‘ଆଗରୁ ସେ ହସାଉ ଥିଲେ, ବାହାଘର ପରେ ଆମେ ଦୁହେଁ ମିଶିକି ହସେଇବୁ, କାହିଁକି ନା ଏବେ ମୁଁ…’ ଦେଖନ୍ତୁ କଣ କହିଲେ Raju Das ଙ୍କ ପତ୍ନୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ କମେଡିଆନ ରାଜୁ ଦାସ ବିବାହ କରି ନିଜ ଜୀବନ ସାଥି ଙ୍କୁ ଘରକୁ ନେଇ ଆସିଛନ୍ତି । ତେବେ ରାଜୁ ଙ୍କ ଧର୍ମପତ୍ନୀ ଷୋନାଲୀ ଏ ନେଇ କିଛି ମନର କଥା ସେୟାର କରିଛନ୍ତି ଆସନ୍ତୁ ସେ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ଷୋନାଲୀ କହିଛନ୍ତି ଯେ ସେ କାଲୀ ଘରକୁ ଆସିଲେ ଏବଂ ରାଜୁ ଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେଲେ । ନୂଆ ଘର ନୂଆ ଲୋକ ବର୍ତ୍ତମାନ ଭୁବନେଶ୍ଵରରେ ରହିବେ ।

ନିଜ ଘର ଛାଡି ସେ ଆସିଛନ୍ତି । ସେ ଏହାକୁ ନେଇ ବହୁତ ଖୁସି ଅଛନ୍ତି ମାତ୍ର ଟିକିଏ ଦୁଃଖ ମଧ୍ୟ ଲାଗୁଛି ଯେ ଏତେ ଦିନର ସମ୍ପର୍କ ନିଜ ଘରେ ବାପା ମା’ ଙ୍କୁ ଛାଡି ଆସିଛନ୍ତି । ସବୁବେଳେ ସେ ନିଜ ଘର ଲୋକଙ୍କୁ ପାଖରେ ଦେଖି ଆସିଛନ୍ତି । ମାତ୍ର ଆଜି ହଠାତ କାହାକୁ ନ ଦେଖି ତାଙ୍କୁ ବହୁତ ଅଲଗା ଫିଲ ହେଉଛି । ଆଗକୁ ଦେଖାଯିବ ଯେ ସେ କିଭଳି ଭାବରେ ଘର ସଂସାର କରିପାରୁଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଶାଶୁଘର ଲୋକ ବହୁଅତ ଭଲ । ତେବେ ରାଜୁ ଦାସ ସବୁବେଳେ ହସିଥାନ୍ତି ତଥା ସମଗ୍ର ଓଡିଶାବାସୀ ରାଜୁ ଙ୍କ ନିମନ୍ତେ ହସିଥାନ୍ତି । କିନ୍ତୁ ବର୍ତ୍ତମାନ ରାଜୁ ଙ୍କ ସହିତ ସେ ମଧ୍ୟ ମିଶି ହସାଇବେ ବୋଲି କହିଛନ୍ତି । ଷୋନାଲୀ କହିଥିଲେ ଯେ ରାଜୁ ଙ୍କ ପ୍ରଥମ ଦେଖାରେ ସେ ପଟିଯାଇଥିଲେ ।

କାରଣ ସେ ଜଣେ ସାଧାରଣ ଝିଅ ଭଳି ଜୀବନ ଜାପାନ କରନ୍ତି । ଏବଂ ଯେଉଁ ବ୍ୟକ୍ତି ମାନଙ୍କର ଇଗୋ ଥାଏ ତାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ । ଷୋନାଲୀ ଲେକ୍ଚରସିପ ମଧ୍ୟ କରୁଥିଲେ । ତେବେ ବିବାହ ପରେ ସାଧାରଣତଃ ବହୁତ ଦାଇତ୍ଵ ବଢିଯାଇଥାଏ । ତେବେ ସେ କହିଛନ୍ତି ଯେ ଯଦି ତାଙ୍କ ସ୍ଵାମୀ ଏବଂ ପରିବାରର ଷପୋର୍ଟ ମିଳିବ ତେବେ ସେ ଆଗକୁ ବହୁତ କିଛି କରିପାରିବେ ବୋଲି ଆଶା ଅଛି ତାଙ୍କର ।

ତେବେ ଏହାକୁ ନେଇ ରାଜୁ କହିଛନ୍ତି ଯେ ସେ ନିଜ ସ୍ତ୍ରୀ ଙ୍କୁ ଷପୋର୍ଟ କରିବା ସହିତ ସେ ନିଜେ ମଧ୍ୟ ଚାହିଁବେ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ କାମରେ ତାଙ୍କୁ ସେତିକି ଷପୋର୍ଟ କରନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *