କିଏ ସେ ବାହୁବଳୀ ନେତା ? ଅର୍ଚ୍ଚନାଙ୍କ ଫାଶରେ ଛନ୍ଦି ହୋଇ ଇନଭେଷ୍ଟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଙ୍କ ନାଗଫାସ କେତେ ରୋମାଣ୍ଟିକ ଥିଲା ତାହା ଦିନ ଯେତେ ଗଡୁଛି ସେତେ ଜଣା ପଡୁଛି । ଅର୍ଚ୍ଚନା ଙ୍କ ଫାଶରେ ଛନ୍ଧି ହେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଇନଭେଷ୍ଟ କରୁଥିଲେ ନେତା ମନ୍ତ୍ରୀ । ଫାଶରୁ ନିଗୁଡୁଥିବା ଅମୃତ କୁ ପାନ କରିବା ପାଇଁ ଆଁ କରି ରହିଥିଲେ ବଡ ବଡିଆ । ଅର୍ଚ୍ଚନା ଙ୍କ ଗିରଫ କୁ ୧୨ ଦିନ ବୀତିଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ କଥା ସାମ୍ନା କୁ ଆସୁଛି । ତେବେ ବର୍ତ୍ତମାନ ଏଭଳି ଏକ ସାଂଘାତିକ ଖବର ସାମ୍ନା କୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତେବେ ଅର୍ଚ୍ଚନା ଙ୍କ ନାଗ ଫାଶରେ ଫସିଥିଲେ ଜଣେ ବାହୁବଳୀ ନେତା । ଜଣେ ଦାମୀ କାର ସୋ ରୁମ ମାଲିକଙ୍କ ଜରିଆରେ ଏହି ବାହୁବଳୀ ନେତା ଅର୍ଚ୍ଚନା ଙ୍କୁ ଏକ ଦାମୀ କାର ଗିଫ୍ଟ କରିଥିଲେ । ତେବେ କେବଳ କାର ନୁହେଁ ବରଂ ନେତା ଜଣଙ୍କ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏହି ନେତାଙ୍କର ରହିଛି ଅଟୋ ମୋବାଇଲ, ନର୍ସିଙ୍ଗ ହୋମ ଏବଂ ପରିବହନ ବ୍ୟବସାୟ । ତେବେ ଅର୍ଚନା ଏହି ନେତା ମାନଙ୍କୁ ପ୍ରଥମ ଦେଖାରୁ ହିଁ ଦିୱାନା କରାଇ ଦେଉଥିଲେ, ସୁନ୍ଦର ଏବଂ ଆକର୍ଷିତ ରୂପରେ ସବୁ ନେତା ମାନଙ୍କୁ ଫସାଉ ଥିଲେ ।

ନେତା ମାନେ ଅର୍ଚ୍ଚନା ଙ୍କ ଚାହାଣୀ  ରେ ହଜିଯାଉଥିଲେ । ତେବେ ଏହି ବାହୁବଳୀ ନେତା ନିଜକୁ ଅର୍ଚ୍ଚନା ଙ୍କ ରୋମାଣ୍ଟିକ ଫାଶରେ ହଜାଇ ଦେଇଥିଲେ । ନେତା ଜଣକ ୨୦୨୧ ଶେଷ ଆଡକୁ ଏକ ବାହାଘର ପାର୍ଟି ରେ ଅର୍ଚ୍ଚନା ଙ୍କ ସହିତ ଦେଖା ହୋଇଥିଲେ ଖାଇବା ପ୍ଳେଟ ଧରି ଉଭୟ ଉଭୟ ଙ୍କ ସହିତ କଥା ହୋଇଥିଲେ । ଅର୍ଚ୍ଚନା ଏହି ନେତା ଙ୍କୁ ଜଣେ ସମାଜସେବୀ ତଥା ଦଳୀୟକର୍ମୀ କହି ଫୋନ ନମ୍ବର ଆଣିଥିଲେ, ଏହାପରେ କଥା ଆଗକୁ ବଢିଥିଲା ଏବଂ ଦିଲ୍ଲୀର ଏକ ତାରକା ହୋଟେଲ ରେ ଦୁହେଁ ଦେଖା ହୋଇଥିଲେ ।

ତେବେ ଏମାନେ ଖାଲି ଦେଖା ହୋଇ ନଥିଲେ ଏହି ତାରକା ହୋଟେଲ ରେ ଉଭୟଙ୍କର ଗଢି ଉଠିଥିଲା ଅନେଈତିକ ସମ୍ପର୍କ । ଏହାପରେ ଦିଲ୍ଲୀ ର ତାରକା ହୋଟେଲ ରୁ ଫେରିବା ପରେ ଅର୍ଚ୍ଚନା ଦେଖାଇଥିଲେ ତାଙ୍କର ଅସଲ ରୂପ । ସେ ଏହି ବାହୁବଳୀ ନେତା ଙ୍କୁ ବ୍ଳାକମେଲ କରିବା ଆରମ୍ଭ କରିଦେଇଥିଲେ ।

ଯାହା ଫଳରେ କଟକ ର ଜଣେ ଦାମୀ କାର ମାଲିକଙ୍କ ଜରିଆରେ ଅର୍ଚ୍ଚନା ଙ୍କୁ ନେତା ଦେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଏହି ସମସ୍ତ ଘଟଣାର ଫଟୋ ଏବଂ ଫୋନ ରେକର୍ଡ ବର୍ତ୍ତମାନ ପୋଲିସ ହାତରେ ଲାଗିଛି । ଆଉ କେଉଁ କେଉଁ ନେତା ଏହାର ଶିକାର ହୋଇଛନ୍ତି ତାହା କେବଳ ସମୟ ହିଁ କହିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *