‘ବାପା ଦରକାର ନାହିଁ ତୁ ପାଖରେ ଥା…’ ପାଖରେ ନ ପାଇ ଫଟୋକୁ ଗେଲ କରି ପକାଉଛି ଦୀପିକାର ପୁଅ ଦେଖିଲେ ଆପଣ ବି ଭାବୁକ ହେଇଯିବେ

ବନ୍ଧୁଗଣ, ସୂଚନା ଅନୁଯାୟୀ ମା’ ମା’ କହି ନିଜ ମା ଙ୍କ ଫଟୋ କୁ ଆଉଁସି ଦେଉଛି ଦୀପିକା ଙ୍କ ପୁଅ । ଫଟୋ କୁ ଧରି ଗେଲ କରି ପକାଉଛି । ଦୀପିକା ଙ୍କ ପୁଅ ଭାବୁଛି ଯେ ଏହିଭଳି ମା’ ମା’ ଡାକିଲେ ତାଙ୍କ ମା’ ହୁଏତ ଏହି ଫଟୋ ମଧ୍ୟରୁ ବାହାରକୁ ବାହାରି ଆସିବ ଆଉ ତାକୁ କୋଳେଇ ନେବ । ଏହାକୁ ଭାବି ଭାବି ଦୀପିକା ଙ୍କ ପୁଅ ଫଟୋ କୁ ଗେଲ କରୁଥିବାର ନଜର ଆସିଥିଲା । ମାତ୍ର କେବଳ ଏତିକି ନୁହେଁ କାଳେ ମା’ ଫୋଟୋ ରୁ ବାହାରି ଆସିବ ସେଥିପାଇଁ ମା’ ର ଫଟୋ କୁ ହାତ ମାରି ଡାକୁଛି ।

ସେ ବହୁତ ଚେଷ୍ଟା କରୁଛି ମା’ କୁ ଡାକିବାକୁ, ମାତ୍ର ଏହି ଶିଶୁ ଟି ଜାଣି ପାରୁନାହିଁ ଯେ ତା’ ମା ଫଟୋ ରୁ ଆସିବ ନାହିଁ । ତା’ ମା ତା ପାଖକୁ ଏବେ ଆସିବ ନାହିଁ । ତା ମା’ ଛୁଆ କୁ ବାପା ର ପରିଚୟ ଦେବାକୁ ତଥା ନିଜର ଅଧିକାର ପାଇବାକୁ ବାପର ଦୁଆର ବାହାରେ ବସିଛି ତଥା ଦିନେଶ ର ଦୁଆର ବାହାରେ ବସିଛି ।

ତେବେ ୯୦ ଦିନ ହୋଇ ଗଲାଣି ତା’ ମା ଖରା ବର୍ଷା ରେ ରହି ତା’ ବାପା କୁ ଅପେକ୍ଷା କରିଛି ତା ମା’ ଲୋକଙ୍କ ଠାରୁ ନିନ୍ଦା ଅପବାଦ ଶୁଣୁଛି । ମାତ୍ର ସେ ଆଦୌ ହାର ନ ମାନି ଖରା ବର୍ଷା ରେ ସେହିଭଳି ବାହାରେ ବସିଛି । ଦିନରେ ଲୋକଙ୍କ କଥା ଏବଂ ରାତିରେ ଜୀବଜନ୍ତୁ ଙ୍କ ଭୟ ତଥାପି ସେ ସବୁ କୁ ଖାତିର ନ କରି ତା’ ମା ଅପେକ୍ଷା କରି ରହିଛି ।

ମାତ୍ର ଏପଟେ ଛୁଆର ମା’ କଥା ବହୁତ ମନେ ପଡୁଛି । ତେବେ କେମିତି ମନେ ପଡିବନି ୧୯ ମାସର ଛୁଆ ଆଉ ସେଥିପାଇଁ ମା ର ଫଟୋ କୁ ଗେଲ କରି ପକାଉଛି । ତେବେ ୯୦ ଦିନ ଉପରେ ହୋଇଗଲାଣି ଦୀପିକା ଙ୍କ ଧାରଣା । ନିଜ ପୁଅ କୁ ବାପା ର ହକ ଦେବା ପାଇଁ ଅହରହ ଚାଲିଛି ଦୀପିକା ଙ୍କ ସଂଘର୍ଷ । ଏହା ହେଉଛି ଗୋଟିଏ ମା’ ତଥା ଗୋଟିଏ ପ୍ରେମିକା ର ସଂଘର୍ଷ ।

ଦୀପିକା ଦିନେଶ ର ପ୍ରେମ କାହାଣୀ ବର୍ତ୍ତମାନ ଦଣ୍ଡରେ ପଡି ହାଟରେ ଗଡିଲାଣି, ମହିଳା କମିଶନର ଙ୍କ ପାଖରେ ତାରିଖ ପରେ ତାରିଖ ଗଡିଲାଣି ମାତ୍ର ଦିନେଶଙ୍କର ଦେଖା ଦର୍ଶନ ନାହିଁ । ତେବ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *