ମୃତ୍ୟୁପରେ ବି କଥା କହିଲା ଆତ୍ମା, ନିଜ ଅନ୍ତିମ ସଂସ୍କାରରେ ଦେଲେ ଭାଷଣ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ମୃତ୍ୟୁ ହେବା ପରେ ବି କଥା କହିଲା ଆତ୍ମା । ଅନ୍ତିମ ସଂସ୍କୃତ ରେ ଦେଲେ ଭାଷଣ । କଥା ଟି ନିହାତି ଭାବରେ ଆଶ୍ଚର୍ଯ୍ୟ ଜନକ ଅଟେ । କିନ୍ତୁ ଏହା ବାସ୍ତବ ଅଟେ । ଅସମ୍ଭାଳ କୁ ସମ୍ଭବ କରି ଦେଖାଇଛି ଟେକ୍ନୋଲୋଜି । ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଯୋଗୁଁ ଏପରି ଘଟିଛି । ଉକ୍ତ ଘଟଣା ଟି ହେଉଛି ଇଂଲଣ୍ଡ ର । ହୋଲୋକାଷ୍ଟ କ୍ୟାମ୍ପେନ ର ମ୍ୟାରିନା ମିଥ ନିଜ ଅନ୍ତୋଷ୍ଟି ରେ ହୋଇଛନ୍ତି କଥାବାର୍ତ୍ତା ।

ଏପରିକି ଉପସ୍ଥିତ ଲୋକଙ୍କ ପ୍ରଶ୍ନ ର ବି ଦେଇଛନ୍ତି ଉତ୍ତର । ୧୯୩୪ ନଭେମ୍ବର ୧୬ ରେ କୋଲକତା ରେ ହୋଇଥିଲା ମ୍ୟାରିନା ଙ୍କ ଜନ୍ମ । ଚଳିତ ବର୍ଷ ତାଙ୍କର ହୋଇଛି ମୃତ୍ୟୁ । କିନ୍ତୁ ହୋଲୋଗ୍ରାମ ସାହାଯ୍ୟ ରେ ପ୍ରଦର୍ଶିତ ହୋଇଛି ତାଙ୍କର ଏକ ଭିଡିଓ । ଉପସ୍ଥିତି ଲୋକଙ୍କୁ ଲାଗୁଥିଲା ଯେମିତି ସେ ବଞ୍ଚିଛନ୍ତି । ଏ ଆଇ ପାୱାର୍ଡ ହୋଲୋ ଗ୍ରାଫିକ ଭିଡିଓ ଟୁଲ୍ସ ସାହାଯ୍ୟ ରେ ସେଠାରେ ଉପସ୍ଥିତ ଲୋକ ମ୍ୟାରିନା ଙ୍କ ସହିତ କଥା ହୋଇଥିଲେ ।

ଏହି ସମୟ ରେ ନିଜ ଜୀବନ ସହିତ ଜଡ଼ିତ ଅନେକ ରହସ୍ୟ ବଖାଣି ଥିଲେ । ମ୍ୟାରିନା ଦ ନ୍ୟାସନାଲ ହୋଲୋକାଷ୍ଟ ସେଣ୍ଟର ଏବଂ ମ୍ୟୁଜିୟମ ର ସହ ପ୍ରତିଷ୍ଠାତା ଉନ୍ନତ ମାନର ଟେକ୍ନୋଲୋଜି କୁ ଗ୍ରହଣ କରି ଅନ୍ତିମ ସଂସ୍କାର ରେ ଉପସ୍ଥିତ ହେବାର ସେ ପ୍ରଥମ ମହିଳା ଅଟନ୍ତି । ଲୋକ ଯେତେବେଳେ ମ୍ୟାରିନା ଙ୍କୁ ପଚାରୁଥିଲେ ପ୍ରଶ୍ନ ଏ ଆଇ ସେହି ହିସାବରେ ଚଳାଉ ଥିଲା ଭିଡିଓ ।

ଏଥିପାଇଁ ଏ ଆଇ ଏହି ଭିଡିଓ କୁ ଛୋଟଛୋଟ ଅଂଶ ରେ କରିଥିଲା ଭାଗ । ଏଥିପାଇଁ କମ୍ପାନୀ ମ୍ୟାରିନା ଙ୍କ ସହିତ ଦୁଇ ଦିନ ସମୟ ବିତାଇଥିଲା । ଭିଡିଓ ରେ ନିଜ ଜୀବନ ର ଅନେକ ତଥ୍ୟ କରିଥିଲେ ସେୟାର । ବାସ୍ତବ ପୂର୍ବରୁ ରେକର୍ଡ ଜରିଆରେ ପ୍ରଶ୍ନ ର ଉତ୍ତର ଦିଏ ଷ୍ଟୋରି ଫାଇଲ । ଏହାଦ୍ବାରା ଲୋକମାନେ ରିଅଲ ଟାଇମ ରେ ହୋଇ ପାରନ୍ତି କଥାବାର୍ତ୍ତା ।

ଏଥିପାଇଁ କମ୍ପାନୀ ସ୍ୱତନ୍ତ୍ର ଥ୍ରୀଡି ଟେକ୍ନୋଲୋଜି ର ଉପଯୋଗ କରେ । ଏହା ପରେ ବିଶେଷଜ୍ଞ ଟିମ ଫୁଟେଜ ପ୍ରସ୍ତୁତ କରନ୍ତି । ଏ ଆଇ ପାୱାର୍ଡ ଭିଡିଓ ପ୍ଲାଟଫର୍ମ ଷ୍ଟୋରି ଫାଇଲ ପ୍ରସ୍ତୁତ କରିଥିଲା ଏହି ଭିଡିଓ ଟେକ୍ନୋଲୋଜି । ଷ୍ଟୋରି ଫାଇଲର ସିଇଓ ତଥା ସହ ପ୍ରତିଷ୍ଠାତା ସ୍ମିଥ କହିଛନ୍ତି ସର୍ବ ପ୍ରଥମେ ତାଙ୍କ ମାଆ ମ୍ୟାରିନା ଏହି ଟେକ୍ନୋଲୋଜି ଆପଣାଇ ଥିଲେ ।

୨୦୧୭ ମସିହାରେ ଲଞ୍ଚ ହୋଇଥିଲା ଏହି ଷ୍ଟାଟଅପ । ଯେଉଁଥିରେ ଲୋକମାନେ ଭିଡିଓ ପ୍ରସ୍ତୁତ କରି ଏ ଆଇ ରେ ଦର୍ଶକ ଙ୍କ ସମ୍ମୁଖରେ ପ୍ରଦର୍ଶନ କରି ପାରିବେ ନିଜ ଭିଡିଓ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *