ଜେଲ ଭିତରେ ପାଗଳର ଅଭିନୟ କରୁଛି ସୈତାନ ଶିବ, ଆଉ କହୁଛି ମତେ…

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।   ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ପୋଲିସ । ଆଉ ଗତ ପହରଦିନ କ୍ରାଇମ ରି-କ୍ରିଏସନ କରିଥିଲା ପୋଲିସ । ତେବେ ଗତ କିଛି ଦିନ ତଳେ ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାରିବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ ।

ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ହତୟଆ କରିବା ପରେ ଶିବ ଏକ ଭିଡିଓ ମଧ୍ୟ ଭାଇରାଲ କରିଥିଲା ସେହି ଭିଡିଓରେ ଶିବ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।  ଶିବ ସାହୁ ଏବେ କାଳେ ପାଗଳର ଅଭିନୟ କରୁଛି । ନିଜ ଭାଇ, ଭାଉଜ, ଝିଆରୀ ଓ ପୁତୁରାଙ୍କୁ ହତୟଆ କରିବା ପରେ ଜେଲ ଯାଇଥିବା ଶିବ ପ୍ରସାଦ ସାହୁ ଏବେ ସାଲେପୁରର ଶିସୁଆ ଜେଲରେ ଅଛି । କୁହାଯାଉଛି କି ଯେଉଁ ଜମି ପାଇଁ ବଡ ଭାଇର ପୁରା ପରିବାରକୁ ଶିବ ମାରିଦେଲା ସେ ଜମିକୁ ଏବେ ଭୋଗ କରିବାର ନିଶା ଘାରିଛି ଶିବକୁ ।

କେମିତି ଜେଲରୁ ବାହାରିବ ଆଉ ସେ ସମ୍ପତ୍ତିକୁ ଭୋଗ କରିବ ଏ ନିଶା ବର୍ତ୍ତମାନ ଶିବକୁ ଘାରିଛି । ଆଉ ସେଥିପାଇଁ ସେ କାଳେ ପାଗଳର ଅଭିନୟ କରୁଛି । ଜେଲରେ ତାକୁ ଦିଆଯାଇଥିବା ଖାଦ୍ୟକୁ ସେ ଫୋଫାଡି ଦେଉଛି । ବେଳେବେଳେ ନିଜ ଦେହରେ ଥିବା ସମସ୍ତ ପୋଷାକକୁ କାଢି ନିର୍ବସ୍ତ୍ର ହୋଇଯାଉଛି ଆଉ ଯାହାକୁ ଦେଖୁଛି ତାକୁ କୁଆଡେ ମାରି ଗୋଡାଉଛି ।

ସେ ଭାବୁଛି ଏମିତି ହେଲେ ତା ପ୍ରତି ସଜା କମ ହେବ । ଆଉ ତା ପରେ ସେ ଜେଲରୁ ଆସି ସେ ଜମିକୁ ସେ ସମ୍ପତ୍ତିକୁ ସେ ଭୋଗ କରିବ । ବେଳେବେଳେ ଏମିତି କିଛି ଭାବି ଖୁବ ଜୋରରେ ହସିବାକୁ ଲାଗୁଛି ଶିବ ।  ସବୁଠାରୁ ବଡ କଥା ହେଉଛି ଶିବ କରିଥିବା ନିଜ ବଡ ଭୁଲ ପାଇଁ ଟିକେ ବି ଅନୁତାପ କରୁ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *