ଉପସ୍ଥିତ ବୁଦ୍ଧି ଲଗେଇ ଲୁଟେରା ମାନଙ୍କ ଠାରୁ ବ୍ୟାଙ୍କକୁ ରକ୍ଷା କଲେ ଲେଡି ବ୍ୟାଙ୍କ ମ୍ୟାନେଜର, ଏପରି ସାହସକୁ ଶହେ ସଲାମ !

ବନ୍ଧୁଗଣ, ସୁଚନା ଅନୁଯାୟୀ ଦୁର୍ବୁତ୍ତ ଙ୍କ ଠାରୁ ବ୍ୟାଙ୍କ କୁ ରକ୍ଷା କରିଛନ୍ତି ଲେଡି ବ୍ୟାଙ୍କ ମ୍ୟାନେଜର । ମାରଣାସ୍ତ୍ର ଧରିଥିବା ଦୁର୍ବୁତ୍ତ ଙ୍କ ସହିତ ଲଢିଲେ । ଭୟ ନ କରି ନିଜ ଜୀବନକୁ ବାଜି ଲଗାଇ ବ୍ୟାଙ୍କର ଟଙ୍କା କୁ ରକ୍ଷା କରିଲେ । ତେବେ ଏହିଭଳି ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଦୃଶ୍ୟ ଟି ହେଉଛି ରାଜସ୍ଥାନ ମୀରାମାର୍ଗ ରେ ଥିବା ମରୁଧରା ଗ୍ରାମୀଣ ବ୍ୟାଙ୍କର ।

ଦୁର୍ବୁତ୍ତ ସହିତ ଲଢୁଥିବା ଲେଡି ବ୍ୟାଙ୍କ ମ୍ୟାନେଜର ଜଣଙ୍କ ହେଉଛନ୍ତି ପୁନ୍ନମ ଗୁପ୍ତା । ତେବେ ବିନା ଭୟରେ ଲଢିଥିଲେ ପୁନ୍ନମ । ସେ ମା’ ଦୂର୍ଗା ଙ୍କ ଭଳି ବିପଦ ସହିତ ସଂଘର୍ଷ କରିଥିଲେ । ଏହା ବ୍ୟାଙ୍କରେ ଲାଗିଥିବା ସି-ସି-ଟି-ଭି ରେ କଏଦ ହୋଇଥିଲା । ଖବର ଅନୁଯାୟୀ ଏହି ଘଟଣା ହେଉଛି ଗତ ଶନିବାର ଅପରାହ୍ନ ସମୟର । ଖବର ଅନୁଯାୟୀ ବ୍ୟାଙ୍କ କର୍ମଚାରୀ ମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ ଏବଂ ଠିକ ଏହି ସମୟରେ ଜଣେ ମୁଖାଧାରୀ ବ୍ୟାଙ୍କ ଭିତରେ ଏକ ମାରଣାସ୍ତ୍ର ଧରି ପଶି ଆସିଥିଲା ।

ସେ ହଠାତ ସମସ୍ତଙ୍କ ଉପରକୁ ଆକ୍ରମଣ କରାଇବାକୁ ଡରାଉଥିଲା । ଆଉ ସେହି ସମୟରେ ବ୍ୟାଙ୍କ ମ୍ୟାନେଜର ପୁନ୍ନମ ସେହି ଦୁର୍ବୁତ୍ତ ସହିତ ଲଢିବା ଆରମ୍ଭ କରିଦେଇଥିଲେ । ବୀନା ଭୟରେ ବ୍ୟାଙ୍କ ଭିତରେ ତା ସହିତ ଯୁଦ୍ଧ କରିଥିଲେ । ଫଳରେ ଦୁର୍ବୁତ୍ତ ଜଣଙ୍କ ଭୟରେ ବାହାରକୁ ଖସି ପଳାଇଥିଲା ।

ଏହା ପରେ ପୁନ୍ନମ ସଙ୍ଗେ ସଙ୍ଗେ ଫୋନ ଆଣି ପୋଲିସ କୁ ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ କହିଥିଲେ । ସେପଟେ ପୋଲିସ ଙ୍କ ସୂଚନା ମୁତାବକ ଦୁର୍ବୁତ୍ତଙ୍କୁ ଗିରଫ କରି ନିଆଯାଇଛି । ଅଭିଯୁକ୍ତ ଜଣଙ୍କ ହେଉଛି ଲରେନ୍ସ ବିଶନୋଇ ଗ୍ୟାଙ୍ଗ ର ଲାଭିସ ଆରୋରା । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଏହି ଭି-ଡି-ଓ ଭା-ଇ-ରା-ଲ ହେବା ପରେ ପୁନ୍ନମ କୁ ଛୁଟିଛି ଶୁଭେଚ୍ଛା ର ସୁଅ ।

ସମସ୍ତେ କହୁଛନ୍ତି ଯେ ପୁନ୍ନମ ଗୋଟିଏ ଭଲ ଯୋଦ୍ଧା ଏବଂ ସେ ତାଙ୍କ ବ୍ୟାଙ୍କ କୁ ଦୁର୍ବୁତ୍ତ ମାନଙ୍କ ଠାରୁ ରକ୍ଷା କରିଛନ୍ତି । ଏହି ଘଟଣା ପରଠାରୁ ବ୍ୟାଙ୍କ ରେ ଥିବା ଅନ୍ୟ କର୍ମଚାରୀ ମାନେ ମଧ୍ୟ ପୁନ୍ନମ ଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *