ପଖାଳ ସାଙ୍ଗକୁ କଞ୍ଚା ଲଙ୍କା ଓ ଖଟା ଚକଟା, ତା’ ସାଙ୍ଗକୁ ଖଣ୍ଡେ ପିଆଜ ଓଃ ! ମଜା ହିଁ ଅଲଗା, ବଡ ବଡ ଲୋକ ବି ଲୁଚି କି…’

ନମସ୍କାର ବନ୍ଧୁଗଣ, ଆମ ଓଡିଆ ସିନେ ଜଗତର ଜଣେ ଅଭିନେତା ଆମ ଓଡିଶାର ପରମ୍ପରା ସମ୍ପର୍କରେ କହିଛନ୍ତି କିଛି କଥା । ଆମ ଓଡିଆ ଜାତିଙ୍କ ପ୍ରମୁଖ ଖାଦ୍ୟ ପଖାଳ ସମ୍ପର୍କରେ ଦେଇଛନ୍ତି ମନ୍ତବ୍ୟ ଆଉ କରିଛନ୍ତି ଗର୍ବ । ପଖାଳ ଆମ ଓଡିଆଙ୍କ ପରିଚୟ । କିନ୍ତୁ କିଛି ବଡ ବଡ ଲୋକଙ୍କୁ ପଖାଳ ଖାଇବା ପାଇଁ ଲାଜ ଲାଗୁଛି ତେଣୁ ସେମାନେ ଲୁଚିକି ଖାଉଛନ୍ତି ଏଭଳି କଥା କହିଛନ୍ତି ଅଭିନେତା ଜଣଙ୍କ । ତେବେ ତାଙ୍କ ମୁହଁରେ ଆଜି କାହିଁକି ପଖାଳ ଗାନ ଆସନ୍ତୁ ଜାଣିବା ।

ଅଭିନେତା ଜଣଙ୍କ କହିଛନ୍ତି ଖାଲି ପିଆଜ ଟିକେ ଲଙ୍କା ଟିକେ ମନ୍ଥା ମନ୍ଥୀ କରିଦେଲେ ପାଟିଋ ଲାଲ ଗଡିଆସେ । ଆଉ ଖାଲି ଖଟା ଟିକିଏ ହେଇଗଲେ ବାସ ପଖାଳ ପାଇଁ ଆଉ କିଛି ଦରକାର ନାହିଁ । ସେ କହିଛନ୍ତି କି ତାଙ୍କୁ ଆଜି ବହୁତ ଖୁସି ଅନୁଭବ ହେଉଛି କି ବିଜୁ ପଟ୍ଟନାୟକ ହୋଟେଲ ମ୍ୟାନେଜମେଣ୍ଟ ଯେଉଁ କଲେଜ ରହିଛି ତା ସହିତ ଆସିକି ସେଲିବ୍ରେଟ କରିପାରୁଛନ୍ତି ପଖାଳ ଦିବସକୁ ।

ମାର୍ଚ୍ଚ 20 ତାରିଖକୁ ବିଶ୍ଵ ପଖାଳ ଦିବସ ଭାବରେ ପାଳନ କରାଯାଉଛି । ପାଖାଲ ଆମ ଓଡିଆ ହିସାବରେ ହେଉଛି ସବୁଠାରୁ ପ୍ରିୟ ଖାଦ୍ୟ । ଅଭିନେତା ଜଣଙ୍କ କହିଛନ୍ତି ସକାଳ ଆଠଟା ସମୟରେ ଘରୁ ବାହାରିବା ବେଳେ ପଖାଳ ଗଣ୍ଡେ ନ ଖାଇଲେ ଚଳିବନି । ଯଦି ଆପଣ ପଖାଳ ଗଣ୍ଡେ ଖାଇକି ଘରୁ ବାହାରି ଆସିଛନ୍ତି ତେବେ ଆପଣ ଦିନ 3ଟା କଣ 4ଟା ଯାଏ ନ ଖାଇଲେ ବି କିଛି ଫରକ ପଡିବ ନାହିଁ ।

ସେ ପଖାଳ ଦିନକୁ ତିନି ଓଳି ଖାଆନ୍ତି । ସକାଳ ଆଠଟା ବେଳେ ଖାଆନ୍ତି, ଦିନ ଦୁଇଟା ବେଳେ ଖାଆନ୍ତି ଏବଂ ରାତିରେ ଘରକୁ ଆସିଲା ପରେ ମଧ୍ୟ ପଖାଳ ଖାଆନ୍ତି । ପଖାଳ ସହ ବଡି ପୋଡା ଏବଂ ଆଳୁ ପୋଡା, ବାଇଗଣ ପୋଡା, ଲେମ୍ବୁ, ଦହି ଇତ୍ୟାଦି ହେଲେ ତରକାରୀ ପତ୍ର ନେହେଲେ ବି ଚଲିବ ।

ତେଣୁ ସେ ଆଜି ପଖାଳ ଦିବସରେ ନିମନ୍ତ୍ରିତ ହୋଇ ବିଜୁ ପଟ୍ଟନାୟକ କଲେଜକୁ ଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ସମସ୍ତଙ୍କୁ । ପଖାଳ ଆମ ଓଡିଆଙ୍କର ଗର୍ବ ସଦା ସର୍ବଦା ପାଇଁ ଏହା ମଧ୍ୟ ମିଡିଆ ସାମ୍ନାରେ କହିଛନ୍ତି । ପଖାଳ ଖାଇବା ବେଳେ କେବେ ମଧ୍ୟ ଲାଜ କରିବା ଉଚିତ ନୁହେଁ । ଏହା ସମ୍ପର୍କରେ ଆପଣନମାନଙ୍କ ମତ କମେଣ୍ଟ ମାଧ୍ୟମରେ ଜଣାଇବେ ନିଶ୍ଚୟ ।

Leave a Reply

Your email address will not be published. Required fields are marked *