ବାହାଘର ପରେ ଶଶୁର ଘରେ ପଖାଳ ସାଙ୍ଗକୁ ମଟନ କଷା ଆଉ ବାଡି ଚୁରା ଦବେଇକି ଖାଇଲେ କମେଡିଆନ Raju Das, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ କମେଡିଆନ ରାଜୁ ଙ୍କର ବିବାହ ସରିଯାଇଛି । ବିବାହ ପରେ ସେ ନିଜ ଶଶୁର ଘରେ ପଖାଳ ସାଙ୍ଗକୁ ମଟନ ଖାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନିଜ ସ୍ତ୍ରୀ ଷୋନାଲୀ ଙ୍କ ସହିତ ବସି ପଖାଳ ସାଙ୍ଗକୁ ମଟନ ଅତି ଆନନ୍ଦରେ ଖାଇଥିଲେ ରାଜୁ । ତେବେ ଧର୍ମପତ୍ନୀ ଷୋନାଲୀ ଙ୍କ ସମ୍ବନ୍ଧରେ ଆଉ କଣ କହିଛନ୍ତି ରାଜୁ ଆସନ୍ତୁ ଜାଣିନେବା । ରାଜୁ ଙ୍କ କମେଡି ପାଇଁ ବହୁତ ଲୋକେ ଖୁସି ହୋଇଥାନ୍ତି ।

ମାତ୍ର ବର୍ତ୍ତମାନ ସେ ନିଜ ଖୁସି ଆଉ ଦୁଃଖରେ ଜଣେ ସାଥି ଖୋଜି ନେଇଛନ୍ତି । ଜୀବନରେ ଏତେ ବାଟ ଆସି ବିବାହ ଏଭଳି ଏକ ପବିତ୍ର ସମ୍ପର୍କ ତଥା ବଡ ସ୍ଟେପ କୁ ସେ ଅତିକ୍ରମ କରିଛନ୍ତି । ସେ କହିଥିଲେ ଯେ ମଣିଷ ଯେତେ ଗହଳୀ ମଧ୍ୟରେ ଥିଲେ ମଧ୍ୟ ତାକୁ ଗୋଟିଏ ଲୋକର ସାଥ ଦରକାର । ଷୋନାଲୀ ଙ୍କୁ ନିଜ ଜୀବନ ସଂଗିନୀ ଭାବରେ ପାଇ ସେ ପରିପୂର୍ଣ୍ଣ ହୋଇଛନ୍ତି ବୋଲି କହିଥିଲେ ।

ତେବେ ଉଭୟ ପରସ୍ପର କୁ ଭଲ ବାହାବରେ ଜାଣି ହିଁ ଆଗକୁ ଆଗେଇଛନ୍ତି । ରାଜୁ ଏହା ମଧ୍ୟ କହିଥିଲେ ଯେ ଫୋନ ରେ ଷୋନାଲୀ ଙ୍କ ସହିତ କଥା ହୋଇ ସେ ପୁରା ଚଷୀ ଦେଇଥିଲେ ଯେ ଝିଅ ପୁରା ଠିକ ଅଛି ତଥା ତାଙ୍କ ହୃଦୟ ବେସ ସୁନ୍ଦର । ଷୋନାଲୀ ଙ୍କ ଘର କେନ୍ଦୁଝର ଥିବା ବେଳେ ରାଜୁ ଙ୍କ ଘର ଭୁବନେଶ୍ଵର ।

ତେବେ କେନ୍ଦୁଝର ଏବଂ ଭୁବନେଶ୍ଵର ର ଚଳନୀ ମୁଖ୍ୟତଃ ଅଲଗା ହୋଇଥାଏ । କେନ୍ଦୁଝରରୁ ଭୁବନେଶ୍ବରର ଦୂରତା 240 କିମି ହେବ । ମାତ୍ର ଗମନା ଗମନ ସୁବିଧା ଭୁବନେଶ୍ଵର ରୁ କେନ୍ଦୁଝର ବହୁତ ଭଲ । ଏଣୁ କୌଣସି ଜିନିଷରେ ଅସୁବିଧା ହୋଇନଥିଲା । ରାଜୁ ଏହା ମଧ୍ୟ କହିଥିଲେ ଯେ ଷୋନାଲୀ ନିଜ ଜୀବନରେ ଅନେକ କଷ୍ଟ ସହି ଆଗକୁ ବଢିଛନ୍ତି ।

ଏବଂ ଗୋଟିଏ ପ୍ରାଇଭେଟ କଲେଜରେ ସେ ଲେକ୍ଚର ସିପ କରୁଥିଲେ । ବର୍ତ୍ତମାନ ସେ ଚାକିରୀ ଛାଡି ଆସିଲେ ଭୁବନେଶ୍ବର । ତେବେ ଏଠାରେ କିଛି ଦିନ ରହିବା ପରେ ଆଗକୁ ଏଠାରେ ଚାକିରୀ ନିମନ୍ତେ ପ୍ରୟାସ କରିବେ । ବିବାହ ପରେ ମଧ୍ୟ ଲୋକଙ୍କୁ ସେ ସେହିଭଳି ହସାଇବେ ବୋଲି ତାଙ୍କର ଆଶା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *