାଇବା ପରେ ଉପକୂଳ ଲୋକଙ୍କ ମନରେ ଛନକା ପସିଛି । କାରଣ ବାରମ୍ବାର ଓଡିଶା ଉପକୂଳ ମୁହାଁ ହେଉଛି ବାତ୍ୟା ।

ଆଉ ଥରେ ବାତ୍ୟା ଆସିଲେ ଓଡିଶାରେ କେତେ କ୍ଷତି ହେଉଛି ତାହା ଆପଣ ମାନେ ଜାଣନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଆସନ୍ତା ୨୨ ତାରିଖରେ ଘୂର୍ଣ୍ଣୀ ବଳୟ ବାତ୍ୟାର ରୂପ ନେବ ବୋଲି ପାନିପାଗ ବିଜ୍ଞାନୀ ମାନେ କହିଛନ୍ତି । ହେଲେ ଆଶ୍ବସ୍ତିକର କଥା ଏହା କି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଓଡିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ଏହା ଗତିପଥ ପରିବର୍ତ୍ତନ କରିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଘଣ୍ଟା ପ୍ରତି ୮୦ କିଲୋମିଟର ରୁ ୯୦ କିଲୋମିଟର ମଧ୍ୟରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ।

ହେଲେ କେଉଁଠି ଗତିପଥ ପରିବର୍ତ୍ତନ କରିବ ସେନେଇ କୌଣସି ସୂଚନା ଆସି ନାହିଁ । ପାନିପାଗ ବିଭାଗର ସୂଚନା ଅନୁସାରେ ଗତିପଥ ପରିବର୍ତ୍ତନ କରିବା ପରେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାଂଲାଦେଶରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ।

କିନ୍ତୁ ଆଭ୍ଯନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରଭାବ ଜାରି ରହିବ । ତେବେ ବର୍ତ୍ତମାନ ସୁଧା ପାଣିପାଗ ବିଭାଗ ବାତ୍ୟା ହେବ ବୋଲି କୌଣସି ସ୍ପର୍ଷ୍ଟ ସୂଚନା ଦେଇ ନଥିବା ବେଳେ ସୋସିଆଲ ମିଡିଆରେ ବାତ୍ୟାକୁ ନେଇ ବେସ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ବାତ୍ୟା କେବେ ହେବ, କେଉଁଠି ହେବ ଓ ପ୍ରଭାବ କେତେ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯିବ ।

Leave a Reply

Your email address will not be published. Required fields are marked *